ETV Bharat / state

Hockey World Cup: ଅଫଲାଇନ ଟିକେଟ ବିକ୍ରି ଆରମ୍ଭ, କାଉଣ୍ଟର ଆଗରେ ପ୍ରବଳ ଭିଡ

author img

By

Published : Dec 19, 2022, 1:21 PM IST

ହକି ବିଶ୍ବକପ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ବିର୍ସାମୁଣ୍ଡା ଷ୍ଟାଡିୟମର 2 ନମ୍ବର ଓ 6 ନମ୍ବର ଗେଟରେ ଟିକେଟ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ଅଧିକ ପଢନ୍ତୁ

offline ticket sale for Hockey World Cup

ରାଉରକେଲା: ପୁରୁଷ ହକି ବିଶ୍ବକପ ଯେତିକି ପାଖଉଛି ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ସେତିକି ବଢିବାକୁ ଲାଗିଛି । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ଏନେଇ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍‌ ପାଇଁ ଦୀର୍ଘ ସମୟ ଧରି ଧାଡି କରି ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ ।

ରାଉରକେଲା ସହରରେ ମୋଟ ୨୦ଟି ମ୍ୟାଚ ଖେଳାଯିବ । ତେବେ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ରହିଛି । ହକି ବିଶ୍ୱକପ ଦେଖିବା ଲାଗି ରାଉରକେଲା ଇସ୍ପାତ ସହରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । କେବଳ ଯୁବବର୍ଗ ନୁହନ୍ତି, ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ବିଶ୍ୱକପ ଦେଖିବାକୁ ଉତ୍କଣ୍ଠା ବଢି ଚାଲିଛି । ଆଜି ଠାରୁ ରାଉରକେଲା ଠାରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ରାଉରକେଲା ସହର ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍‌ କିଣିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ରାଉରକେଲା ଷ୍ଟାଡିଅମ ନିକଟ ବକ୍ସ ଅଫିସ ଟିକେଟ କାଉଣ୍ଟର ସମ୍ମୁଖରେ ମଧ୍ୟ ଲୋକଙ୍କ ଭିଡ ଲାଗିଛି । ଅଫଲାଇନ ଟିକେଟ କାଉଣ୍ଟର ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲୁ ରହିବ । ହକି ପ୍ରତି ଭଲ ପାଇବା ପାଇଁ ଭୋର ୫ଟାରୁ ଟିକେଟ୍‌ ପାଇଁ ଲୋକେ ଭିଡ଼ ଲଗାଇଥିଲେ । ଯୁବକ,ବୟସ୍କ,ମହିଳା, ଛାତ୍ରଛାତ୍ରୀ ସବୁ ବର୍ଗର କ୍ରୀଡ଼ାପ୍ରେମୀ ଲାଇନରେ ଠିଆ ହୋଇଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ହକି ବିଶ୍ୱକପ ଲାଗି ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିମର ଗେଟ ନମ୍ବର ୨ ଏବଂ ଗେଟ ନମ୍ବର ୬ରେ ଟିକେଟ ମିଳୁଥିବା ସୂଚନା ରହିଛି ।

ଏହା ବି ପଢନ୍ତୁ...Hockey World Cup: ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ଆଦିବାସୀ ଝିଅ

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.