ETV Bharat / state

ରାଉରକେଲା ଏସପି ଦାୟିତ୍ବ ନେଲେ ମିତ୍ରଭାନୁ ମହାପାତ୍ର, ଉପାନ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣକୁ ଫୋକସ

ପୂର୍ବ ସୂଚନା ଓ ସରକାରୀ ଘୋଷଣା ମୁତାବକ ରାଉରକେଲାର ଆରକ୍ଷୀ ଅଧ୍ୟକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର । ଅଧିକ ପଢନ୍ତୁ

author img

By

Published : May 23, 2023, 8:00 AM IST

IPS Mitrabhanu Mohapatra
IPS Mitrabhanu Mohapatra
IPS Mitrabhanu Mohapatra

ରାଉରକେଲା: ରାଉରକେଲାର ନୂଆ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ମିତ୍ରଭାନୁ ମହାପାତ୍ର । ପୂର୍ବ ସୂଚନା ଓ ସରକାରୀ ଘୋଷଣା ମୁତାବକ ରାଉରକେଲାର ଆରକ୍ଷୀ ଅଧ୍ୟକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର । ସୋମବାର ରାଉରକେଲା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପୂର୍ବତନ ଅଧିକ୍ଷକ ମୁକେଶ କୁମାର ଭାମୋଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ତେବେ ସୂଚନା ମୁତାବକ, ୨୦୨୦ ମସିହାରେ ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବରେ ଯୋଗ ଦେଇଥ‌ିବା ମୁକେଶ କୁମାର ଭାମୋଙ୍କର ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଭାବରେ ବଦଳି ହୋଇଯାଇଛି । ଅନ୍ୟପଟେ ରାଉରକେଲା ସହର ସହ ବିଭିନ୍ନ ଥାନା ତଥା ବିଶ୍ରା, ବନ୍ଧୁମୁଣ୍ଡା, ଲାଠିକଟା, ଲହୁଣୀପଡା, ଚାନ୍ଦିପୋଷ, ବଣାଇ, କୋଇଡା, କେ. ବଲାଙ୍ଗ ,ଟାଙ୍ଗର ପାଲ୍ଲୀ, ମହୁଳପଦା ଏବଂ ଟିକାୟତ ପାଲ୍ଲୀ, ଗୁରୁଣ୍ଡିଆରେ ଆଦି ମୋଟ ୨୩ ଟି ରାଉରକେଲା ପୋଲିସ ଜିଲ୍ଲା ଅଧୀନରେ ଯାଉଛି । ତେବେ ଏସବୁ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ତାଙ୍କ ପାଇଁ ଏହା ନୂଆ ନୁହେଁ ବୋଲି ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର କହିଛନ୍ତି । ଏଥିସହ ରାଉରକେଲା ପୋଲିସ ଜିଲ୍ଲାରେ ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ ଏବଂ ସହଜରେ ଲୋକଙ୍କ ପାଖରେ ପହଞ୍ଚିବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ।

ସେହିପରି ଜିଲ୍ଲାରେ ରହିଥ‌ିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ମିତ୍ରଭାନୁ ମହାପାତ୍ର । ବିଶ୍ରା, ବନ୍ଧୁମୁଣ୍ଡା, ଲାଠିକଟା, ଲହୁଣୀପଡା, ଚାନ୍ଦିପୋଷ, ବଣାଇ, କୋଇଡା, କେ. ବଲାଙ୍ଗ ,ମହୁଳପଦା ଏବଂ ଟିକାୟତ ପାଲ୍ଲୀ ,ଗୁରୁଣ୍ଡିଆ ଆଦି ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ଅପରାଧୀ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ଘଞ୍ଚ ଜଙ୍ଗଲ ସହ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ସମସ୍ତ ଅଞ୍ଚଳରେ କିଭଳି ଅପରାଧ ନିୟନ୍ତ୍ରଣ କରିବେ ତାହା ବର୍ତ୍ତମାନ ଦେଖିବା ବାକି ରହିଲା ।

ପ୍ରକାଶ ଥାଉକି, ମିତ୍ରଭାନୁ ମହାପାତ୍ର ପୂର୍ବରୁ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତେବେ ୨୦୧୦ ବ୍ୟାଚ୍‌ର ଏହି ଆଇପିଏସ୍ ଅଧିକାରୀ କୋରାପୁଟ ଅତିରିକ୍ତ ଏସ୍‌ପି ସହିତ ମାଲକାନଗିରି, କନ୍ଧମାଳ ଓ ଅନୁଗୋଳରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଆଇପିଏସ୍ ଅଧିକାରୀ ଭାବେ ଗତ ୧୧ ବର୍ଷ ମଧ୍ୟରେ ମିତ୍ରଭାନୁ ମହାପାତ୍ର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୩ଟି ପୁରସ୍କାର ପାଇଛନ୍ତି । ଏହା ମଧ୍ୟରେ ମାଲକାନାଗିରି ଭଳି ବଣପାହାଡ଼ ଘେରା ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସଫଳତାର ସହିତ ଅଭିଯାନ ଅନ୍ୟତମ । ମିତ୍ରଭାନୁ ମହାପାତ୍ରଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାରେ ହୋଇଥିଲା । ଏହା ସହିତ ବେଶ୍ କିଛି ବର୍ଷର ବ୍ୟବଧାନ ପରେ ରାଉରକେଲାରେ ସେ ଜଣେ ଓଡ଼ିଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗ ଦେଇଛନ୍ତି । ତେଣୁ ତାଙ୍କ ନିକଟରୁ ରାଉରକେଲା ସ୍ଥାନୀୟ ବାସିନ୍ଦାଙ୍କ ଆଶା ଅଧିକ ରହିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.