ETV Bharat / state

ବଗି ଛାଡ଼ି ଇଞ୍ଜିନ ଛୁ, ମାଲବାହୀ ଟ୍ରେନ୍‌ର କପ୍ ଲିଙ୍କ୍ ଭାଙ୍ଗି ଯିବାରୁ ଅଘଟଣ - ମାଲବାହୀ ଟ୍ରେନର କପ୍ ଲିଙ୍କ୍ ଭାଙ୍ଗି ଯିବାରୁ ଅଘଟଣ

ରାଉରକେଲାରେ ବଗି ଛାଡ଼ି ପଳାଇଲା ଟ୍ରେନର ଇଞ୍ଜିନ । ମାଲବାହୀ ଟ୍ରେନର କପ ଲିଙ୍କ ଭାଙ୍ଗି ଯିବାରୁ ଘଟିଲା ଅଘଟଣ । ଅଧିକ ପଢ଼ନ୍ତୁ

goods train get detached from engine
ରାଉରକେଲାରେ ବଗି ଛାଡ଼ି ପଳାଇଲା ଟ୍ରେନର ଇଞ୍ଜିନ
author img

By

Published : Jul 30, 2023, 5:32 PM IST

ରାଉରକେଲାରେ ବଗି ଛାଡ଼ି ପଳାଇଲା ଟ୍ରେନର ଇଞ୍ଜିନ

ରାଉରକେଲା: ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ବଗି ଛାଡି ଚାଲିଗଲା ଇଞ୍ଜିନ । ରାଉରକେଲା ବାସନ୍ତୀ କଲୋନି ଓଭରବ୍ରିଜ ନିକଟରେ ହାୱଡାରୁ ମୁମ୍ବାଇ ଯାଉଥିବା ମାଲବାହୀ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି । ଦୁଇଟି ବଗିକୁ ସଂଯୋଗ କରୁଥିବା କପ୍ ଲିଙ୍କ୍ ଭାଙ୍ଗିଯିବାରୁ ଇଞ୍ଜିନ ଓ ଅଧା ବଗି ଅଲଗା ହୋଇଯାଇଥିଲା । ସୌଭାଗ୍ୟ ବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

ରାଉରକେଲା ବାସନ୍ତୀ କଲୋନି ଓଭରବ୍ରିଜଠାରୁ ପ୍ରାୟ 1 କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିବା ବେଳେ ଇଞ୍ଜିନ ଏବଂ ସଂଲଗ୍ନ ଆଠଟି ବଗି ଟ୍ରେନ ପଛ ଭାଗରୁ ଅଲଗା ହୋଇ ଅଟକି ଯାଇଥିଲା । ଏହାପରେ 12ରୁ ଅଧିକ ବଗିକୁ ଘଟଣାସ୍ଥଳରେ ଛାଡ଼ି ଯାଇଥିଲା ଇଞ୍ଜିନ । ଫଳରେ ମୁମ୍ବାଇ-ହାୱଡ଼ା ମାଲବାହୀ ଟ୍ରେନ୍‌ଟି ପ୍ରାୟ 3 ଘଣ୍ଟା ଧରି ଅଟକି ରହିଥିଲା । ମୁମ୍ବାଇ ଓ ହାଓ୍ୱଡ଼ା ଯାତ୍ରା ପାଇଁ ପଛକୁ ପଛ ଟ୍ରେନ୍‌ ଲାଗି ରହିଥିଲା । ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଭୁବନେଶ୍ୱରରୁ ରାଉରକେଲାକୁ ଯାତାୟାତ କରୁଥିବା ଇଣ୍ଟରସିଟି ଯାତ୍ରୀମାନେ ମଧ୍ୟ ଅସୁବିଧା ଭୋଗିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କପ୍ ଲିଙ୍କର ଭଙ୍ଗାରୁଜା ଯୋଗୁଁ ଟ୍ରେନଟି ଏଭଳି ଘଟଣା ଘଟିଛି । ଏହାର ମୂଳ କାରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ବୋଲି ଜଣାପଡ଼ିଥିବା ବେଳେ ବିଫଳତା ପଛରେ ପ୍ରକୃତ କାରଣ କ'ଣ ରହିଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍, ବାଣୀବିହାର ଷ୍ଟେସନରେ ରହିଗଲା କିଛି କୋଚ୍

ଦ୍ରୁତ ପଦକ୍ଷେପ ଓ ଦକ୍ଷତା ବଳରେ ବୈଷୟିକ ଦଳ ତିନି ଘଣ୍ଟା ପରେ ବିଚ୍ଛିନ୍ନ ହୋଇଥିବା କୋଚ୍‌କୁ ପୁଣି ଇଞ୍ଜିନ ସହ ଯୋଡ଼ିବାରେ ସଫଳ ହୋଇଥିଲେ । ତେବେ ଏଭଳି ଘଟଣା ନୂଆ ନୁହେଁ । ନିକଟରେ ଭୁବନେଶ୍ବର ବାଣୀବିହାର ଷ୍ଟେସନରେ ମଧ୍ୟ ମାଲବାହୀ ଟ୍ରେନର ଇଞ୍ଜିନ ବଗି ଛାଡ଼ି ପଳାଇଥିଲା । ଯେଉଁଭଳି ଭାବରେ ବହାନଗାରେ ରେଳ ଦୁର୍ଘଟଣା ଘଟିଥିଲା । ତାହା ପୁଣି ପୁନରାବୃତ୍ତି ନହେଉ ସେଥିପ୍ରତି ରେଳ ବିଭାଗ ଧ୍ୟାନ ଦେବା ଜରୁରୀ । ରାଉରକେଲା ବାସନ୍ତୀ କଲୋନି ଓଭରବ୍ରିଜ ନିକଟରେ ଘଟିଥିବା ଏହି ଘଟଣା ବିନା କୌଣସି କ୍ଷୟକ୍ଷତିରେ ସମାଧାନ ହୋଇଥିବା ଜଣାପଡ଼ିଛି । ଆଗକୁ ଯେଭଳି ଏମିତି ଘଟଣା ନଘଟେ ସେଥିପ୍ରତି ରେଳ ବିଭାଗ ଗୁରୁତ୍ବ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.