ETV Bharat / state

ପ୍ରେମୀଯୁଗଳଙ୍କୁ କାବୁ କରି ବାନ୍ଧିଲେ ପତିଙ୍କ ପରିବାର, ଶ୍ବଶୂର ଘର ନାଁରେ ଏତଲା

author img

By

Published : Dec 5, 2019, 7:30 PM IST

ପ୍ରେମିକ ସହ ବିବାହିତା ମହିଳା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପ୍ରେମୀଯୁଗଳଙ୍କୁ କାବୁ କରିଛନ୍ତି ସ୍ବାମୀ ଓ ପରିବାର । ସେମାନଙ୍କୁ ବାନ୍ଧି ନିର୍ଯାତନା ଦେବା ସହ ଏକ ଲକ୍ଷ ଟଙ୍କା ଦାବି କରିବାରୁ ସ୍ବାମୀ ଓ ଶ୍ବଶୁରଙ୍କ ନାରେ ମାମଲା ରୁଜୁ କଲେ ମହିଳା ।

kangaru court case registered
ବିବାହିତା ଓ ପ୍ରେମିକାଙ୍କୁ ନିର୍ଯାତନା

ରାଉରକେଲା: ପ୍ରେମିକ ସହ ବିବାହିତା ମହିଳା ଫେରାର ଉଦ୍ୟମକୁ ପଣ୍ଡ କରିଛନ୍ତି ସ୍ବାମୀଙ୍କ ପରିବାର । ସେପଟେ ସ୍ବାମୀ, ଶ୍ୱଶୁର ଏବଂ ଅନ୍ୟମାନେ ମିଶି ପ୍ରେମୀଯୁଗଳଙ୍କୁ ବାନ୍ଧି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଗୁରୁବାର ରାଉରକେଲା ଲାଠିକଟା ଥାନାରେ ମାମଲା ରୁଜୁ ହୋଇଛି । ନିର୍ଯାତିତ ମହିଳାଙ୍କ ଅଭିଯୋଗ କ୍ରମେ ସ୍ବାମୀ, ଶ୍ବଶୁର ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରାଯାଇ 164 ଧାରାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି ।

ବିବାହିତା ଓ ପ୍ରେମିକାଙ୍କୁ ନିର୍ଯାତନା

ଜମ୍ବୁ ଓରାମ, ଶ୍ରୀଧର ଓରାମ, ସୁନୀଲ ଓରାମ ତଥା ଅନ୍ୟ ମାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498(କ), 323, 341, 385, 506, 34 ତଥା 4 ଡିପି ଆକ୍ଟରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ କରୁଛନ୍ତି । ସୂଚନା ଅନୁଯାୟୀ, ମେ’ ମାସରେ ଲାଠିକଟାର ପିକୁଲିଙ୍କ ବିବାହ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ମଣ୍ଡିଆକୁଦରରେ ଜମ୍ବୁ ଓରାମଙ୍କ ସହ ହୋଇଥିଲା । କିନ୍ତୁ ପୁକୁଲିଙ୍କୁ ସ୍ୱାମୀ ପସନ୍ଦ ନଥିବାରୁ ସେ ତାର ପୂର୍ବତନ ପ୍ରେମିକ ପୂରଣ ସିଂ ସହ ଫେରାର ହୋଇଯାଇଥିଲା ।

