ETV Bharat / state

ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଠିକାଦାରଙ୍କୁ ଲୁଟ

ରାଉରକେଲାରେ ଜଣେ ଠିକାଦାରଙ୍କୁ ବନ୍ଧୁକ ମୁନରେ ଲୁଟିଲେ ଦୁର୍ବୃତ୍ତ । ଥାନାରେ ମାମଲା ରୁଜୁ ହେବା ସହ ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

author img

By

Published : Oct 12, 2019, 11:17 PM IST

ଦିନ ଦ୍ବିପହରେରେ ବନ୍ଧୁକ ମୁଁନରେ ଠିକାଦାରଙ୍କୁ ଲୁଟ

ରାଉରକେଲା: ଶନିବାର ଅପରାହ୍ନରେ ରାଜଗାଙ୍ଗପୁର ଜାମପାଲି ବାଇପାସ ଲମଲୋଇ ଠାରେ ଥିବା ଏମଆର ଫେରୋର ମୁଖ୍ୟ ଫାଟକ ସାମ୍ନାରେ ହୋଇଛି ଲୁଟ । ମୁନ୍ନା ମିଶ୍ର ନାମକ ଜୈନିକ ଶ୍ରମିକ ଠିକାଦାରଙ୍କୁ ବନ୍ଧୁକ ଦେଖାଇ ଚଙ୍କା ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଏତଲା ଦେଇଛନ୍ତି ଠିକାଦାର ।

ମିଳିଥିବା ଖବର ଅନୁସାରେ ରାଜଗାଙ୍ଗପୁର ନିକଟସ୍ଥ କାଂଶବାହାଲ ଅଞ୍ଚଳର ବଜରଙ୍ଗବଲୀ ମିଶ୍ରଙ୍କ ପୁଅ ମୁନ୍ନା ମିଶ୍ର ଏମଆର ଫେରୋରେ ଶ୍ରମିକ ଠିକାଦାର ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଶନିବାର ଶ୍ରମିକଙ୍କ ମାସିକ ଦରମା ଦେବା ପାଇଁ ସେ ଘରୁ ନିଜ କାର ଯୋଗେ କାରଖାନାକୁ ଆସିବା ସମୟରେ ତାଙ୍କୁ ଏକ ବାଇକରେ ତିନି ଜଣ ଅନୁସରଣ କରି ଆସୁଥିଲେ। ଠିକ କାରଖାନାର ମୁଖ୍ୟ ଫାଟକ ନିକଟରେ ସେ ନିଜ ବ୍ୟାଗ ଧରି ଗାଡିରୁ ଓହ୍ଲାଇବା ସମୟରେ ବାଇକରେ ଥିବା ତିନି ଜଣ ମୁଖା ପିନ୍ଧା ବ୍ୟକ୍ତି ତାଙ୍କ ଆଗକୁ ଆସି ବନ୍ଧୁକ ଦେଖାଇ ତାଙ୍କ ଠାରୁ ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ ।

ଏହା ଆଗରୁ ମଧ୍ୟ ଛଅ ମାସ ତଳେ ଅନ୍ୟ ଏକ ଠିକାଦାରଙ୍କ ଡିକିରୁ ଲୁଟ ହୋଇଥିଲା । ଠିକାଦାର ମୁନ୍ନା ମିଶ୍ରଙ୍କ କହିବା ଅନୁଯାୟୀ ତାଙ୍କ ବ୍ୟାଗରେ 15 ହଜାର ପାଖାପାଖି ଟଙ୍କା ରହିଥିଲା । ପୋଲିସ ଘଟଣାର ତଦନ୍ତ ଚଲାଇଥିବା ବେଳେ ସମସ୍ତ ଘଟଣା କାରଖାନା ମୁଖ୍ୟ ଫାଟକରେ ଥିବା ସିସିଟିଭିରେ ରେକର୍ଡ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଦିନ ଦ୍ୱୀପହରେ ରେ ବନ୍ଧୁକ ମୁଁନ ରେ ଲୂଟ ।
ରାଉରକେଲା- ଆଜି ଅପରାହ୍ନ ୩.୧୫ ସମୟରେ ରାଜଗାଙ୍ଗପୁର ଜାମପାଲି ବାଇପାସ ଲମଲୋଇ ଠାରେ ଥିବା ଏମ ଆର ଫେରୋ ର ମୁଖ୍ୟ ଫାଟକ ସାମ୍ନାରେ ମୁନ୍ନା ମିଶ୍ରା ନାମକ
ଜୈନିକ ଶ୍ରମିକ ଠିକାଦାର ଙ୍କୁ ବନ୍ଧୁକ ମୁଁନ ରେ ଲୂଟ ହୋଇଥିବା ନେଇ ଥାନା ରେ ଏତଲା ହୋଇଛି ।

Body:ଖବର ଅନୁଯାୟୀ ରାଜଗାଙ୍ଗପୁର ନିକଟସ୍ଥ କାଂଶବାହଲ ଅଞ୍ଚଳର ବଜରଙ୍ଗବାଲୀଙ୍କ ମିଶ୍ରା ଙ୍କ ପୁଅ ମୁନ୍ନା ମିଶ୍ରା ଏମ ଆର ଫେରୋ ରେ ଶ୍ରମିକ ଠିକାଦାର ଭାବରେ କାର୍ଯ୍ୟ କରିଆସୁଛନ୍ତି । ଆଜି ଶ୍ରମିକଙ୍କ ମାସିକ ଦରମା ଦେବା ପାଇଁ ସେ ଘରୁ ନିଜ କାର ଯୋଗେ କାରଖାନାକୁ ଆସିବା ସମୟରେ ତାଙ୍କୁ ଏକ ବାଇକ୍ ରେ ତିନି ଜଣ ଅନୁସରଣ କରି ଆସୁଥିଲେ । ଠିକ କାରଖାନାର ମୁଖ୍ୟ ଫାଟକ ନିକଟରେ ସେ ନିଜ ବ୍ୟାଗ ଧରି ଗାଡିରୁ ଓଲ୍ହାଇବା ସମୟରେ ବାଇକ ରେ ଥିବା ତିନି ଜଣ ମୁଖା ପିନ୍ଧା ବ୍ୟକ୍ତି ତାଙ୍କ ସାମ୍ମାନା ରେ ପହଂଚି ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ବ୍ୟାଗ କୁ ଲୁଟି ଚମ୍ପଟ ମାରିଥିଲେ ।
Conclusion:ଏହା ଆଗରୁ ମଧ୍ୟ ଛଅ ମାସ ତଳେ ମଧ୍ୟ ଠିକାଦାରଙ୍କ ଡିକି ରୁ ଲୂଟ ହୋଇଥିଲା । ଠିକାଦାରଙ୍କ କହିବା ଅନୁଯାୟୀ ତାଙ୍କ ବ୍ୟାଗରେ ୧୫ ହଜାର ପାଖାପାଖି ଖୁଚୁରା ଟଙ୍କା ରହିଥିଲା । ପୋଲିସ ଘଟଣାର ତଦନ୍ତ ଚଲାଇ ଥିବା ବେଳେ ସମସ୍ତ ଘଟଣା କାରଖାନା ମୁଖ୍ୟ ଫାଟକରେ ଥିବା ସି ସି ଟିଭି ରେ ରେକଡିଂ ରହିଛି ବୋଲି ଜଣାପଡିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.