ETV Bharat / state

ରାଉରକେଲା ଉନ୍ନତି ପାଇଁ ୧୧ ଦଫା ଦାବି ଉପସ୍ଥାପନ କଲା ନାଗରିକ ସୁରକ୍ଷା କମିଟି

author img

By

Published : Jul 9, 2023, 10:11 PM IST

ରାଉରକେଲା ସହରର ଲୋକଙ୍କ ଦାବିକୁ ଉଠାଇଲେ ନାଗରିକ ସୁରକ୍ଷା କମିଟି । ୧୧ ଦଫା ଦାବି ନେଇ ଏକ ବୈଠକ ଅନୁଷ୍ଠିତ । ସରକାର ଦାବି ନଶୁଣିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନର ଚେତାବନୀ । ଅଧିକ ପଢ଼ନ୍ତୁ

ସରକରାଙ୍କ ସମ୍ମୁଖରେ ୧୧ ଦଫା ଦାବି ଅଣିଲା ନାଗରିକ ସୁରକ୍ଷା କମିଟି

ରାଉରକେଲା: ରାଉରକେଲା ସହରର ବିକାଶ ଦାବିରେ ନାଗରିକ ସୁରକ୍ଷା କମିଟି ବୈଠକ । ରାଉରକେଲା ସହରର ବିକାଶ ପାଇଁ ନାଗରିକ ସୁରକ୍ଷା କମିଟି ପକ୍ଷରୁ 11ଟି ଦାବି ରଖାଯାଇଛି । ଏହି ଦାବିକୁ ନେଇ ଏକ ଆଲୋଚନା ଓ ସମାଧାନ ପାଇଁ ଏକ ବୈଠକର ଆଲୋଚନା କରାଯାଇଥିଲା । କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ବୁଦ୍ଧିଜୀବୀ, ସଂସ୍କୃତି ଓ ସମାଜସେବୀଙ୍କ ଏହି ବୈଠକରେ ଉପସ୍ଥିତ ରହିଥିଲେ । ୧୧ ଦଫା ଦାବି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଯଥା ସମ୍ଭବ ସମସ୍ତ ଦାବିକୁ ସରକାର ମାନି ନେବାକୁ ଦାବି ହୋଇଛି ।

ଦାବି ଗୁଡିକ ହେଲା:

  1. ଏମ୍ସ ଢାଞ୍ଚାରେ ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲକୁ ପରିଚାଳନା କରିବା ଏବଂ ଏକ ସ୍ନାତକୋତ୍ତର ମେଡିକାଲ କଲେଜ ପ୍ରତିଷ୍ଠା କରିବା । ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଏମ୍ସର ଢାଞ୍ଚା ସହ ଯୋଡ଼ାଯାଉ ନଚେତ ଏମ୍ସକୁ ହସ୍ତାନ୍ତର କରାଯାଉ, ଯାହାଦ୍ୱାରା ଏହାର ସାମର୍ଥ୍ୟ ବୃଦ୍ଧି ହେବ ବୋଲି ମଞ୍ଚ କହିଛି ।
  2. ତାଳଚେର ଗଡ଼ ରେଳପଥର ଯଥା ସମ୍ଭବ କାର୍ଯ୍ୟ ଶେଷ କରାଯାଉ । ପରିବହନ ସହ ଲୋକଙ୍କ ରେଳ ଯାତ୍ରା କରିବା ଭିତ୍ତିଭୂମିର ଗୁରୁତ୍ୱକୁ ଉପଲବ୍ଧି କରି ତାଳଚେର ବିମଲାଗଡ଼ ରେଳ ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଉପରେ କମିଟି ଗୁରୁତ୍ୱାରୋପ କରିଛି ।
  3. ରାଉରକେଲାରେ ପ୍ରତିଷ୍ଠା କରାଯାଉ ସାଧାରଣ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ଓ ବୌଦ୍ଧିକ ଅଭିବୃଦ୍ଧି ପାଇଁ ରାଉରକେଲାରେ ଏକ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି ।
  4. ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡିଭିଜନ ଘୋଷଣା କରାଯାଉ । ରେଳ ଭିତ୍ତିଭୂମି ଓ ସେବାରେ ଉନ୍ନତି ଆଣିବା ପାଇଁ ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦିଆଯାଉ ।
  5. ରାଉରକେଲା ବିମାନ ବନ୍ଦର ବର୍ଦ୍ଧିତ ବିମାନ ଯୋଗାଯୋଗର ଆବଶ୍ୟକତାକୁ ହୃଦୟଙ୍ଗମ କରି କମିଟି ରାଉରକେଲା ବିମାନ ବନ୍ଦରର ବିକାଶକୁ ପ୍ରାଥମିକତା ଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ।
  6. ଏକ ସଫ୍ଟୱେର ପାର୍କ ପ୍ରତିଷ୍ଠା ମଧ୍ୟ କରାଯାଉ । ଟେକ୍ନୋଲୋଜି କ୍ଷେତ୍ରର ସମ୍ଭାବନାକୁ ଉପଯୋଗ କରିବା ପାଇଁ ରାଉରକେଲାରେ ଏକ ସଫ୍ଟୱେର ପାର୍କ ପ୍ରତିଷ୍ଠା ଦାବି ଉପରେ ଆଲୋଚନା ହୋଇଥିଲା ।
  7. ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ଏସ୍ଏମ୍ଇର ଉନ୍ନତି କରାଯାଉ ।
  8. ବିସ୍ଥାପିତମାନଙ୍କ ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।
  9. RSPର ଆଧୁନିକୀକରଣ ଓ ସମ୍ପ୍ରସାରଣ ମଧ୍ୟ କରାଯାଉ ।
  10. ରାଉରକେଲାରେ ESIC ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ ।
  11. ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ଷ୍ଟେସନର ଉନ୍ନତିକରଣ ଓ ରେଳପଥ ନିର୍ମାଣ କରାଯାଉ କାରଣ ସୁନ୍ଦରଗଡ଼ ଜିଲ୍ଲାରୁ ବ୍ୟାପକ ଅର୍ଥ ଆଦାୟ ହେଉଥିବା ବେଳେ ଏହି ଜିଲ୍ଲାରେ ଷ୍ଟେସନ ଗୁଡିକର ଉନ୍ନତିକରଣ କରାଯାଉ ନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.