ETV Bharat / state

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା, ୯ ଲକ୍ଷ ଲୁଟି ଫେରାର୍ ଦୁର୍ବୃତ୍ତ - ସୁନ୍ଦରଗଡରେ ଛେଳି ବେପାରୀକୁ ହତ୍ୟା

ଛେଳି ବେପାରୀଙ୍କୁ ହତ୍ୟା । ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ବେପାରକୁ ଯାଉଥିବା ବେଳେ ଗୁଳିକାଣ୍ଡ । ତିନି ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ବେଳେ ରଚିଲେ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ସୁନ୍ଦରଗଡରେ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା

author img

By

Published : Apr 13, 2023, 11:41 AM IST

ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା: ସୁନ୍ଦରଗଡରେ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା । ଟଙ୍କା ପାଇଁ ଛେଳି ବେପାରୀଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ । ହତ୍ୟା କରିବା ପରେ ୯ ଲକ୍ଷ ଟଙ୍କା ନେଇ ଛୁ' ମାରିଲେ । ଆଜି (ଗୁରୁବାର) ସକାଳେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି । ମୃତକ ହେଉଛନ୍ତି ପ୍ରଭାତ ନାଏକ । ତାଙ୍କ ଘର ଝାରସୁଗୁଡା ଜିଲ୍ଲାର ତାଳମୁଣ୍ଡା ଅଞ୍ଚଳରେ ହୋଇଥିବାବେଳେ ସେ ଲେଫ୍ରିପଡା ଥାନା ଅନ୍ତର୍ଗତ ଶରଧାପାଲ୍ଲୀ ଅଞ୍ଚଳରେ ବସବାସ କରୁଥିଲେ । ଆଜି ସକାଳୁ ସେ ବେପାରକୁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଛି ।

ସୂଚନା ମୁତାବକ, ଆଜି ସକାଳୁ ପ୍ରଭାତ ନାଏକ ୩ ଜଣ ବ୍ୟକ୍ତିଙ୍କ ସମେତ ବାଇକ ଯୋଗେ ଛେଳି କିଣିବାକୁ ହାଣ୍ଡିପାନୀ ଯାଉଥିଲେ । ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ପ୍ରଭାତ ତଳେ ପଡି ଯାଇଥିଲେ । ସେହି ଅଜ୍ଞାତ ଲୋକମାନେ ଲୁଟ୍ ପାଇଁ ଆସିଥିବା ଜାଣି ପ୍ରଭାତ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁଳିଟି ବେପାରୀଙ୍କ ଛାତିରେ ଗଳି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏହାପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ । ଲୁଟେରା ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: Hanuman Jayanti violence: ସମ୍ବଲପୁରରେ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

ଗୁଳି ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପ୍ରଭାତ ଝାରସୁଗୁଡା ଜିଲ୍ଲାର ହୋଇଥିବାବେଳେ ଶରଧାପାଲ୍ଲୀ ଅଞ୍ଚଳରେ ରହି ଛେଳି ବେପାର କରୁଥିଲେ । ଗୁଳିମାଡ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ସ୍କୁଲରେ ଜୟ ଶ୍ରୀରାମ ଜପ, 2 ଦିନ ପାଇଁ ଛାତ୍ରଙ୍କୁ ନିଲମ୍ବନ କଲେ ପ୍ରଧାନ ଶିକ୍ଷକ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.