ETV Bharat / state

ଦ୍ବିତୀୟ ବ୍ରାହ୍ମଣୀ ସେତୁ ରାଜନୀତି, ସ୍ଥିତି ପରଖିଲେ କେନ୍ଦ୍ରମନ୍ତ୍ରୀ - ବ୍ରାହ୍ମଣୀ

ସୋମବାର ରାଉରକେଲାରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : May 13, 2019, 5:13 PM IST

ରାଉରକେଲା: ଆକ୍ସନ ମୋଡରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦ୍ଵିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ଏନଏଚଏଆଇର ପରିଯୋଜନା ନିର୍ଦ୍ଦେଶକଙ୍କୁ ଡକାଇ ତାଙ୍କ ଠାରୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଜିଲ୍ଲାର ଲାଇଫ ଲାଇନ ହେବାକୁ ଥିବାବେଳେ ଏହା ଗତ 4 ବର୍ଷ ହେଲା ଏକ ରାଜନୈତିକ ମୁଦ୍ଦା ପାଲଟିଛି । ଯେଉଁଥିପାଇଁ ଏହି ଦାବିକୁ ନେଇ ବିଧାୟକ ଦିଲୀପ ରାୟ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିରୋଧୀ ମଧ୍ୟ ନିର୍ବାଚନରେ ଏହାକୁ ମୁଦ୍ଦା କରିବା ସହିତ ବିଜେପିକୁ ଘେରିଥିଲେ । ବିଜେପି ନେତା ମଧ୍ୟ ଜୋର ଦେଇ କହିଥିଲେ ଯେ, ମେଡିକାଲ କଲେଜ ତଥା ଦ୍ଵିତୀୟ ବ୍ରାହ୍ମଣୀ ସେତୁର କାମ ଜୋରଶୋରରେ ଚାଲିଛି ।

ତେବେ ଅଚାନକ ଜୁଏଲ ଓରାମଙ୍କ ଘଟଣାସ୍ଥଳକୁ ଆସି ସମସ୍ୟା ବିଷୟରେ ତଦାରଖ କରିବା ଜଣାଇଦେଉଛି ଯେ, ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରାଯିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.