ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ମାଦ୍ରିକାଲୋ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଦିବସ ଅବସରରେ ଜିଲ୍ଲାର କେତେକ ମହିଳାଙ୍କୁ ସମ୍ମାନିତ କରାଯାଇଛି । ଏହା ସହିତ ମହିଳାଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ।
ଜିଲ୍ଲାରେ କାର୍ଯ୍ୟରତ ଥିବା ବିଭିନ୍ନ ମହିଳାଙ୍କୁ ସେମାନଙ୍କ ନିଷ୍ଠଗତ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦିବସରେ ସୁନ୍ଦରଗଡ ବିଧାୟିକା , ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ମହିଳା ପଦାଧିକାରୀଙ୍କୁ ଆମନ୍ତ୍ରଣ କରି ନାରୀ ସଶକ୍ତିକରଣର ଉଦାହରଣ ସୃଷ୍ଟି କରିଛି । ପ୍ରତ୍ୟେକ କ୍ଷେତ୍ରରେ ଯିଏ ଯେଉଁ କାର୍ଯ୍ୟ କରୁଥାଉ ନାହିଁ ନା କାହିଁକି ସେହି କାର୍ଯ୍ୟ ମହିଳାଙ୍କୁ ସେମାନଙ୍କ କାମ ପାଇଁ ଉଚ୍ଚ ପ୍ରଶଂସା କରାଯାଇଛି । ମହିଳା ଓ ଶିଶୁଙ୍କ ସ୍ବତନ୍ତ୍ର ବିକାଶ ନେଇ ଜିଲ୍ଲା ପ୍ରଶାସନ କେତେକ ନୂଆ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ଜିଲ୍ଲାପାଳ ।
ମହିଳା ଦିବସ ଅବସରରେ କେତେ ଜଣ ମାଆଙ୍କୁ ମାତୃଜ୍ୟୋତି କିଟ୍ ପ୍ରଦାନ କରାଯାଇଛି । ସ୍ପୋର୍ଟ୍ସ ପାଇଁ ଫିଟନେଶ ଡାଏଟ୍ କିଟ୍ , ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କୁ ସ୍ବତନ୍ତ୍ର କିଟ୍ ଓ ଶାରୀରିକ ଅନଗ୍ରସର ପିଲାଙ୍କ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର କିଟ୍ ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସମସ୍ୟା ,ଆତଙ୍କ ଓ ଆସାମଜିକ ଲୋକମାନଙ୍କ ଠାରୁ ରକ୍ଷା କରିବା ଓ ସୁରକ୍ଷା ଦେବା ନେଇ ଜିଲ୍ଲା ପୋଲିସ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ମହିଳା , ଶିଶୁ, ଓ ଯୁବତୀଙ୍କ ଉପରେ ହେଉଥିବା ସମସ୍ତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ଏକ ଆଣ୍ଟି ରାକେଟ ଗଠନ କରିଥିବା କଥା କହିଛନ୍ତି ଜିଲ୍ଲାପାଳ । ଏହି ଆଣ୍ଟି ରାକେଟ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବା ସହ ଦରକାର ପଡିଲେ ଘଟଣାସ୍ଥଳରେ ସାବାଡ କରିବ ବୋଲି।
ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁନ୍ଦରଗଡ ବିଧାୟିକା ଯୋଗଦେଇ ସେ ଜଣେ ମହିଳା ହୋଇଥିବାରୁ ଭଗବାନଙ୍କ ନିକଟରେ ଚିରକୃତଜ୍ଞ ବୋଲି ହୋଇଛନ୍ତି । କେବଳ ସେତିକି ନୁହେଁ ନିଜେ ଜଣେ ମହିଳା ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି । ତେବେ ସେ ମହିଳାଙ୍କ ପାଇଁ ସବୁ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