ETV Bharat / state

ରାଉରକେଲା ଏୟାରପୋର୍ଟରେ ବ୍ୟାପକ ଅବ୍ୟବସ୍ଥା, ILS ମେସିନ ବିନା ଚାଲିଛି ଉଡାଣ

author img

By

Published : Jul 7, 2023, 10:27 PM IST

Updated : Jul 8, 2023, 3:22 PM IST

ଅବ୍ୟବସ୍ଥା ଘେରରେ ରାଉରକେଲା ବିମାନ ବନ୍ଦର । ଉଦଘାଟନ ହେବାର 7 ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଲାଗିପାରିନି ILS ମେସିନ । ଅଧିକ ପଢନ୍ତୁ

ରାଉରକେଲା ଏୟାରପୋର୍ଟରେ ବ୍ୟାପକ ଅବ୍ୟବସ୍ଥା
ରାଉରକେଲା ଏୟାରପୋର୍ଟରେ ବ୍ୟାପକ ଅବ୍ୟବସ୍ଥା
ରାଉରକେଲା ଏୟାରପୋର୍ଟରେ ବ୍ୟାପକ ଅବ୍ୟବସ୍ଥା

ରାଉରକେଲା: ରାଉରକେଲାରୁ ସଠିକ ଭାବରେ ହୋଇ ପାରୁନାହିଁ ବିମାନ ଉଡାଣ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷ ଲଦାଲଦି ମଧ୍ୟରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଉଦଘାଟନ ହେବାର 7 ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଦୂର ହୋଇନାହିଁ ସମସ୍ୟା । ଏହି ଏୟାରପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବା ଜଣାପଡିଛି । ଯାହା ଫଳରେ ବିମାନ ସେବା ଯୋଗାଇବାରେ ଅକ୍ଷମ ହେଉଛନ୍ତି କର୍ତ୍ତୃପକ୍ଷ । ରାଉରକେଲା ଏୟାରପୋର୍ଟରେ ଝଡ଼ ବା ବର୍ଷା ପାଗ ହେଲେ ଅବତରଣ କରି ପାରୁନାହିଁ ବିମାନ। ଭିଜିବିଲିଟି ନଥିବାରୁ ହେଉନାହିଁ ସଫଳ ଲ୍ୟାଣ୍ଡିଂ ।

ବହୁ ସମୟରେ ବିମାନ ଅବତରଣ କରିବାରେ ଅସଫଳ ହେବା ଯୋଗୁ ଫେରି ଯାଉଛି । ଯାହା ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତେବେ ବାରମ୍ବାର ରାଉରକେଲା ବିମାନ ବନ୍ଦରରେ ILS ମେସିନ ପାଇଁ ଦାବି ହେଉଥିଲେ ମଧ୍ୟ ILS ମେସିନ ଲାଗୁନଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ବହୁବାର ଏଭଳି ସ୍ଥିତି ଉପୁଜିଥିବାବେଳେ ମଧ୍ୟ ରାଜ୍ୟ ସରକାର ବା କେନ୍ଦ୍ର ସରକାର ଏହା ପ୍ରତି ଧ୍ୟାନ ଦେଉନଥିବାବେଳେ ଏହି ରାଉରକେଲା ଏୟାରପୋର୍ଟର ପରିଚାଳନା କରୁଥିବା ରାଉରକେଲା ଇସ୍ପାତ କାରଖାନା ମଧ୍ୟ ILS ମେସିନ ଲଗାଇବା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ରାଉରକେଲା ଏୟାରପୋର୍ଟରେ ବର୍ଷା ବା କୁହୁଡି ହେଲେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଝାରସୁଗୁଡା ଯାଇ ସେଠାରୁ ପୁଣି ଘରକୁ ଫେରୁଛନ୍ତି ଲୋକେ। ନଚେତ ଭୁବନେଶ୍ୱରକୁ ଫେରିବାକୁ ପଡୁଛି। ତେବେ ବିଶ୍ୱକପ ସମୟରେତରବରିଆ ଭାବରେ ଏହାକୁ ନିର୍ମାଣ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ହେଲେ ବିନା ILS ରେ କିଭଳି ଭାବରେ ଉଦଘାଟନ ପାଇଁ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଏବଂ ସିଭିଲ ଏଭିଏସନ ବିଭାଗ ମଞ୍ଜୁରୀ ଦେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଲୋକେ। ଉଦଘାଟନ ସମୟରୁ ନେଇ ଆଜି ଯାଏ ଲୋକେ ହଇରାଣ ହରକତ ହୋଇ ଆସୁଛନ୍ତି।

ଏହା ମଧ୍ୟ ପଢନ୍ତୁ...ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ

ନାଇଟ ଲ୍ୟାଣ୍ଡିଂ ସହ ଅଟୋମେଟିକ ଲ୍ୟାଣ୍ଡିଙ୍ଗ ବ୍ୟବସ୍ଥା ILS(instrumental landing system) ମେସିନ ଦ୍ୱାରା ସମ୍ଭବ ହୋଇଥାଏ। ହେଲେ ଏହାର ସୁବିଧା ନଥିବାରୁ ଅନେକ ସମସ୍ୟା ଉପୁଜିଛି। ଠିକ୍ ସମୟରେ ବିମାନ ରାଉରକେଲାକୁ ଆସିପାରୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ତେବେ ଗୋଟିଏ ଏୟାରଲାଇନ୍ସ କ୍ରମାଗତ ଭାବେ ବିଭିନ୍ନ ସ୍ଥାନକୁ ୭ ରୁ ୮ ଟି ଟ୍ରିପ କରୁଥିବାରୁ ଏଭଳି ସମସ୍ୟା ହେଉଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା ଆଦି ସ୍ଥାନକୁ ଗୋଟିଏ ଦିନରେ ଯାତ୍ରା କରୁଥିବାରୁ ବିଳମ୍ବ ହେଉଥିବା କହିଛି ଆଲାଇନ୍ସ ଏୟାରଲାଇନ୍ସ । ତେବେ ଏହି ଏୟାରପୋର୍ଟରେ ନାଇଟ ଲ୍ୟାଣ୍ଡିଂ ସହ ଅଟୋମେଟକ ଲ୍ୟାଣ୍ଡିଂ ପାଇଁ ILS ମେସିନ ଲଗାଯିବା ନେଇ ଦାବି ଜୋର ଧରିଛି।

ଇଟିଭି ଭାରତ, ରାଉରକେଲା

Last Updated : Jul 8, 2023, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.