କିନ୍ତୁ ଶ୍ୱଶୁର ଘର ଲୋକ ବସ ଷ୍ଟାଣ୍ଡରୁ ଉଭୟଙ୍କୁ ଉଠାଇ ଆଣି ହାତ ଗୋଡ଼ ବାନ୍ଧି ନିର୍ଯାତନା ଦେଇଥିଲେ । ଏପରିକି ଦେଢଲକ୍ଷ ଟଙ୍କା ଦେଲେ ଛାଡିବେ ବୋଲି କହିଥିଲେ । 50 ହଜାର ଟଙ୍କା ଦେଇ ଉଭୟ ମୁକୁଳିଥିବା ବେଳେ ଅଭାବ ଯୋଗୁଁ ଆଉ 1 ଲକ୍ଷ ଟଙ୍କା ଅର୍ଥ ଦେଇ ପାରିନଥିଲେ । ଫଳରେ ଶ୍ୱଶୁର ଘର ଲୋକେ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ବାବଦରେ ପିଡିତା ରାଉରକେଲା ଏସପି ଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସ୍ୱାମୀ ପସନ୍ଦ ନହେବାରୁ ପ୍ରେମିକ ସହ ବିବାହିତା ମହିଳା ପଳାଇବା ଘଟଣା ଏବଂ ପରେ ସ୍ବାମୀ , ଶ୍ୱଶୁର ଏବଂ ଅନ୍ୟ ମାନେ ମିଶି ପ୍ରେମିକ ଏବଂ ମହିଳା ଙ୍କୁ ଧରି ବାନ୍ଧି ନିର୍ଯ୍ୟାତନା ଦେବା ମାମଲାରେ ଆଜି ରାଉରକେଲା ର ଲାଠିକଟା ଥାନାରେ ମାମଲା ରୁଜୁ ହୋଇଛି । ନିର୍ଯାତିତା ମହିଳା ଙ୍କ FIR କ୍ରମେ ଏହି କେଶ ସ୍ୱାମୀ , ଶ୍ୱଶୁର ଏବଂ ଅନ୍ୟ ମାନ ଙ୍କ ନାମରେ ହୋଇଥିବା ବେଳେ ମହିଳା ଙ୍କ ବୟାନ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ 164 ଧାରା ରେ ରେକର୍ଡ କରାଯାଇଛି ।

Body: ଜମ୍ବୁ ଓରାମ,ଶ୍ରୀଧର ଓରାମ,ସୁନୀଲ ଓରାମ ତଥା ଅନ୍ୟ ମାନଙ୍କ ବିରୁଦ୍ଧରେ ipc ର ଧାରା 498a,323,341,385,506,34 ତଥା 4 ଡିପି ଆକ୍ଟ ରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବକୁ ଉଦ୍ୟମ କରୁଛନ୍ତି । ସୂଚନା ଅନୁଯାୟୀ ମେ ମାସରେ ଲାଠିକଟା ର ପିକୁଲି ଙ୍କ ବିବାହ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ମଣ୍ଡିଆକୁଦର ରେ ଜମ୍ବୁ ଓରାମ ସହ ହୋଇଥିଲା । କିନ୍ତୁ ପୁକୁଲି ଙ୍କ ସ୍ୱାମୀ ପସନ୍ଦ ନଥିବାରୁ ସେ ତାର ପୂର୍ବ ପ୍ରେମିକ ପୂରଣ ସିଂ ସହ ପଳାଇଥିଲେ । ଶ୍ୱଶୁର ଘର ଲୋକ ବସ ଷ୍ଟାଣ୍ଡ ରୁ ଉଭୟ ଙ୍କୁ ଉଠାଇ ଆଣି ହାତ ଗୋଡ଼ ବାନ୍ଧି ନିର୍ଯ୍ୟାତନା ଦେଇଥିଲେ । ଏପରିକି ଦେଢଲକ୍ଷ ଟଙ୍କା ଦେଲେ ଛାଡିବେ ବୋଲି କହିଥିଲେ । 50 ହଜାର ଟଙ୍କା ଦେଇ ଉଭୟ ମୁକୁଳିଥିବା ବେଳେ ଅଭାବ ଯୋଗୁଁ ଆଉ 1 ଲକ୍ଷ ଟଙ୍କା ଅର୍ଥ ଦେଇ ପାରିନଥିଲେ । ଫଳରେ ଶ୍ୱଶୁର ଘର ଲୋକେ ଉଭୟ ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

Conclusion:ଏ ବାବଦରେ ପିଡିତା ରାଉରକେଲା ଏସ ପି ଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ପିଲା ଘର ଲୋକଙ୍କୁ ଆଶା ରହିଛି ଏଣିକି ନ୍ୟାୟ ମିଳିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.