ରାଉରକେଲା: ଦିନ ଥିଲା କୋଇଡା ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଛାତ୍ରଛାତ୍ରୀ । ଏହାକୁ ଦେଖି ନିଜ ସଞ୍ଚିଥିବା ଟଙ୍କାକୁ ଅଜାଡି ଦେଇଥିଲେ ଗରିବ ରିକ୍ସା ଚାଳକ । କୋଇଡା ବ୍ଲକର କୋଇଡା ଜୁନିଅର କଲେଜ ଏବଂ ଡିଗ୍ରୀ କଲେଜ ପ୍ରତିଷ୍ଠାରେ ରହିଛି ଏହି ରିକ୍ସା ଚାଳକଙ୍କ ଅତୁଳନୀୟ ଅବଦାନ । ସେ ରିକ୍ସା ବାଲା ଜଣଙ୍କ ହେଉଛନ୍ତି ସୁନ୍ଦରଗଡ କୋଇଡାର ଭୀମସେନ ସାମଲ । ରିକ୍ସାଟାଣି ଦିନକୁ ଦିଓଳା ଖାଦ୍ୟ ଯୋଗାଡ କରନ୍ତି । ଆଜି କୋଇଡା ଅଞ୍ଚଳରେ ଯେଉଁ ଏକମାତ୍ର ଉଚ୍ଚ ଶିକ୍ଷା ଅନୁଷ୍ଠାନ ରହିଛି ତାହାର ମୂଳଦୁଆ ପକାଇବାର ରହିଛି ଭୀମସେନ ସାମଲଙ୍କ ବିଶେଷ ଅବଦାନ । କିନ୍ତୁ ବିଡମ୍ବନାର ବିଷୟ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଜି ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଭଲ ଛାତ ଖଣ୍ଡିଏ ନାହିଁ । ମାଟି ଝାଟି ଘର ଖଣ୍ଡିଏ ନିର୍ମାଣ କରି ମୁଣ୍ଡ ଗୁଞ୍ଜୁଛନ୍ତି ଭୀମସେନ ସାମଲ ।
କୋଇଡା କଲେଜ ପ୍ରତିଷ୍ଠା: ୧୯୯୨ରେ ସ୍ଥାନୀୟ ଅଞ୍ଚଳରେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ନଥିଲା । ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ବାହାର ଜିଲ୍ଲାକୁ ଯାଉଥିଲେ। ସହରକୁ ଯାଉଥିଲେ । ଅର୍ଥ ଅଭାବ କାରଣରୁ ଅନେକ ଛାତ୍ରଛାତ୍ର ସହରରେ ରହି ଶିକ୍ଷା ଗ୍ରହଣ କରିବାରେ ଅସମର୍ଥ ହେବା ଦେଖି କୋଇଡା ଅଞ୍ଚଳର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଏକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଚାରବିମର୍ଷ କରିଥିଲେ । ଏହି ସମ୍ପର୍କରେ ରେକ୍ସାବାଲା ଭୀମସେନ ଶୁଣି କଲେଜ ନିର୍ମାଣ ପାଇଁ ଅର୍ଥଦାନ କରିଥିଲେ । ନିଜ ଝାଳବୁହା ଧନକୁ ଦାନ କରିଥିଲେ । ଏହାପରେ ଏଠାରେ ନିର୍ମାଣ ହୋଇଥିଲା କୋଇଡା କଲେଜ । ତେବେ ୧୯୯୨ ମସିହାରୁ ବର୍ତ୍ତମାନ ଯାଏଁ ଏଠାରେ ଶିକ୍ଷା ଲାଭ କରିଛନ୍ତି କାହିଁ କେତେ ଛାତ୍ରଛାତ୍ରୀ ।
ସାଧାରଣ ରିକ୍ସା ବାଲାଙ୍କ ଅସାଧାରଣ କାହାଣୀ: ମାତ୍ର ଆଜି ଅତି ଅଭାବ ଅନଟନ ମଧ୍ୟରେ ଦିନ କାଟୁଛନ୍ତି ଭୀମସେନ । ୭୦ ବର୍ଷରେ ବି ପରିବାର ଚଳାଇବା ପାଇଁ ଟାଣୁଛନ୍ତି ରିକ୍ସା । ସରକାରୀ ସହାୟତାରେ ଖଣ୍ଡିଏ ଘର । ଭତ୍ତା ମିଳୁଛି ମାତ୍ର ୫୦୦ଟଙ୍କା ଯାହା ତାଙ୍କୁ ପିରବାର ପ୍ରତିପୋଷଣରେ ସମୁଦ୍ରକୁ ଶଙ୍ଖେ । ‘ମାମା ରିକ୍ସାବାଲା’ ଜଣେ ସାଧାରଣ ରିକ୍ସାବାଲା କିନ୍ତୁ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ୭୦ ବର୍ଷୀୟ ଭୀମସେନ ସାମଲ ଜୀବନସାରା ରିକ୍ସା ଓ ଟ୍ରଲି ଟାଣି ସଞ୍ଚିତ ଅର୍ଥକୁ ସ୍ବହସ୍ତରେ ଦାନ କରିଥିଲେ କଲେଜ ନିର୍ମାଣ ପାଇଁ । କୋଇଡା ଅଞ୍ଚଳର ଉଚ୍ଚ ଶିକ୍ଷାର ଆଲୁଅ ଜାଳିବା ପାଇଁ ସେ ଦେଇଥିଲେ ପ୍ରଥମ ଅନୁଦାନ ।
କଲେଜ କର୍ତ୍ତୃପକ୍ଷ ପ୍ରଦୀପ କୁମାର ପଟ୍ଟନାୟକ କହିଛନ୍ତି,‘‘ପ୍ରଥମ ଅଧିବେସନ ସମୟରେ ସେ ନିଜ ସଞ୍ଚିତ ଅର୍ଥ କଲେଜ ନିର୍ମାଣ ପାଇଁ ଦାନ କରିଥିଲେ। ତାଙ୍କର ଅନୁଦାନ ଓ ଜନହିତ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ମହାନ କରୁଛି । ତାଙ୍କ ଅନୁଦାନ ପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ।’’
ଇଟିଭି ଭାରତ, ସୁନ୍ଦରଗଡ