ETV Bharat / state

Raji Karam Festival: କରମା ପୂଜା କଲେ ଓରାମ ସମ୍ପ୍ରଦାୟ, ଜମିଲା ପାରମ୍ପରିକ ନାଚଗୀତର ଆସର

author img

By ETV Bharat Odisha Team

Published : Sep 25, 2023, 10:22 PM IST

ଧୁମଧାମରେ ପାଳନ କରାଯାଇଛି 'ରାଜି କରମ' ପର୍ବ । ପାରମ୍ପରିକ ବେଶଭୂଷା ସହ ନାଚଗୀତର ଆସର ଜମିଛି । ଅଧିକ ପଢନ୍ତୁ

Raji Karam Festival
ପାଳନ ହେଲା ରାଜି କରମ ପର୍ବ

ପାଳନ ହେଲା ରାଜି କରମ ପର୍ବ

ରାଉରକେଲା: ଧୁମଧାମରେ ପାଳନ ହେଲା ରାଜି କରମ ପର୍ବ । ରାଉରକେଲାରେ ଓରାମ ସମ୍ପ୍ରଦାୟମାନେ ଆନନ୍ଦ ଉଲ୍ଲାସର ସହ ଏହି 'ରାଜି କରମ' ପର୍ବକୁ ପାଳନ କରିଛନ୍ତି । ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ଜୀବନ୍ତ ନିଦର୍ଶନ ଏହି ପର୍ବ। ଓରାମ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ରାଜୀ କରମ ପର୍ବର ବିଶେଷ ମହତ୍ତ୍ବ ରହିଛି । ଏନେଇ ଓରାମ ପଡା ଠାରେ ଆୟୋଜିତ ଉତ୍ସବରେ ସମସ୍ତେ ଏକାଠି ହୋଇ ଏହି ପର୍ବ ପାଳିଛନ୍ତି । ପାରମ୍ପରିକ ବେଶଭୂଷା ସହ ବେଶ ଧୁମଧାମରେ ଏହି ପର୍ବ ପାଳନ ହୋଇଥିବା ଦେଖିବାକୁ ମିଳିଛି ।

ରାଜୀ କରାମ ପର୍ବ ହେଉଛି କରମା ଠାକୁରଙ୍କ ପ୍ରତି କୃତଜ୍ଞତାର ଏକ ଉତ୍କୃଷ୍ଟ ଉତ୍ସବ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାବେଳେ ଭାଦ୍ରବ ମାସ ଏକାଦଶୀ ତିଥିରେ ଏହି କରମା ପୂଜା କରାଯାଏ । ସପ୍ତାହକ ଧରି ପ୍ରସ୍ତୁତି ଚାଲିଥିବାରୁ ଉତ୍ସାହ ଓ ଉତ୍କଣ୍ଠାରେ ଭରି ଯାଇଥିଲା ପରିବେଶ । ଓରାମ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜବାଜ ହୋଇ ନିଜର ପାରମ୍ପରିକ ନାଚ ଗୀତରେ ଏହି କରମା ପୂଜା ପାଳନ କରିଛନ୍ତି ।

ରଜି କରମ ପର୍ବର ବିଶେଷତ୍ବ ହେଉଛି କରମା ଠାକୁରଙ୍କ ପୂଜା । ପୂର୍ବାହ୍ନରେ ଏକ ସୁଶୋଭିତ ବେଦିରେ ଏହି ସମୁଦାୟ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଆସନ୍ତା ବର୍ଷରେ ଭଲ ଫସଲ ଅମଳ ପାଇଁ ଦେବୀଙ୍କ ଆଶୀର୍ବାଦ କାମନା କରିଛନ୍ତି ଏହି ସମ୍ପ୍ରଦାୟର ଲୋକେ । ଏହି ପୂଜାର ଅନ୍ୟତମ ଆକର୍ଷଣ ଥିଲା ଓରାମ ଯୁବକଙ୍କ ପାରମ୍ପରିକ ରୀତିନୀତି । କୁମାର ଏବଂ କୁମାରୀମାନେ ଉପବାସ ରହି ଏକ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ବିଶ୍ୱର କଲ୍ୟାଣ ପାଇଁ ଆଶୀର୍ବାଦ ମାଗିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ସାନ୍ତାଳୀ ସମ୍ପ୍ରଦାୟର ନିଆରା ଗହ୍ମା ପର୍ବ: ଭଲ ଫସଲ ଅମଳ ପାଇଁ ନାଚଗୀତ କରନ୍ତି ଲୋକେ

ଏହା ବି ପଢନ୍ତୁ...ଫୋକସରେ ଆଦିବାସୀ ସମ୍ପ୍ରଦାୟ, ସଂସ୍କୃତି ବଖାଣିବ ନବରଙ୍ଗପୁର ସଂସ୍କୃତି ଭବନ

ରାଉରକେଲାର ଧୁମଧାମରେ ଅନୁଷ୍ଠିତ ହୋଇଥିବା 'ରାଜି କରମ' ଉତ୍ସବକୁ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରିଥାନ୍ତି ଓରାମ ସମ୍ପ୍ରଦାୟ । ପରମ୍ପରା ଅନୁଯାୟୀ ଭୂମି ପୂଜନ କରି ନିଆରା ଢଙ୍ଗରେ ପୂଜା କରିଥାନ୍ତି ଏହି ସମ୍ପ୍ରଦାୟର ଲୋକେ । ନିଜର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖି ନିଜର ବିକାଶ ଜାରି ରଖିଛନ୍ତି ଓରାମ ସମ୍ପ୍ରଦାୟ । ନିଜର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ସହ ଏହି ବାର୍ତ୍ତାକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି ଏହି ସମ୍ପ୍ରଦାୟର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.