ETV Bharat / state

ପତଞ୍ଜଳୀ ପ୍ରଡକ୍ଟ ନାମରେ ଘରକୁ ଆସି ଲୁଟିନେଲେ ସୁନାଗହଣା - ଲୁଟର ଶିକାର ହେଉଛନ୍ତି ରାଉରକେଲା ସହର ବାସୀ

ପତଞ୍ଜଳୀ ପ୍ରଡକ୍ଟ ନାମରେ ଲୁଟ। ଲୁଟର ଶିକାର ହେଉଛନ୍ତି ରାଉରକେଲା ସହର ବାସୀ। ପତଞ୍ଜଳୀ ସୁନାଗହଣା ସଫା କରିବା ପ୍ରଡକ୍ଟ ନାଁ କହି ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ପତଞ୍ଜଳୀ ପ୍ରଡକ୍ଟ ନାମରେ ଘରକୁ ଆସି ଲୁଟିନେଲେ ସୁନାଗହଣା

author img

By

Published : Nov 27, 2022, 8:18 PM IST

ରାଉରକେଲା: ପତଞ୍ଜଳୀ ପ୍ରଡକ୍ଟ ନାମରେ ଘରେ ପଶି ଲୁଟ। ପ୍ରଡକ୍ଟ ବିକ୍ରି ବାହାନାରେ ଲୁଟି ନେଲେ ସୁନା। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଉଲକେଲା ସହରରୁ । ଲୁଟର ଶିକାର ହୋଇଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଶାଶୁ ଓ ବୋହୁ ।

ପତଞ୍ଜଳୀ ପ୍ରଡକ୍ଟ ନାମରେ ଘରକୁ ଆସି ଲୁଟିନେଲେ ସୁନାଗହଣା

ସୂଚନା ଅନୁଯାୟୀ, ରାଉରକେଲା ସହରର ଜଗଦା ଅଞ୍ଚଳକୁ 2 ଜଣ ଦୁର୍ବୁତ୍ତ ପ୍ରଡକ୍ଟ ବିକ୍ରି କରିବାକୁ କହି ଘର ଘର ବୁଲି ସୁନା ଗହଣା ସଫା କରିବା ସହ ପତଞ୍ଜଳୀ କମ୍ପାନୀର ପାଉଡର ବିକ୍ରି କରୁଛନ୍ତି କହି ଲୋକଙ୍କୁ ପାଖକୁ ଯାଉଛନ୍ତି । ଏହାପରେ ସୁନା ଗହଣା ସଫା କରିବା ବାହାନାରେ ଲୋକଙ୍କୁ ସୁନା ଗହଣା ମାଗୁଛନ୍ତି । ଏଭଳି ଭାବରେ ଜଗଦା ଅଞ୍ଚଳରେ ରାଣୀ ଭଗତ ଙ୍କ ଘରକୁ 2ଜଣ ଦୁର୍ବୁତ୍ତ ଆସିଥିଲେ। ତାଙ୍କୁ ସୁନାଗହଣା ସଫା କରିବା କହି ତାଙ୍କ ଘରକୁ ଆସି ସୁନା ଗହଣା ସଫା କରିବା ପାଇଁ ମାଗିଥିଲେ ଏବଂ ତାଙ୍କ କଥାରେ ପଡି ଅନୁରାଗ ଭଗତ(ଶାଶୁ) ଓ ରାଣୀ ଭଗତ(ବୋହୁ) ସୁନା ଗହଣା ତାଙ୍କୁ ଦେଇ ଦେଇଥିଲେ । ତେବେ ସଫା କରିବା କହି ପାଉଡର ରଖି ପ୍ୟାକେଟରେ ସୁନା ଗହଣାକୁ ପୁରାଇ ଦେଇଥିଲେ ଏବଂ ଚାଲାକି କରି ସୁନା ଗହଣା ଚୋରି କରିବା ସହ ପ୍ୟାକେଟ କୁ ଆଉ କିଛି ସମୟ ପରେ ଖୋଲି ଦେଖିବ କହି ଘରୁ ଚାଲି ଯାଇଥିଲେ 2 ଦୁର୍ବୁତ୍ତ । ଏହାପରେ ଶାଶୁ ବୋହୁ କିଛି ସମୟ ପରେ ଖୋଲି ଦେଖିବା ବେଳକୁ ପ୍ୟାକେଟରେ ଗହଣା ନାହିଁ। ଏଭଳି ଭାବରେ ଲୁଟର ଶିକାର ହୋଇଛନ୍ତି ଏହି ମହିଳା ମାନେ ।

ଅନ୍ୟପଟେ ପୂର୍ବରୁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏଭଳି କିଛି ଦୁର୍ବୁତ୍ତ ଆସି ପତଞ୍ଜଳୀ ପ୍ରଡକ୍ଟ ବିକ୍ରି କହି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଥିଲେ । ତେବେ ବର୍ତ୍ତମାନ ଜଗଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଘଟଣା ଘଟିବା ପରେ ଶାଶୁ ଓ ବୋହୁ ରାଉରକେଲା ସେକ୍ଟର 3 ଥାନା କୁ ଯାଇ ଅଭିଯୋଗ କରିଛନ୍ତି ।

ଏନେଇ ରାଣୀ ଭଗତ କହିଛନ୍ତି, 'ସହରବାସୀ ଙ୍କୁ ଆମେ ଏତିକି କହିବାକୁ ଚାହିଁବୁ ଯେ ଏଭଳି ଠକେଇ ରୁ ଦୂରରେ ରୁହନ୍ତୁ । କୌଣସି ଅଚିହ୍ନା ଲୋକଙ୍କୁ ଘରକୁ ପୁରାନ୍ତୁ ନାହିଁ ଏବଂ ମିଛ ମାର୍କେଟିଂ ପ୍ରଡକ୍ଟ ବିକ୍ରି କରୁଥିବା କହି ଘରକୁ ଆସୁଥିବା ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ ।'

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.