ରାଉରକେଲା: ଦେଶୀ ମଦ ପ୍ରସ୍ତୁତ ସମୟରେ ଅବକାରୀ ବିଭାଗ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ତେବେ ସମସ୍ତ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଗଞ୍ଜୁଟୋଲା ଏବଂ ହଳଦୀବେଡା ଗ୍ରାମରେ ବେଆଇନ ଦେଶୀ ମଦ ଏବଂ ମହୁଲ ପୋଚ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ରାଉରକେଲା ଅବକାରୀ ବିଭାଗ ।
ବିଶ୍ରା ବ୍ଲକ ଅନ୍ତର୍ଗତ ଗଞ୍ଜୁଟୋଲା ଏବଂ ହଳଦୀବେଡା ଗ୍ରାମରେ ବେଆଇନ ଦେଶୀ ମଦ ଏବଂ ମହୁଲ ପୋଚ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ଖବର ପାଇ ରାଉରକେଲା ଅବକାରୀ ପାଟ୍ରୋଲିଂ ଟିମ ପକ୍ଷରୁ ଗଞ୍ଜୁଟୋଲା ଓ ହଳଦୀବେଡା ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ନଷ୍ଟ କରାଯାଇଛି । ଦୁଇଟି ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ ବେଳେ ସମସ୍ତ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।
ଦୁଇଟି ଗ୍ରାମରେ ଚଢ଼ାଉ କରାଯାଇ ପ୍ରାୟ ୧୧ କଲୋରୁ ଊର୍ଦ୍ଧ୍ବ ପରିମାଣର ମହୁଲ ପୋଚ ସମେତ ୫୧୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ଦେଶୀ ମଦ ତିଆରି କାରଖାନା ଚାଲିଥିବା ଅଭିଯୋଗ ହୋଇଛି । ଦେଶୀ ମଦ ମାଫିଆଙ୍କ କବଳରେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ । ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଦେଶୀ ମଦ ଆଡ୍ଡାରେ ଚଢ଼ାଉ ଜାରି ରହିଥିଲେ ମଧ୍ୟ ମଦ ବେପାରୀଙ୍କ ମନରେ ଭୟ ନଥିବା ଭଳି ମନେ ହେଉଛି । ବେପରୁଆ ହୋଇ ଗ୍ରାମାଞ୍ଚଳରେ ଖୁଲମଖୁଲା ଚଳାଇଛନ୍ତି ମଦ ବେପାର ।
ଇଟିଭି ଭାରତ, ସୁନ୍ଦରଗଡ଼