ETV Bharat / state

ଲକଡାଉନ ନିୟମ ମାନି ଜିଲ୍ଲାରେ କୋଭିଡ ସଂକ୍ରମଣର ଚେନ ଭାଙ୍ଗିବା: ସୁନ୍ଦରଗଡ ଜିଲ୍ଲାପାଳ

author img

By

Published : May 19, 2021, 11:02 PM IST

କୋରୋନା ଲକଡାଉନକୁ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କଲେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ନେଇ ଲୋକଙ୍କୁ ସଚେତନ ହେବା ସହ କୋଭିଡ ଗାଇଡଲାଇନକୁ ପାଳନକୁ ଅପିଲ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସୁନ୍ଦରଗଡ ଜିଲ୍ଲାପାଳ
ସୁନ୍ଦରଗଡ ଜିଲ୍ଲାପାଳ

ରାଉରକେଲା: କୋଭିଡ୍ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଏହି ସମୟରେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହ ଲକ୍‌ଡାଉନ୍ ନିୟମ ମାନିବା ପାଇଁ ସୁନ୍ଦରଗଡ଼ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସମଗ୍ର ଜିଲ୍ଲାରେ କୋଭିଡ ସଂକ୍ରମଣର ଚେନ ଭାଙ୍ଗିବା
ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପ୍ରଶାସନ ପକ୍ଷରୁ ଦୁଇଟି କଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଧିକରୁ ଅଧିକ ଟେଷ୍ଟିଂ କରିବା ଏବଂ ପଜିଟିଭ୍ ରୋଗୀ ତଥା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖିବା। ଏହା ଫଳରେ ଜିଲ୍ଲାରେ ଯେଉଁଠି ଅଧିକ ସଂକ୍ରମଣ ରହିଥିଲା, ସେଠାରେ ପଜିଟିଭ୍‌ଙ୍କ ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାର କୋଭିଡ୍ ହସ୍‌ପିଟାଲ ଗୁଡ଼ିକୁ ଆଗରୁ ଯେତିକି ଗୁରୁତର ରୋଗୀ ଆସୁଥିଲେ, ସେମାନଙ୍କ ସଂଖ୍ୟା ମଧ୍ୟ କମିଛି। ଫଳରେ ଏବେ ଆମ ହାତରେ ଆଇସିୟୁ, ଅକ୍ସିଜେନ୍ ବେଡ୍ ଏବଂ ସାଧାରଣ ବେଡ୍ ମହଜୁଦ୍ ରହିଛି। କରୋନାର ଚେନ୍‌କୁ ଭାଙ୍ଗିବା ଦିଗରେ ଏହା ଏକ ଭଲ ଲକ୍ଷଣ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲାବାସୀ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ଯେଭଳି ଭାବରେ ସହଯୋଗ କରିଛନ୍ତି, ସେଥିପାଇଁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟରେ ଜନସାଧାରଣ ସେହିଭଳି ଭାବେ କୋଭିଡ୍ ନିୟମ ପାଳନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍ ସମୟରେ ଏବେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ତେବେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନ ଆସିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସରକାର ଲକ୍‌ଡାଉନ୍ ସମୟରେ ବିଭିନ୍ନ ନିୟମ ଜାରି କରିଛନ୍ତି। ବିବାହ କାର୍ଯ୍ୟକ୍ରମ ବେଳେ ବର ଓ କନ୍ୟାପକ୍ଷ ତଥା ଅତିଥିଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଯୋଗ ଦେଇପାରିବେ। ସେହିପରି ଶୁଦ୍ଧିକ୍ରିୟା ପାଇଁ ଏହି ସଂଖ୍ୟା ୨୦ରେ ସୀମିତ ରଖାଯାଇଛି। ଏହି ସବୁ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।ବିଗତ ଦିନରେ ରାଉରକେଲା ମହାନଗର ନିଗମ ଅଞ୍ଚଳ ସହ ଜିଲ୍ଲାର କେତେକ ସ୍ଥାନରେ ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରିଥିଲେ। କିନ୍ତୁ ପ୍ରଶାସନର ଲଗାତାର ବିଭିନ୍ନ କାର୍ଯ୍ୟକ୍ରମ ତଥା ଜନସାଧାରଣଙ୍କ ସହଯୋଗ ଫଳରେ ଏହି ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାରେ କୋରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ‘ବ୍ରେକ୍ ଦ ଚେନ୍‌’ ଅଭିଯାନ ଆରମ୍ଭ କରାଯାଇଛି।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.