ETV Bharat / state

ବିଭିନ୍ନ ଦାବି ନେଇ ଇସ୍ପାତ କାରଖାନା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ ସଂଗଠନ

ବିଭିନ୍ନ ଦାବିକୁ ନେଇ ଇସ୍ପାତ କାରଖାନା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ରାଉରକେଲା ଶ୍ରମିକ ସଂଘ ଏବଂ ରାଉରକେଲା ଗାଙ୍ଗପୁର ମଜଦୂର ମଞ୍ଚ । ଅଧିକ ପଢ଼ନ୍ତୁ

author img

By

Published : Aug 5, 2023, 9:03 PM IST

labour union stages protest in rourkela
ରାଉରକେଲା ଇସ୍ପାତ କାରଖାନା ବିରୋଧରେ ଗର୍ଜିଲେ ଶ୍ରମିକ

ରାଉରକେଲା: ଇସ୍ପାତ କାରଖାନା ବିରୋଧରେ ଗର୍ଜିଲେ ଦୁଇ ଶ୍ରମିକ ସଂଗଠନ ଏବଂ କର୍ମଚାରୀ । ରାଉରକେଲା ଇସ୍ପାତ କାରଖାନାର ମନମାନି ଶାସନ ଚଳାଇଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ କର୍ମଚାରୀ ଏବଂ ଶ୍ରମିକ ସଂଗଠନ । ଠିକା ସଂସ୍ଥା ଓ ସ୍ଥାୟୀ ଶ୍ରମିକଙ୍କ ନାର୍ଯ୍ଯ ଦାବି ପୂରଣ ନେଇ କାରଖାନା ସମ୍ମୁଖରେ ରାଉରକେଲା ଶ୍ରମିକ ସଂଘ ଏବଂ ରାଉରକେଲା ଗାଙ୍ଗପୁର ମଜଦୂର ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛି ।

ରାଉରକେଲା ଇସ୍ପାତ କରଖାନା ବାରମ୍ବାର ଶ୍ରମିକ ତଥା ଠିକା କର୍ମଚାରୀ ଙ୍କ କଥାକୁ ଅଣଦେଖା କରି ମନଇଚ୍ଛା ଶାସନ ଚଳାଉଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଶ୍ରମିକଙ୍କ ପ୍ରତି କାରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବକୁ ବିରୋଧର କରି ଶହଶହ ଶ୍ରମିକ ଏକାଠି ହୋଇଥିଲେ । ବିଶ୍ରା ଛକଠାରୁ ବିଶାଳ ରାଲି କରି ଇସ୍ପାତ କାରଖାନା ସମ୍ମୁଖରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ଗୁଡିକ ହେଉଛି ସମସ୍ତ ଠିକା ଶ୍ରମିକଙ୍କ ପାଇଁ ନୂତନ ବେତନ ଚୁକ୍ତିନାମା, ଏନଜେସିଏସ ମାଧ୍ୟମରେ ସମସ୍ତ ଶ୍ରମିକଙ୍କ ବକେୟା ଦାବି ଗୁଡିକ ପୂରଣ କରିବା । ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ସହ ସମାନ କରାଯାଉ । ଠିକା କର୍ମଚାରୀଙ୍କୁ ଠିକସଂସ୍ଥା ଦ୍ୱାରା ଶୋଷଣ ବନ୍ଦ କରାଯାଉ । ସମସ୍ତ ଠିକା କର୍ମଚାରୀ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରଦାନ କରିବା ଏବଂ ସମସ୍ତ ଠିକା କର୍ମଚାରୀଙ୍କ ସମାନ ଦରମା କରାଯାଉ ବୋଲି ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଦଳିତ ଆଦିବାସୀ ମହାସଂଘର ବିକ୍ଷୋଭ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

ରାଉରକେଲା ଇସ୍ପାତ କାରଖାନାରେ ଠିକସଂସ୍ଥା କର୍ମଚାରୀଙ୍କ ଦରମା ଭିନ୍ନ ରହିଛି । ଯାହା ସମସ୍ତଙ୍କର ସମାନ କରାଯାଉ ଓ ଠିକାସଂସ୍ଥା କର୍ମଚାରୀ ମାନଙ୍କ ଦରମା ମଧ୍ୟ ବୃଦ୍ଧି କରିବାକୁ ଶ୍ରମିକ ସଂଘ ଏବଂ ରାଉରକେଲା ଗାଙ୍ଗପୁର ମଜଦୂର ମଞ୍ଚ ଦାବି କରିଛି । ଅନ୍ୟ ପକ୍ଷରେ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଯେଉଁ ଏନଜେସିଏସ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ତାହାର ତୁରନ୍ତ କାର୍ଯ୍ୟକାରୀ କରାଯାଉ ଏବଂ ଯେଉଁ ଶ୍ରମିକଙ୍କ ଗ୍ରାଚୁଟି ସିଲିଂ କରିବା ପାଇଁ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି, ତାହାର ତୁରନ୍ତ ପ୍ରତ୍ୟାହାର କରାଯାଉ । ୩୯ ମାସର ବକେୟା ଏରିଅର ସମସ୍ତ ଶ୍ରମିକଙ୍କ କ୍ଲିୟର କରି ଦିଆଯାଉ । ରାତ୍ରି ଡ୍ୟୁଟି ଚାଲିଥିବା କର୍ମଚାରୀଙ୍କ ପାଇଁ ନାଇଟ ଅଲାଉନ୍ସ ପ୍ରଦାନ କରାଯାଉ । ଏହାସହ କର୍ମଚାରୀଙ୍କ ଘର ଭଡା ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି । କାରଖାନା କର୍ତ୍ତୃପକ୍ଷ ଯଦି ଯଥା ସମ୍ଭବ ସମସ୍ତ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.