ETV Bharat / state

ରାଉରକେଲାରେ ‘ଆପଣଙ୍କ ଦ୍ବାରରେ ପହଞ୍ଚିଲା ହରିଦ୍ବାର’ ଅଭିଯାନ - rourkela news

ରାଉରକେଲାରେ ‘ଆପଣଙ୍କ ଦ୍ବାରରେ ପହଞ୍ଚିଲା ହରିଦ୍ବାର’ ଅଭିଯାନ ଆରମ୍ଭ ହୋଇଛି ।

ରାଉରକେଲାରେ "ଆପଣଙ୍କ ଦ୍ବାରରେ ପହଞ୍ଚିଲା ହରିଦ୍ବାର" ଅଭିଯାନ ଆରମ୍ଭ

author img

By

Published : Feb 27, 2021, 7:39 AM IST

ସୁନ୍ଦରଗଡ: ଚଳିତବର୍ଷ ହରିଦ୍ବାରରେ ମହାକୁମ୍ଭ ସ୍ନାନ ମେଳା ଗତ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଛି । ଏହି ମେଳା ଆସନ୍ତା ଚୈତ୍ର ପୂର୍ଣ୍ଣିମାରେ ଶେଷ ହେବ। କୋରୋନା ପ୍ରତିବନ୍ଧକ ଯୋଗୁଁ ଏହି ମହାକୁମ୍ଭରେ ଯୋଗଦେବା ସମସ୍ତଙ୍କ ପାଇଁ ସମ୍ଭବ ହେଉ ନାହିଁ । ଏହାକୁ ଦୃଷ୍ଟିରେ ରଖି ଶାନ୍ତିକୁଞ୍ଜ, ହରିଦ୍ବାରରୁ ସମଗ୍ର ଭାରତ ବର୍ଷର ଲୋକଙ୍କ ପାଇଁ ‘ଆପଣଙ୍କ ଦ୍ବାରରେ ପହଞ୍ଚିଲା ହରିଦ୍ବାର’ ଅଭିଯାନ ଆରମ୍ଭ କରାଯାଇଛି ।

ରାଉରକେଲାରେ "ଆପଣଙ୍କ ଦ୍ବାରରେ ପହଞ୍ଚିଲା ହରିଦ୍ବାର" ଅଭିଯାନ ଆରମ୍ଭ

ସେହି ଅଭିଯାନ ରଥ ଗୁରୁବାର ରାଉରକେଲା ସେକ୍ଟର-2 ଗାୟତ୍ରୀ ଶକ୍ତିପୀଠରେ ପହଞ୍ଚିଛି । ଏହାକୁ ନେଇ ଗାୟତ୍ରୀ ଉପାସକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ରାଉରକେଲାରେ ଏନେଇ ହର ହର ଗଙ୍ଗେ, ଘର ଘର ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଶାନ୍ତିକୁଞ୍ଜ, ହରିଦ୍ବାରରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି ।

କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡ଼ା ସମେତ ଦେବଗଡ଼ ଜିଲ୍ଲାର ଶତାଧିକ ଭକ୍ତ ଭାଗ ନେଇଥିଲେ। ଏହି ଅଭିଯାନରେ ଶ୍ରଦ୍ଧାଳୁ ମାନେ ନିଜ ଘରେ ଗଙ୍ଗାଜଳ ଓ ଦେବ ସ୍ଥାପନା କରି କୁମ୍ଭସ୍ନାନର ପୂଣ୍ୟ ଲାଭ କରିପାରିବେ ବୋଲି ହରିଦ୍ବାର ପ୍ରତିନିଧି ଦଳ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.