ETV Bharat / state

ରାଉରକେଲା ଏୟାରପୋର୍ଟରେ ନାହିଁ ଆଇଏଲଏସ ସୁବିଧା, ମେଘୁଆ ପାଗରେ ବିମାନ ସେବା ଠପ୍

author img

By

Published : Mar 21, 2023, 2:18 PM IST

ସାମାନ୍ୟ ମେଘୁଆ ପାଗରେ ରାଉରକେଲା ବିମାନ ବନ୍ଦରରେ ବିମାନସେବା ଠପ୍ । ବାରମ୍ବାର ବିମାନ ବାତିଲ ପରେ ମଧ୍ୟ ଲାଗି ପାରୁନାହିଁ ନାଇଟ ଲ୍ୟାଣ୍ଡିଂ ସିଷ୍ଟମ ଏବଂ ଅଟୋମେଟିକ ଲ୍ୟାଣ୍ଡି ସିଷ୍ଟମ ମେସିନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ରାଉରକେଲାରେ ବିମାନ ବନ୍ଦର ସମସ୍ୟା
ରାଉରକେଲାରେ ବିମାନ ବନ୍ଦର ସମସ୍ୟା
ରାଉରକେଲାରେ ବିମାନ ବନ୍ଦର ସମସ୍ୟା

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ବିମାନ ବନ୍ଦରକୁ ଅବହେଳା । ଉଦଘାଟନର ଦୁଇ ମାସ ପରେ ବି ଦୂର ହୋଇପାରୁନି ଅସୁବିଧା । ହାଲୁକା ମେଘୁଆ ପାଗରେ ବିମାନ ବନ୍ଦରରୁ ଉଡିପାରୁନି ବିମାନ । କୌଣସି ବିମାନ ଅବତରଣ ମଧ୍ୟ କରିପାରୁନି । ଏଥିପାଇଁ ବିମାନ ବନ୍ଦରରେ ନାଇଟ ଲ୍ୟାଣ୍ଡିଂ ଓ ଆଇଏଲଏସ ବ୍ୟବସ୍ଥା ପାଇଁ ବାରମ୍ବାର ଦାବି ହୋଇଆସୁଛି । ହେଲେ ଏହି ସମସ୍ୟା ଦୂର କରିବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ତେଣୁ ସରକାର ବିମାନ ବନ୍ଦର ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଦୀର୍ଘଦିନରେ ଅପେକ୍ଷା ପରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଦାବି ପୂରଣ ହେଲା । ରାଉରକେଲାଠାରେ ବିମାନ ବନ୍ଦର ନିର୍ମାଣ କରାଗଲା । ଏହାଦ୍ବାରା ରାଉରକେଲା ଓ ଆଖପାଖ ଅଞ୍ଚଳର ଲୋକ ବେଶ୍ ଉପକୃତ ହେଉଛନ୍ତି । କିନ୍ତୁ ଏହି ବିମାନ ବନ୍ଦରରେ ବିଭିନ୍ନ ସମସ୍ୟା ରହୁଛି ଯାହାଦ୍ବାରା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି । ହାଲୁକା ମେଘୁଆ ପାଗରେ ଏଠାରେ ବିମାନ ଉଡାଣ କିମ୍ବା ଅବତରଣ କରିପାରୁ ନାହିଁ । ବିଶ୍ୱକପ ସମୟରେ ମଧ୍ୟ ପାଗ ଖରାପ ଥିବାରୁ ଖେଳାଳି ଟିମ୍‌ଙ୍କୁ ଏଠାରେ ଲ୍ୟାଣ୍ଡିଂ ବା ଟେକ-ଅଫ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିଛି ଟିମ୍ ଏବଂ ଯାତ୍ରୀ ଝାରସୁଗୁଡାରେ ଲ୍ୟାଣ୍ଡ କରି ରାଉରକେଲାକୁ ଆସିଥିଲେ । ସେହିଦିନ ଠାରୁ ଏହି ସମସ୍ୟା ଲାଗି ରହିଛି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିମାନ ବନ୍ଦରର ପରିଚାଳନା ଦାୟିତ୍ବରେ ଥିବା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି । ଫଳରେ ପାଗ ସାମାନ୍ୟ ମେଘୁଆ ହେବା ମାତ୍ରେ ବିମାନ ଯାତ୍ରୀ ଅସୁବିଧାରେ ପଡୁଛନ୍ତି ।

ରାଉରକେଲା ବିମାନ ବନ୍ଦରରେ ନାଇଟ ଲ୍ୟାଣ୍ଡିଂ ବ୍ୟବସ୍ଥା ସହ ଆଇଏଲଏସ(instrument landing system) ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକଙ୍କ ଦାବି କରୁଛନ୍ତି । କିନ୍ତୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଏହାପ୍ରତି ଧ୍ୟାନ ଦେଉନାହାନ୍ତି । ଯେଉଁଠି କୋଟିକୋଟି ଟଙ୍କାର ନୂଆ ପ୍ରକଳ୍ପ ନିର୍ମାଣ କରାଯାଉଛି ସେଠାରେ ମାତ୍ର ଆଉ କିଛି ଟଙ୍କା ଖର୍ଚ୍ଚ କରି ନାଇଟ ଲ୍ୟାଣ୍ଡିଂ ବ୍ୟବସ୍ଥା ସହ ଆଇଏଲଏସ ମେସିନ ବ୍ୟବସ୍ଥା କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ।

ସହରରୁ ଆଜି ଯାଏଁ ବିମାନ ଖାଲି ଯାଇନାହିଁ କିମ୍ବା ଖାଲି ଆସି ନାହିଁ । ସବୁ ସମୟରେ ବିମାନରେ ଯାତ୍ରୀ ଭର୍ତ୍ତି ରହିଛନ୍ତି । ଏହାସତ୍ତ୍ବେ ସରକାର ରାଉରକେଲା ବିମାନ ବନ୍ଦର ପ୍ରତି ଅବହେଳା କରୁଛନ୍ତି । ନାଇଟ ଲ୍ୟାଣ୍ଡିଙ୍ଗ ସହ ଅଟୋମେଟିକ ଲ୍ୟାଣ୍ଡିଂ ବ୍ୟବସ୍ଥା ଯାହାକି ଆଇଏଲଏସ(instrumental landing system) ମେସିନ ଦ୍ୱାରା ସମ୍ଭବ ହେବ ଏବଂ ପାଗ ଖରାପ ଥିଲେ ବିମାନକୁ ଅବତରଣ କରାଯାଇ ପାରିବ, ସେହି ସୁବିଧା ଲାଗି ପାରୁନାହିଁ । ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସରକାରଙ୍କ ନିକଟରେ ନାଗରିକ ସୁରକ୍ଷା ମଞ୍ଚ ଦାବି କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.