ETV Bharat / state

Excise Department Raid: ବିପୁଳ ପରିମାଣର ଦେଶୀ ମଦ ଜବତ, 2 ଗିରଫ

ବିଶ୍ରା ଥାନା ଅଞ୍ଚଳର ଦୁଇଟି ଗ୍ରାମରେ ଅବକାରୀ ବିଭାଗର ରେଡ । ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

author img

By

Published : Apr 10, 2023, 12:25 PM IST

huge quantity of liquor seized in rourkela

ରାଉରକେଲା: ବିଶ୍ରା ଥାନା ଅଞ୍ଚଳରେ ବଢ଼ିବାରେ ଲାଗିଛି ଦେଶୀ ମଦ କାରବାର । ସ୍ଥାନେ ସ୍ଥାନେ ଘରେ ଭିତରେ ଚାଲିଛି ମଦ ବେପାର ସହ ମଦ ତିଆରି । ଦେଶୀ ମଦ ତିଆରି କରି ମାର୍କେଟକୁ ହେଉଛି ସପ୍ଲାଇ। ମହୁଲ ଫୁଲରୁ ତିଆରି ହେଉଛି ମହୁଲି ପୋଚ । ଦେଶୀ ମହୁଲି ତିଆରି ଏହାକୁ ବେଆଇନ ଭାବେ ବିକ୍ରି କରି ମାଲେ ମାଲ ହେଉଛନ୍ତି ବେପାରୀ । ଏହାକୁ ପିଇ ଅନେକ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି । ଯାହାକୁ ନେଇ ଆକ୍ସନ ମୋଡରେ ରାଉରକେଲା ଅବକାରୀ ବିଭାଗ । ବିଶ୍ରା ଥାନା ଲାଙ୍କଇ ଏବଂ ଲହଣ୍ଡା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ଦଶରଥ ଓରାମ ଏବଂ କୁଆଁରୀ କୁମ୍ଭାର । ପ୍ରାୟ 690 ଲିଟର ମହୁଲି ମଦ ଓ 23900 କେଜି ମହୁଲ ପୋଚ ଜବତ କରି ଏହାକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ବିଭାଗ ରାଉରକେଲା ଉପକଣ୍ଠ ବିଶ୍ରା ଥାନା ଲାଙ୍କଇ ଏବଂ ଲହଣ୍ଡା ଗ୍ରାମରେ ଘରେ ବିପୁଳ ପରିମାଣର ଦେଶୀ ମହୁଲି ମଦ ଗଚ୍ଛିତ ଥିବା ନେଇ ଏକ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଅତର୍କିତ ଭାବରେ ଲାଙ୍କଇ ଏବଂ ଲହଣ୍ଡା ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏଥିସହ ମଦ ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଦେଶୀ ମଦ ତିଆରି କରିବା ପରେ ଏହାକୁ ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଥିଲା । ଯାହାକୁ ଖୁସିର ସହ ପିଉଥିଲେ ଲୋକେ । ତେବେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଆଗାମୀ ଦିନରେ ମଧ୍ୟ ଏଭଳି ଭାବରେ ଦେଶୀ ମହୁଲି ମଦ ତିଆରି ସ୍ଥାନରେ ଚଢାଉ କରିବା ସହ ସେଗୁଡିକୁ ନଷ୍ଟ କରାଯିବ ନେଇ ସୂଚନା ଦେଇଛି ଅବକାରୀ ବିଭାଗ ।

ଗତ କିଛିଦିନ ତଳେ ରାୟଗଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା । ଏଥି ସହ ଏହି କାରବାରରେ ଲିପ୍ତ ଥିବା 3 ଜଣଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ । ସାନ ସାନ୍ଦୁବାଡି ଏବଂ ଶୀକାବାଡି ଗ୍ରାମରେ ଚଢାଉ କରି ଏହି ମଦ ଜବତ କରାଯାଇଥିଲା । ଓଡିଶା ଅବକାରୀ ବିଭାଗର 65 ଅଧିକାରୀ, ଆନ୍ଧ୍ର ଅବକାରୀ ବିଭାଗର 39 ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.