ETV Bharat / state

ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥିଙ୍କୁ ହତ୍ୟା

author img

By ETV Bharat Odisha Team

Published : Jan 11, 2024, 10:49 PM IST

Man Killed By Maoists: ଓଡିଶା ଝାଡ଼ଖଣ୍ଡ ସୀମାନ୍ତରେ ସ୍ଥିତି ଜାହିର କଲେ ସିପିଆଇ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଘୋଷାଡି ନେଇ ଜଣଙ୍କୁ ହତ୍ୟା । ଅଧିକ ପଢନ୍ତୁ

ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥିଙ୍କୁ ହତ୍ୟା
ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥିଙ୍କୁ ହତ୍ୟା

ରାଉରକେଲା: ସୀମାନ୍ତରେ ପୁଣି ମାତିଲେ ନକ୍ସଲ । ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମତା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ସହଯୋଗୀକୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ନେଲ୍‌ସନ ଭେଙ୍ଗା(୩୬) ।

କେବଳ ଏତିକି ନୁହେଁ, ମୃତଦେହ ପାଖରେ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି । ଯେଉଁଥିରେ ସିପିଆଇ ମାଓବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି । ପୋଲିସକୁ ସୂଚନା ଦେଉଥିବା ଓ ସହାୟତା କରୁଥିବାରୁ ନେଲ୍‌ସନଙ୍କୁ ଏମିତି ଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଲେଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଠାରୁ ମାତ୍ର ୪୦ କିମି ଦୂର ସରଣ୍ଡା ଜଙ୍ଗଲ ନିକଟସ୍ଥ ସମଠା ଗାଁରେ ଏଭଳି ବର୍ବର କାଣ୍ଡ ଘଟିଛି । ଉଭୟ ସିଆର୍‌ପିଏଫ୍ ଓ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନକ୍ସଲମାନଙ୍କୁ ଧରିବାକୁ ସିଆର୍‌ପିଏଫ୍ ଓ ଝାଡ଼ଖଣ୍ଡ ପୋଲିସ ସ୍ଥାନୀୟ ଅଞ୍ଚଳରେ କୁମ୍ବିଂ ଅପରେସନ୍‌କୁ ଜୋରଦାର କରିଛି ।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ସଶସ୍ତ୍ର ନକ୍ସଲ ସମତା ଗାଁର ନେଲ୍‌ସନଙ୍କ ଘରକୁ ପଶିଥିଲେ । ନେଲ୍‌ସନ୍‌କୁ ଘର ଭିତରୁ ଜୋରଜବଦସ୍ତ ଟାଣିଟାଣି ନେଇ ଆସିଥିଲେ । ସେଠାରେ ନକ୍ସଲମାନେ ପ୍ରଥମେ ନେଲ୍‌ସନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ତାଙ୍କ ଉପରକୁ ତିନି ରାଉଣ୍ଡଗୁଳି ଚଳାଇଥିଲେ । ଗୁଳିଗୁଡ଼ିକ ଛାତି, ମୁଣ୍ଡ ଓ ଦେହରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କର ମୋବାଇଲ ଏବଂ ପିନ୍ଧିଥିବା ପୋଷାକ ଜାଳି ଦେଇଥିଲେ ।

ଅଧିକ ପଢନ୍ତୁ....ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ତେବେ ନେଲ୍‌ସନ୍ କିଛି ବର୍ଷ ପୂର୍ବରୁ ନକ୍ସଲ ସଙ୍ଗଠନ ଛାଡ଼ିଥିଲେ । ଗତ ୨୦୨୩ ମେ' ୧୭ରେ ବିଶ୍ରା ବ୍ଲକ୍ ଅନ୍ତର୍ଗତ ଜରେଇକେଲାରେ ଚାଲିଥିବା ରାସ୍ତାକାମର ଠିକାଦାରଙ୍କଠୁ ନକ୍ସଲଙ୍କ ନାଁରେ ଚାନ୍ଦା ମାଗି ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିଲେ । ଗତ ଦୁଇମାସ ତଳେ ଜେଲରୁ ଫେରି ବିଶ୍ରା ଥାନା ଅନ୍ତର୍ଗତ ଜଗେଇକେଲା ସମତା ଗାଁରେ ରହୁଥିଲେ । ପରିବାରର ଲୋକେ କହିବା ମୁତାବକ ନେଲ୍‌ସନ୍ ଜେଲ୍‌ରୁ ଫେରିବା ପରେ ପୋଲିସ ପାଇଁ କାମ କରୁଥିଲେ ତାଙ୍କୁ ସ୍ଥାନୀୟ ପୋଲିସ ଗତ ୨୦ ଦିନ ପୂର୍ବରୁ ରାତି ଜଗୁଆଳି କାମ ଦେଇଥିଲେ । ପ୍ରତିଦିନ ପରି ୯ ତାରିଖ ରାତିରେ ଡ୍ୟୁଟି କରିବାକୁ ଘରୁ ବାହାରୁଥିବାବେଳେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ମାଡ଼ ମାରିବା ସହ ଗୁଳି କରି ହତ୍ୟା କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.