ETV Bharat / state

ସୁନ୍ଦରଗଡ ମନରେଗା ହିତାଧିକାରୀଙ୍କ ଅସନ୍ତୋଷ, ବିଡିଓ ଅଫିସରେ ପକାଇଲେ ତାଲା - ମନରେଗା ହିତାଧିକାରୀଙ୍କ ଆନ୍ଦୋଳନ

ସୁନ୍ଦରଗଡ ଯୋଗିମାଲ ମନରେଗା ହିତାଧିକାରୀଙ୍କ ଅସନ୍ତୋଷ । GRS ବଦଳି ଘଟଣାକୁ ବିରୋଧ କରି ବିଡିଓ କାର୍ଯ୍ୟାଳୟରେ ତାଲା । ଅଧିକ ପଢନ୍ତୁ...

ସୁନ୍ଦରଗଡ ମନରେଗା ହିତାଧିକାରୀଙ୍କ ଅସନ୍ତୋଷ, ବିଡିଓ ଅଫିସରେ ପକାଇଲେ ତାଲା

author img

By

Published : Aug 14, 2021, 8:55 AM IST

ସୁନ୍ଦରଗଡ: ଜିଲ୍ଲା ଟାଙ୍ଗରପାଲି ବ୍ଲକ ବିଡିଓଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଯୋଗିମାଲ ମନରେଗା ହିତାଧିକାରୀଙ୍କ ଅସନ୍ତୋଷ । ଯୋଗିମାଲ ଜି.ଆର୍.ଏସ୍ (GRS) ଙ୍କ ଅନ୍ୟତ୍ର ବଦଳି ହେବା ଘଟଣାକୁ କେନ୍ଦ୍ରକରି ହିତାଧିକତାରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ତେଜନା । ବଦଳିର କାରଣ ସ୍ପଷ୍ଟ କରିବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀ ।

ସୁନ୍ଦରଗଡ ମନରେଗା ହିତାଧିକାରୀଙ୍କ ଅସନ୍ତୋଷ, ବିଡିଓ ଅଫିସରେ ପକାଇଲେ ତାଲା
ଯୋଗିମାଲ ଗ୍ରାମପଞ୍ଚାୟତର ମନରେଗା ହିତାଧିକାରୀ ସରକାରୀ ଯୋଜନାରେ କାମ କରି ଟଙ୍କା ପାଇ ନଥିବାବେଳେ ତାଙ୍କ କାମ ଯେଉଁ ଜିଆରଏସ ଦେଖାଶୁଣା କରୁଥିଲେ ତାଙ୍କୁ ବିନା କାରଣରେ ହଠାତ୍ ଅନ୍ୟତ୍ର ବଦଳି କରିବା ଘଟଣାକୁ ବିରୋଧ କରି ଯୋଗିମାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଉଚ୍ଚା ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି । ମହିଳାମାନେ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଥିବା ବେଳେ ପୁରୁଷମାନେ ଅଫିସର ଫାଟକରେ ତାଲା ପକାଇ ବିଡିଓଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ ଜଣାଇଛନ୍ତି ।

କେବଳ ସେତିକି ନୁହେଁ ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଆରଏସଙ୍କ ବଦଳିର କାରଣ ସ୍ପଷ୍ଟ କରାନଯାଇଛି ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟରେ ତାଲା ଝୁଲୁଥିବ ବୋଲି ହିତାଧିକାରୀ ଚେତାବନୀ ଦେଇଛନ୍ତି । ତେବେ ଏହି ପଦକ୍ଷେପ ନେବା ପୂର୍ବରୁ ସେମାନେ ସମ୍ପୃକ୍ତ ବିଡିଓଙ୍କ ନିକଟରେ ଦରଖାସ୍ତ କରିଥିଲେ ବୋଲି କହିଛନ୍ତି । ବିଡିଓଙ୍କ ନିକଟରୁ ସେମାନଙ୍କ ଲେଖା ଉପରେ କିଛି ଉତ୍ତର ନ ଆସିବାରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ତାଲା ପକାଇଥିବା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.