ETV Bharat / state

ସୁସ୍ମିତା ମିଞ୍ଜ ଓ ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିକ୍ଷୋଭ, CBI ତଦନ୍ତ ଦାବି

author img

By ETV Bharat Odisha Team

Published : Oct 16, 2023, 8:12 PM IST

ସୁସ୍ମିତା ମିଞ୍ଜ ଓ ASI ଅଲିସ ଲୁଗୁନଙ୍କ ମୃତ୍ୟୁ ମାମଲାରେ ତେଜୁଛି ବିରୋଧ । ଦୁଇ ଜଣଙ୍କୁ ନ୍ୟାୟ ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁନ୍ଦରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ସୁସ୍ମିତା ମିଞ୍ଜ ଓ ASI ଅଲିସ ଲୁଗୁନ ମୃତ୍ୟୁ ମାମଲା

ରାଉରକେଲା: ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ASI ଅଲିସ ଲୁଗୁନଙ୍କ ମୃତ୍ୟୁ ମାମଲାରେ ତେଜୁଛି ବିରୋଧ । ନ୍ୟାୟ ଦାବି ନେଇ କମ୍ପୁଛି ରାଉରକେଲା ସହର । ଦୁଇ ଜଣଙ୍କୁ ନ୍ୟାୟ ଦାବିରେ JMM (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା )ର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ । ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

ରାଉରକେଲା ଏଡିଏମଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବିଜେପି ଓ କଂଗ୍ରେସ CBI ତଦନ୍ତ ଦାବି କରିବା ପରେ ଏବେ ସୁନ୍ଦରଗଡ଼ ଜିଲ୍ଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଲେଡି ଏଏସ୍ଆଇ ଆଲିସ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ନିରପେକ୍ଷ ସିବିଆଇ ତଦନ୍ତ ଲାଗି ଦାବି କରିଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ଦୁଇ ଜଣ ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପଛର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ନିରପେକ୍ଷ ତଦନ୍ତ ଜରୁରୀ ବୋଲି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ବିକାଶ ମୁଣ୍ଡା କହିଛନ୍ତି । ରାଉରକେଲା ଏଡିଏମ୍ କାର୍ୟ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ମହିଳା କର୍ମଚାରୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି । ତେବେ ବିକାଶ ଏହା ମଧ୍ୟ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ଏହି ମାମଲାର ରହସ୍ୟ ଉନ୍ମୋଚନ ହେବାକୁ ଅପେକ୍ଷା କରିଛନ୍ତି । ଆଶା କରାଯାଉଛି ଯେ ସିବିଆଇ ତଦନ୍ତ ଦ୍ୱାରା ଶେଷରେ ସତ୍ୟ ସାମ୍ନାକୁ ଆସିବ । ସେପଟେ ରାଜରାସ୍ତାରେ ହଜାର ହଜାର ଆଦିବାସୀ ଏକାଠି ହୋଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ତେବେ ଶୀଘ୍ର ଦୁଇ ସରକାରୀ ମହିଳାଙ୍କୁ ନ୍ୟାୟ ନମିଳିଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ।

ଏହା ମଧ୍ୟ ପଢ଼ନ୍ତୁ....ସ୍ବାମୀଙ୍କ ପାଇଁ ଚିନ୍ତାରେ ରହୁଥିଲେ ସୁସ୍ମିତା ମିଞ୍ଜ ! କୋର୍ଟରେ କରିଥିଲେ ଛାଡପତ୍ର ଆବେଦନ

ଅନ୍ୟପକ୍ଷରେ ସୁସ୍ମିତା ମିଞ୍ଜ ଘଟଣାରେ ଯେଉଁ ହୋଟେଲ ଅନୁରାଗ ଏବଂ ରାଧିକା ରେଜେନ୍ସିରେ ସେ ରହିଥିଲେ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା SP । ହୋଟେଲ ଅନୁରାଗରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ଘଟଣା ସମ୍ପର୍କରେ ଲୋକମାନଙ୍କୁ ଜେରା ଚାଲିଛି ଏବଂ ଏହି ଘଟଣାରେ ଆହୁରି ଲୋକଙ୍କୁ ଜେରା ହେବ ବୋଲି କହିଛନ୍ତି ରାଉରକେଲା SP ମିତ୍ରଭାନୁ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ....ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମଞ୍ଚ

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.