ETV Bharat / state

ବ୍ୟାପକ ପରିମାଣରେ ନକଲି ମସଲା ଜବତ - rourkela news

ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗର ଚଢାଉ । ଏକ ଭଡା ଘରେ ବ୍ୟାପକ ପରିମାଣରେ ନକଲି ବ୍ରାଣ୍ଡର ଖାଦ୍ୟ ମସଲା ଜବତ କରିଛି ସ୍ବାସ୍ଥ୍ୟ ବିଭାଗ ।

duplicate-masala-seize
ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : Dec 1, 2019, 4:01 AM IST

ରାଉରକେଲା : ନକଲି ମସଲା ଜବତ । ଏକ ଭଡାଘରେ ନକଲି ମସଲା ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ମସଲା ବିପୁଳ ପରିମାଣରେ ଜବତ କରିଛି ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ଘରେ ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ମସଲା ଜବତ କରାଯାଇଛି । ଏହି ମସଲା ପ୍ରସିଦ୍ଧ 'ଗୃହସ୍ଥୀ 'ମସଲା ବ୍ରାଣ୍ଡର ଏବଂ ସବୁ ପ୍ୟାକେଟ ସମୟ ଅବଧି ସରିଯାଇଛି । MG ଏଣ୍ଟରପ୍ରାଇଜେସ ନାମକ ଏହି ସଂସ୍ଥା ସିଭିଲ ଟାଉନସିପର ଏସ- 5 ଘରର ଦୁଇଟି ରୁମରେ ମସଲା ରଖିଥିଲା। ସ୍ବାସ୍ଥ୍ୟ ବିଭାଗ ସମସ୍ତ ମସଲା ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି । ଏହି ମସଲା ଗୃହସ୍ଥୀ କମ୍ପାନୀର ଅଥବା କମ୍ପାନୀର ବ୍ରାଣ୍ଡ ଲଗାଇ ଖୁଚୁରା ମାର୍କେଟରେ ସପ୍ଲାଇ କରୁଥିଲା ତାର ତଦନ୍ତ ଚାଲିଛି । ତେବେ ଏହି ଗୋଦାମର ମାଲିକ ଚଢାଉ ପରେ ଫେରାର ହୋଇଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ସିଭିଲ ଟାଉନଶିପ ଅଞ୍ଚଳ ରେ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ଘରେ ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖାଦ୍ୟ ଅନୁପଯୋଗୀ ମସଲା ଜବତ କରାଯାଇଛି ।

Body:ଏହି ମସଲା ପ୍ରସିଦ୍ଧ "ଗୃହସ୍ଥୀ " ମସଲା ବ୍ରାଣ୍ଡର ଏବଂ ସବୁ ପ୍ୟାକେଟ ଏକ୍ସପ୍ୟାରୀ ଡେଟ ବାହାରେ । MG ଏଣ୍ଟର ପ୍ରାଇଜ଼ଏସ ନାମକ ଏହି ସଂସ୍ଥା ସିଭିଲ ଟାଉନ ଶିପ ର ଏସ- 5 ଘରର ଦୁଇଟି ରୁମ ରେ ଏହି ମାଲ ରଖିଥିଲା। ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମସଲା ଜବତ କରି ତଦନ୍ତ ଚଳାଇଛନ୍ତି ।

Conclusion:ଏହି ମସଲା ଗୃହସ୍ଥି କମ୍ପାନୀ ର ଅଥବା କମ୍ପାନୀ ର ବ୍ରାଣ୍ଡ ଲଗାଇ ଖୁଚୁରା ମାର୍କେଟ ରେ ସପ୍ଲାଇ କରୁଥିଲା ତାର ତଦନ୍ତ ଚାଲିଛି । ତେବେ ଏହି ଗୋଦାମର ମାଲିକ ଚଢ଼ାଉ ପରେ ଫେରାର ହୋଇଯାଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.