ETV Bharat / state

ସୁନ୍ଦରଗଡ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ, 20 ଲକ୍ଷ ଲୋକ ଖାଇବେ ଔଷଧ

author img

By

Published : Feb 23, 2021, 8:57 AM IST

ସୁନ୍ଦରଗଡ ଜିଲ୍ଲା ହେବ ଗୋଦର ମୁକ୍ତ ( ଫାଇଲେରିଆ ମୁକ୍ତ ) । 2 ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ 3ଟି ଡିଇସି ଓ ଗୋଟିଏ ଆଲବେଣ୍ଡାଜୋଲ୍ ବଟିକା ନେବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

ସୁନ୍ଦରଗଡ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ
ସୁନ୍ଦରଗଡ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ

ସୁନ୍ଦରଗଡ: ଜିଲ୍ଲା ହେବ ଗୋଦର ମୁକ୍ତ ( ଫାଇଲେରିଆ ମୁକ୍ତ ) । 2 ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ 3ଟି ଡିଇସି ଓ ଗୋଟିଏ ଆଲବେଣ୍ଡାଜୋଲ୍ (albendazole) ବଟିକା ନେବା ବାଧ୍ୟତା ମୂଳକ ।

ସୁନ୍ଦରଗଡ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ , 20 ଲକ୍ଷ ଖାଇବେ ବଟିକା

ସୁନ୍ଦରଗଡରେ କେହି ଗୋଦର ଗୋଡିଆ ବା ବାତଜ୍ବର ରୋଗୀ ରହିବେ ନାହିଁ , ନିଷ୍ପତ୍ତି ନେଲା ଜିଲ୍ଲାପ୍ରଶାସନ । ଆରମ୍ଭ କରିଛି ପ୍ରକଳ୍ପ ‘ମାସ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଫର ଫାଇଲେରିୟାସିସ୍( Mass Drugs Administration for Filariasis )’ । ଜିଲ୍ଲାରେ 20 ଲକ୍ଷ ଲୋକ ନେବେ ଏହି ପ୍ରତିଶେଧକ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ବାତଜ୍ବର ପ୍ରବଣ ଜିଲ୍ଲା ଭାବେ ବିଶ୍ବ ଦରବାରରେ ଚିହ୍ନଟ ହୋଇଛି । ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନର ରେକୋମେଣ୍ଡେସନରେ ସୋମବାର ଏନେଇ ସାମ୍ବାଦିକମାନଙ୍କୁ ସୂଚିତ କରାଯିବା ସହ ଏହାର ସଚେତନତା ନେଇ ଗଣମାଧ୍ୟମର ସାହାଯ୍ୟ ଲୋଡିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ । ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଏ ନେଇ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି । ତେବେ 2 ବର୍ଷରୁ କମ ବୟସର ଶିଶୁ , ଗର୍ଭବତୀ ମହିଳା ଓ କ୍ରିଟିକାଲ ଏଲମେଣ୍ଟ ଥିବା ବ୍ୟକ୍ତିବିଶେଷଙ୍କ ବ୍ୟତୀତ ସମସ୍ତେ ଏହି ବଟିକା ଖାଇବାକୁ ବାଧ୍ୟ ବୋଲି ଜିଲ୍ଲା ପ୍ରଶାସନ ଆଇନ ଜାରି କରିଛି ।

ଏନେଇ ପ୍ରତ୍ୟେକଙ୍କ ଘରେ ପହଞ୍ଚିବ ଡିଇସି ଓ ଆଲବାଣ୍ଡାଜଲ ବଟିକା । ବର୍ଷକୁ ଥରେ ଅବିରାମ ଭାବେ ତିନିବର୍ଷ ରୁ 5 ବର୍ଷ ଏହି ବଟିକା ଖାଇବାକୁ ପଡିବ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଘରେ ଘରେ ସ୍ବାସ୍ଥ୍ୟକର୍ମୀ ପହଞ୍ଚିବେ ଓ ବଟିକା ସେବନର ପ୍ରମାଣ ନେଇ ଫେରିବାର ବ୍ୟବସ୍ଥା ପ୍ରଶାସନ କରିଥିବା କଥା ସେ କହିଛନ୍ତି । ତେବେ ଲୋକଙ୍କୁ ହଇରାଣ କରାଯିବ ନାହିଁ ସେଥି ପ୍ରତି ଦୃଷ୍ଟି ରଖି ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । ବଟିକା ଖୁଆଇବା , ବାତଜ୍ବରକୁ ସମୂଳେ ନାଶ କରିବା ଓ ସାମଜକୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ହାତକୁ ନିଆ ଯାଇଥିବା କଥା ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାମାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.