ETV Bharat / state

2023 ହକି ବିଶ୍ବକପ: ରାଉରକେଲାରେ ହକି ଇଣ୍ଡିଆର ଅଧିକାରୀ - ରାଉରକେଲାରେ ହକି ଇଣ୍ଡିଆର ଅଧିକାରୀ

2023 ହକି ବିଶ୍ବକପ ନେଇ ରାଉରକେଲାରେ ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅଧିକାରୀ । ଅଧିକ ପଢ଼ନ୍ତୁ...

Hockey india, Hockey india official visits rourkela, 2023 hockey world cup,  ରାଉରକେଲାରେ ହକି ଇଣ୍ଡିଆର ଅଧିକାରୀ, 2023 ହକି ବିଶ୍ବକପ
2023 ହକି ବିଶ୍ବକପ: ରାଉରକେଲାରେ ହକି ଇଣ୍ଡିଆର ଅଧିକାରୀ
author img

By

Published : Dec 13, 2019, 8:22 PM IST

ରାଉରକେଲା: ହକି ବିଶ୍ବକପ 2023 ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଶୁକ୍ରବାର ରାଉରକେଲା ଗସ୍ତ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡଃ ୟେଦ୍ଦୁଲା ବିଜୟଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କାର୍ଯ୍ୟାଳୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଭେଟିଛନ୍ତି ।

ଆଗାମୀ ହକି ବିଶ୍ବକପର କିଛି ମ୍ୟାଚ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ଓ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲର ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ପରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀ ମାନେ ଆଇଜିଏଚ୍, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ଏୟାରପୋର୍ଟ ଓ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ ବୁଲି ଦେଖିଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଓଡ଼ିଶା ହକି ୱାର୍ଲ୍ଡ କପ ୨0୨୩ ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀ ମାନେ ଆଜି ରାଉରକେଲା ଗସ୍ତରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡା. ୟେଦ୍ଦୁଲା ବିଜୟଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କାର୍ଯ୍ୟାଳୟରେ ଭେଟିଥିଲେ।

Body:ଆଗାମୀ ହକି ୱାର୍ଲ୍ଡ କପ୍ ର କିଛି ମ୍ୟାଚ୍ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ୍ ଓ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲର ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ମଧ୍ୟ ଉପସ୍ଥିତ ଥିଲେ।

Conclusion: ଆଲୋଚନା ପରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀ ମାନେ ଆଇଜିଏଚ୍, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ଏୟାରପୋର୍ଟ ଓ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ ବୁଲି ଦେଖିଥିଲେ। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.