ETV Bharat / state

୧୦ ବର୍ଷ ହେବ ହୋଇନି RMC ନିର୍ବାଚନ, ଚାଲିଛି ଅଫିସର ରାଜ୍‌ !

author img

By

Published : Jun 25, 2023, 8:50 PM IST

୧୦ ବର୍ଷ ଧରି ଅଟକି ରହିଛି ରାଉରକେଲା ମହାନଗର ନିର୍ବାଚନ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ନିର୍ବାଚନ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଅଧିକ ପଢ଼ନ୍ତୁ

୧୦ ବର୍ଷ ହେବ ହୋଇନି RMC ନର୍ବାଚନ
୧୦ ବର୍ଷ ହେବ ହୋଇନି RMC ନର୍ବାଚନ
୧୦ ବର୍ଷ ହେବ ହୋଇନି RMC ନିର୍ବାଚନ

ରାଉରକେଲା: ଆଜିକୁ ୧୦ ବର୍ଷ ହେବ ବିବାଦରେ ଝୁଲି ରହିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ । ୨୦୧୩ରୁ ଆଜି ଯାଏଁ ରାଉରକେଲାରେ ହୋଇ ପାରିନାହିଁ ନିର୍ବାଚନ । ରାଉରକେଲାର ଉନ୍ନତି ପାଇଁ ୱାର୍ଡରେ ନାହାନ୍ତି ଜନପ୍ରତିନିଧି । ଫଳରେ ଆର୍‌ଏମ୍‌ସିରେ ଚାଲିଛି ଅଫିସର ରାଜ୍‌ । ପ୍ରତିବାଦ କରିବାକୁ କେହି ନଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ବାଟବଣା ହେଉଛି । ବସ୍ତିରେ ବିକାଶ କଚ୍ଛପ ଗତିରେ ଚାଲିଛି । ସ୍ବାସ୍ଥ୍ୟ, ପରିମଳ, ଆଲୋକୀକରଣ, ପରିବେଶ ସୁରକ୍ଷା ତଥା ଉନ୍ନୟମୂଳକ କାର୍ଯ୍ୟ ବାଧିତ ହେଉଛି । ୱାର୍ଡ କମିଟି ଗଠନ ହୋଇପାରୁ ନଥିବାରୁ ବସ୍ତିବାସିନ୍ଦା ନିଜ ଅଞ୍ଚଳ ସମସ୍ୟା ନେଇ ବାରମ୍ବାର ଆର୍‌ଏମ୍‌ସି ଅଫିସ୍‌କୁ ଦୌଡୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନେ ବସ୍ତିର ସମସ୍ୟା ଗୁଡ଼ିକୁ ଯେତିକି ଗୁରୁତ୍ବ ଦେବା କଥା, ତାହା ହେଉ ନଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।

