ETV Bharat / state

ରାଉରକେଲାରେ ଟୀକାକରଣକୁ ନେଇ ଉତ୍ସାହିତ ଯୁବପିଢୀ, ଦିନକରେ ଟିକା ନେଲେ 3800 - 3,800 young people were vaccinated a day in rourkela

ସହରରେ ମଙ୍ଗଳବାର ଆରମ୍ଭ ହୋଇଛି 18 ରୁ 44 ବର୍ଷ ବର୍ଗର ବ୍ୟକ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମ । ଯୁବପିଢୀଙ୍କ ମଧ୍ୟରେ ବେଶ ଉତ୍ସାହ । ଅଧିକ ପଢନ୍ତୁ....

ରାଉରକେଲାରେ ଟିକାକରଣକୁ ନେଇ ଉତ୍ସାହିତ ଯୁବପିଢୀ , ଦିନକରେ ଟିକା ନେଲେ 3,800

author img

By

Published : May 12, 2021, 6:13 AM IST

ରାଉରକେଲା: ସହରରେ ମଙ୍ଗଳବାର ଆରମ୍ଭ ହୋଇଛି 18 ରୁ 44 ବର୍ଷ ବର୍ଗର ବ୍ୟକ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ଯୁବପିଢୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 3 ହଜାର 8 ଶହ ଜଣ ଟିକା ନେଇଥିବା ତଥ୍ୟରୁ ଜଣା ପଡିଛି । ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଟିକା ଦାନ ପାଇଁ ସହରରେ 8 ଟି କେନ୍ଦ୍ର ଖୋଳାଯାଇଥିଲା । ପ୍ରତି କେନ୍ଦ୍ରରେ ପ୍ରାୟ 5 ଶହ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଲକ୍ଷ ଧାର୍ଯ୍ୟ କରିଥିଲା ପ୍ରଶାସନ । ତେବେ ଶାନ୍ତି ଶୃଙ୍ଖଳାର ସହ 3 ହଜାର 8 ଶହ ବ୍ୟକ୍ତି ଟିକା ଗ୍ରହଣ କରିଛନ୍ତି । ସେହିପରି 45 ବର୍ଷରୁ ଉର୍ଦ୍ଦ୍ବଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାରରେ ଟୀକାକରଣ ପାଇଁ ଧାର୍ଯ୍ୟ କରିଛି ପ୍ରଶାସନ । ବୟସ୍କ ମାନଙ୍କୁ କେବଳ ଦ୍ବିତୀୟ ଡୋଜ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ସେମାନଙ୍କ ପାଇଁ ପଞ୍ଜୀକରଣର ମଧ୍ୟ ସମସ୍ତ ମାପଦଣ୍ଡକୁ ବାଦ ଦିଆଯାଇଛି । ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ଗ୍ରହଣ କରିପାରିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ଟିକା ନେବାକୁ ଆସିଥିବା ବ୍ୟକ୍ତି ବିଶେଷ କୋଭିଡ ନିୟମ ପାଳନ ପୂର୍ବକ ପ୍ରଶାସନକୁ ସହାୟତା କରିଥିବା ଦର୍ଶାଇ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.