ETV Bharat / state

ଇସ୍ପାତ ନଗରୀରେ ଗଡିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ, ଶୁଭାରମ୍ଭ କଲେ ଶ୍ରମ ମନ୍ତ୍ରୀ - ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ରାଉରକେଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟନ ହୋଇଛି । ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ଅଧିକ ପଢନ୍ତୁ

Labour minister inngurated awareness chariot
ଇସ୍ପାତ ନଗରୀରେ ଗଡିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ
author img

By

Published : Jun 6, 2023, 12:43 PM IST

ଇସ୍ପାତ ନଗରୀରେ ଗଡିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ରାଉରକେଲା: ଆଜିର ଶିଶୁ କାଲିର ଭବିଷ୍ୟତ । ବର୍ତ୍ତମାନ ଶିଶୁ ଶ୍ରମିକଙ୍କ ସଂଖ୍ଯା ବଢିବାରେ ଲାଗିଛି । ପରିସ୍ଥିତିରେ ପଡ଼ି ଶିଶୁ ଶ୍ରମିକ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ଯେପରି ଅନ୍ଧାକାର ଭିତରକୁ ଠେଲି ହୋଇ ନଯାଉ ଏ ଦିଗରେ ସମସ୍ତଙ୍କୁ ସଚେତନ ସଜାଗ ହେବାକୁ ପଡ଼ିବ । ରାଉରକେଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦ୍‌ଘାଟନ ହୋଇଛି । ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ରାଉରକେଲା ସହର ସହ ଆଖପାଖ 4ଟି ବ୍ଲକ ଅଞ୍ଚଳରେ ଗଡ଼ିବ ଏହି ସଚେତନତା ରଥ । ଲୋକଙ୍କୁ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ କରିବ ।

ରାଉରକେଲାରେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆରମ୍ଭ ହୋଇଛି । ରାଜ୍ୟ ଶ୍ରମ ବିଭାଗ ଏବଂ ରାଜ୍ୟ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଉଦଘାଟନ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ନେଇ ଏହି ସଚେତନ ରଥ ଆଜିଠାରୁ ରାଉରକେଲାରୁ ବାହାରି ରାଉରକେଲା ସମେତ ଆଖପାଖ 4ଟି ବ୍ଲକରେ ବୁଲିବ ଏବଂ ଲୋକଙ୍କୁ ସଚେତନ କରିବ । ଶିଶୁ ଶ୍ରମିକ ସମସ୍ୟାର ମୁକାବିଲା ତଥା ଶିଶୁ ଶ୍ରମିକଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ସଚେତନ ରଥ ଉଦଘାଟନ କରିଛନ୍ତି ।

ରାଜ୍ୟରେ ଶିଶୁ ଶ୍ରମିକ ତଥା ଶିଶୁ ଶ୍ରମିକଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଆଜି ସାରା ରାଜ୍ୟରେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟନ କରାଯାଇଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ । ଓଡ଼ିଶାର ବିଭିନ୍ନ ସହର, ଗ୍ରାମ ଏବଂ ସହରାଞ୍ଚଳରେ ଗଡିବ ଏହି ସଚେତନତା ରଥ । ଏହି ସଚେତନତା ଶିଶୁ ଶ୍ରମକୁ ହଟାଇବା ଏବଂ ଅସୁରକ୍ଷିତ ଶିଶୁମାନଙ୍କର ଅଧିକାରର ସୁରକ୍ଷା ବିଷୟରେ ଲୋକଙ୍କୁ ଆଲୋକିତ କରିବ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଜଡିତ ହେବ ଏବଂ ଶିଶୁ ସୁରକ୍ଷା ବାର୍ତ୍ତା ବହନ କରିବ ଏବଂ ଶିଶୁ ସୁରକ୍ଷା ଆଇନ ଏବଂ ନିୟମାବଳୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବ ।

ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଗଠନ ପାଇଁ ଏହି ମିଶନରେ ନାଗରିକମାନେ ସକ୍ରିୟ ଅଂଶଗ୍ରହଣ କରିବାକୁ ଶ୍ରମ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ବ୍ୟାପକ ସମର୍ଥନ ସୃଷ୍ଟି କରିବ ଏବଂ ରାଜ୍ୟର ନାଗରିକମାନଙ୍କୁ ଶିଶୁ ଶୋଷଣ ମାମଲାରେ ରିପୋର୍ଟ କରିବାକୁ ବା ସ୍ୱର ଉଠାଇବାକୁ ଉତ୍ସାହିତ କରିବ ବୋଲି ଆଶା କରିଛନ୍ତି ଶ୍ରମ ମନ୍ତ୍ରୀ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.