ନିର୍ଦ୍ଦେଶ ଥିଲା ୨୦୦, ନିର୍ମାଣ ହୋଇଛି ୭୦ ପରିଶ୍ରାଗାର: କେବଳ ସେତିକି ନୁହେଁ, ବିଭିନ୍ନ ‌ଯୋଜନା ମାଧ୍ୟମରେ ଆର୍‌ଏମ୍‌ସିକୁ ଆସୁଥିବା କୋଟି କୋଟି ଟଙ୍କା ସଠିକ୍‌ ବିନିଯୋଗକୁ ନେଇ ଅନେକ ସମୟରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି । ଜାଗା ମିଶନ, ମୁକ୍ତା, ସ୍ବଚ୍ଛ ଭାରତ ମିଶନ ଅବା ଅନ୍ୟ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାର ସଠିକ୍‌ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି । ନିକଟରେ ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥ ଏହାର ଜ୍ବଳନ୍ତ ଉଦାହରଣ । ହକି ବିଶ୍ବକପ୍‌ ପୂର୍ବରୁ ରାସ୍ତା ପାର୍ଶ୍ବ, ପାର୍କ, ଜନଗହଳିପୂର୍ଣ୍ଣ ସ୍ଥାନରେ ପରିଶ୍ରାଗାର (ଲୁ) ନିର୍ମାଣ କରିବାକୁ ମୁକ୍ତା ଯୋଜନାରେ ରାଉରକେଲା ମହାନଗର ନିଗମକୁ ମିଳିଥିଲା ପ୍ରାୟ ସାଢ଼େ ୫ କୋଟି ଟଙ୍କା । ପ୍ରତ୍ୟେକ ‘ଲୁ’କୁ ୨ ଲକ୍ଷ ୭୫ ହଜାର କରି ମୋଟ ୨୦୦ଟି ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା । ନିର୍ମାଣ କାମ ନେଇଥିବା ଏସ୍‌ଏଚ୍‌ଜିମାନଙ୍କୁ ଗତ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଥିଲା । ‌ହେଲେ ୨୦୦ଟି ‘ଲୁ’ ମଧ୍ୟରୁ ମାତ୍ର ୭୦ଟି ନିର୍ମାଣ କରାଯାଇଛି । ଏଥି ମଧ୍ୟରୁ କିଛି ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିଛି । ଅନ୍ୟ କିଛି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ପଥଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ କାମରେ ଆସୁନି । କାରଣ କେଉଁଠି କବାଟ ଭାଙ୍ଗି ଗଲାଣି ତ ଅନ୍ୟ କେଉଁଠି ପାଣି ଆସୁନି । କେବେ ସରିବ କାମ ଏନେଇ ବିଭାଗୀୟ ଅଧିକାରୀଙ୍କ କାହାରି ପାଖରେ ଉତ୍ତର ନାହିଁ ।

ଜାଗା ମିଶନରେ ବ୍ୟାପକ ଦୁର୍ନୀତି: ସେହିଭଳି ‘ଜାଗା ମିଶନ’ ପାଣ୍ଠିରେ ଆସିଥିବା ଅର୍ଥ ବସ୍ତିର ବିକାଶରେ ବିନିଯୋଗ କରାଯାଇଛି । ଯେଉଁସବୁ ବସ୍ତିରେ ଏସବୁ ପାଣ୍ଠି ବିନିଯୋଗ ହୋଇଛି, ସେଥିରେ ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେମିତି ‌ଶକ୍ତିନଗର ମିଶନଶକ୍ତି ବଜାର ବାବଦରେ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର କେଇଦିନ ଚାଲିବା ପରେ ଭେଣ୍ଡିଂ ଜୋନ (ମିଶନଶକ୍ତି ବଜାର)ରେ ଏବେ ତାଲା ଝୁଲୁଛି । ସରକାର ପାଣ୍ଠିକୁ ହରିଲୁଟ୍‌ କରିବାକୁ ଏମିତି ଯୋଜନା କରାଯାଇଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଏମିତି ମାଳ ମାଳ ଦୁର୍ନୀତିର ଅଭିଯୋଗ ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ।

'ଯଥାଶୀଘ୍ର ମହାନଗର ନିର୍ବାଚନ ହେଉ': ଉଲ୍ଲେଖଯୋଗ୍ୟ, ଗତ ୧୯୫୫ ଜୁଲାଇ ୨୦ରେ ରାଉରକେଲା ଏନ୍‌ଏସି ମାନ୍ୟତା ପାଇଥିଲା । ୧୯୮୮ ସେପ୍ଟେମ୍ବର ୧୭ରେ ଏନ୍‌ଏସିରୁ ପୌରପାଳିକା ହୋଇଥିଲା । ୨୦୦୮ରେ ରାଉରକେଲା ପୌରପାଳିକା ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା । ଗତ ୨୦୧୪ ନଭେମ୍ବର ୧୪ରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ । ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନୀ, ଗୋପବନ୍ଧୁନଗର, ଭଞ୍ଜ କଲୋନୀ, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରାଯାଇଥିଲା । ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ଗତ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଏପରି ପରିସ୍ଥିତିରେ ରାଉରକେଲା ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଥାଶୀଘ୍ର ମହାନଗର ନିର୍ବାଚନ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.