ସୁନ୍ଦରଗଡ: 21 ତାରିଖରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଦଘାଟନ କରିବେ ମିଲ୍ଟି ସ୍ପେସିଆଲିଟି ହସ୍ପିଟାଲ। ସ୍ପେସିଆଲିଟି ହସ୍ପିଟାଲ ରାଜନୀତିକୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟିର ମାନବ ଶୃଙ୍ଖଳ କରିଛି ।
ଶୁକ୍ରବାର ରାଉକେଲାରେ ସ୍ପେସିଆଲିଟି ହସ୍ପିଟାଲକୁ ନେଇ ସନ୍ଧ୍ୟା 5:00 ରୁ 5:30 ପର୍ଯ୍ୟନ୍ତ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଷ୍ଟିଲପ୍ଲାଣ୍ଟ ରିଙ୍ଗ ରୋଡ଼ର ଆମ୍ବାଗନ ଛକ, ବିଶ୍ରା ଛକ, ହନୁମାନ ବାଟୀକା ଛକ, କୋର୍ଟ ଛକ ଓ ଛେଣ୍ଡ ଛକ ସହ ବିଭିନ୍ନ ଛକ ମାନଙ୍କରେ ମାବବ ଶୃଙ୍ଖଳା , ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରକୃତରେ ଏହା ସୁପର ସ୍ପେଶାଲିଟି ନୁହେଁ ଏହା କେବଳ ସୁପର ସ୍ପେଶାଲିଟି ହସ୍ପିଟାଲର କୋଠା ନିର୍ମାଣ କରାଯାଇଛି ବୋଲି କହିଛି ଏହି କମିଟି ।
ରାଷ୍ଟ୍ରପତିଙ୍କୁ ଅନ୍ଧାରରେ ରଖି,ମିଛ କହି ଉଦଘାଟନ କରାଯାଉଛି ଏହି କୋଠା । ସୁପର ସ୍ପେଶାଲିଟି ହସ୍ପିଟାଲ ସହ ଏମ୍ସ ଦାବି କରି ଲୋକଙ୍କୁ ମାଗଣାରେ ଉନ୍ନତ ମାନର ଚିକିତ୍ସା ଯୋଗାଇବା ଦାବିରେ ଆଜି ରାଉରକେଲା ନାଗରିକ ସୁରକ୍ଷା କମିଟି ଏହି ପଦ କ୍ଷେପକୁ ଆପଣେଇଥିଲା । କମିଟିର ଏହି ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ଜଣାଇ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିସ୍ଥାପିତ ଶ୍ରମିକ ସଂଗଠନର ସାଧାରଣ ସଂପାଦକ ମହେଶ୍ୱର ଟପ୍ପୋ ସାମିଲ ହୋଇଥିଲେ ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର,ଇଟିଭି ଭାରତ