ETV Bharat / state

ସୁନ୍ଦରଗଡ଼ ଗସ୍ତରେ ଗାନ୍ଧିବାଦୀ ପି.ଭି ରାଜଗୋପାଳ, ଜଙ୍ଗଲ ଜମିକୁ ନେଇ ବର୍ଷିଲେ

ସୁନ୍ଦରଗଡ଼ ଗସ୍ତରେ ଗାନ୍ଧିବାଦୀ ପି ଭି ରାଜଗୋପାଳ । ଜଙ୍ଗଲ ଜମିକୁ ନେଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

author img

By

Published : Apr 15, 2023, 2:16 PM IST

Rajagopal P V visited sundergarh
Rajagopal P V visited sundergarh
Rajagopal P V visited sundergarh

ରାଉରକେଲା: ଶୁକ୍ରବାର ସୁନ୍ଦରଗଡ଼ ଗସ୍ତରେ ଆସିଥିଲେ ବିଶିଷ୍ଟ ଗାନ୍ଧିବାଦୀ ଏବଂ ଅହିଂସା ପ୍ରେମୀ ପି ଭି ରାଜଗୋପାଳ । ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଦିବାସୀଙ୍କ ମୌଳିକ ଅଧିକାର ବିଷୟରେ କହିଥିଲେ । ପିଭି ରାଜଗୋପାଳ ଜଙ୍ଗଲ ଜମି ବିଷୟକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି ।

ପି.ଭି ରାଜଗୋପାଳ ରାଉରକେଲା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଏବଂ ରାଜ୍ୟରେ ଚାଲିଥିବା ଅନୈତିକ କାର୍ଯ୍ୟକୁ ନେଇ ବର୍ଷିଥିଲେ । ସେ କହିଛନ୍ତି, "ଜନ ସାଧାରଣଙ୍କୁ ଏକ ସୁଶାସନର ସରକାର ଦରକାର । ଏହା ପ୍ରତି ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ବ ମଧ୍ୟ ରହିଛି । ତେବେ ଏହି ଦାୟିତ୍ୱକୁ ରାଜ୍ୟ ସରକାର ନ ଭୁଲି ଏହାପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ଭୟ, ହିଂସା କେବେବି ରାଜ୍ୟ ଏବଂ ଦେଶର ମୌଳିକ ଉପାୟ ହେବ ଅନୁଚିତ । ରାଜ୍ୟ ସରକାରଙ୍କ ଆଦିବାସୀ ଲୋକଙ୍କ ଜଙ୍ଗଲ, ଜମି ଏବଂ ଜଳ ସମ୍ପର୍କରେ ଦାୟିତ୍ୱବାନ ହେବା ଜରୁରୀ ।"

ସେ ଆହୁରି ମଧ୍ୟ କହିଛନ୍ତି, "ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ ଜଳ, ଜଙ୍ଗଲ, ଜମିର ମୂଳ ମାଲିକ ହେଉଛନ୍ତି ଆଦିବାସୀ । କିନ୍ତୁ ତାଙ୍କର ଜଙ୍ଗଲ ଜମି ଉପରେ ଅଧିକାର ଜମାଉଛନ୍ତି ପୁଞ୍ଜିପତି ବ୍ୟବସାୟୀ । ଏଠାରେ ରାଜ୍ୟ ସରକାର ଅହିଂସା ବଦଳରେ ହିଂସାକୁ ଅଧିକ ପ୍ରଶ୍ରୟ ଦେଉଛନ୍ତି । ବର୍ତ୍ତମାନ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଛି । ଆଦିବାସୀଙ୍କ ଜମି ଉପରେ ରାଜ୍ୟ ସରକାର ପୁଞ୍ଜିପତିମାନଙ୍କୁ ହସ୍ତାନ୍ତର କରିଦେଉଛନ୍ତି । ଫଳରେ ଏହାର ଦଶା ଭୋଗୁଛନ୍ତି ଆଦିବାସୀ । ତେବେ ଏଭଳି ଭାବରେ ଲୋକଙ୍କ ମୌଳିକ ଅଧିକାର ଥିବା ଜଙ୍ଗଲ, ଜମି, ଜଳ ଉପରେ ରାଜ୍ୟ ସରକାର ଏବଂ ପୁଞ୍ଜିପତି ବ୍ୟବସାୟୀମାନେ ହିଂସାକାଣ୍ଡ କରି ଜାଗାକୁ ହଡପ କରୁଛନ୍ତି । ତେବେ ରାଜ୍ୟ ସରକାର ମଧ୍ୟ ଏହି ହିଂସାକାଣ୍ଡ ଉପରେ କେଉଁଠି ନା କେଉଁଠି ଦାୟୀ ଅଛନ୍ତି । ଲୋକଙ୍କ ଜଙ୍ଗଲ ଜମିକୁ ହଡପ ନକରି କିଭଳି ଭାବରେ ଏହାର ବିକଳ୍ପ ରୂପ ତିଆରି କରାଯିବ ତାହା ନେଇ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ।"

ପ୍ରକାଶଥାଉକି, ଦ୍ୱିତୀୟ ଭାରତୀୟ ଭାବରେ ଅହିଂସା ଏବଂ ଶାନ୍ତି ପାଇଁ ପୁରସ୍କାର ପାଇବେ ଜାପାନର ମର୍ଯ୍ୟାଦା ସମ୍ପନ୍ନ ନିୱାନୋ ଶାନ୍ତି ପୁରସ୍କାର । ଆସନ୍ତା ମେ ୧୧ ରେ ଭାରତର ଦ୍ୱିତୀୟ ବ୍ୟକ୍ତି ଭବରେ ଜାପାନର ଟୋକିଓରେ ୪୦ ତମ ନିୱାନ ଶାନ୍ତି ପୁରସ୍କାର ପାଇବେ ପି ଭି ରାଜଗୋପାଳ । ସାରା ବିଶ୍ୱର ଶାନ୍ତି ସହ ଲୋକଙ୍କ ପାଇଁ ସମାଜରେ ଭଲ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.