ETV Bharat / state

କନିଷ୍ଠ ବୈଜ୍ଞାନିକ କ୍ରିଷ୍ଣଚନ୍ଦ୍ର, ସୁନ୍ଦରଗଡରୁ ଭାବା ପାରମାଣିକ ଗବେଷଣା କେନ୍ଦ୍ର - junior scientist at the Bhaba Nuclear Research Center

ଖେଳ ଜଗତକୁ ପ୍ରତିଭା ପରେ ପ୍ରତିଭା ଦେଇ ସୁନ୍ଦରଗଡ ଜିଲ୍ଲା ରାଜ୍ୟ ଓ ଦେଶ ସହ ବିଶ୍ୱରେ ପରିଚିତ ହୋଇଥିବା ବେଳେ ଏବେ ଜଣେ ଯୁବ ବିଜ୍ଞାନୀଙ୍କୁ ଜନ୍ମ ଦେଇଛି । ସୁନ୍ଦରଗଡ ଜିଲ୍ଲା ରଙ୍ଗାଢିପାର କ୍ରୀଷ୍ଣଚନ୍ଦ୍ର ଦାସ ଏହି ଗୌରବ ସୁନ୍ଦରଗଡ ମାଟି ପାଇଁ ଆଣିଛନ୍ତି । ଏହାକୁ ନେଇ ସାରା ସୁନ୍ଦରଗଡ ବାସୀ ଗର୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ...

ସୁନ୍ଦରଗଡର ଆଉ ଜଣେ ଜ୍ୱଳନ୍ତ ପ୍ରତିଭା କ୍ରିଷ୍ଣଚନ୍ଦ୍ର

author img

By

Published : Jan 10, 2021, 4:41 PM IST

ସୁନ୍ଦରଗଡ: ଜିଲ୍ଲା ମାଟିର ଆଉ ଜଣେ ଉଦିୟମାନ ପ୍ରତିଭା । ଖେଳ ଜଗତକୁ ପ୍ରତିଭା ଦେଇ ସୁନ୍ଦରଗଡ ଜିଲ୍ଲା ରାଜ୍ୟ ଓ ଦେଶ ସହ ବିଶ୍ବରେ ପରିଚିତ ହୋଇଥିବା ବେଳେ ଏବେ ଜଣେ ଯୁବ ବିଜ୍ଞାନୀଙ୍କୁ ଜନ୍ମ ଦେଇଛି । ଯାହାଙ୍କୁ ନେଇ କେବଳ ଜିଲ୍ଲାର ରଙ୍ଗାଢିପା ଗ୍ରାମ ନୁହେଁ ବରଂ ସମଗ୍ର ରାଜ୍ୟ ଗର୍ବିତ।

ଭାବା ପାରମାଣିକ ଗବେଷଣା କେନ୍ଦ୍ରକୁ କନିଷ୍ଠ ବୈଜ୍ଞାନିକ ଦେଲା ସୁନ୍ଦରଗଡ

ଯୁବକ ଜଣକ ହେଉଛନ୍ତି କ୍ରୀଷ୍ଣଚନ୍ଦ୍ର ଦାସ । ଗତ 7 ତାରିଖରେ ସେ ଭାବା ପାରମାଣିକ ଗବେଷଣା କେନ୍ଦ୍ରକୁ ଜୁନିୟର ସାଇଣ୍ଟିଷ୍ଟ ( କନିଷ୍ଠ ବିଜ୍ଞାନୀ ) ଭାବେ ମନୋନୀତ ହୋଇ ଏହି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ପାଠରେ ଏକାଗ୍ରତା ଓ ନିଜର ପ୍ରଚଣ୍ଡ ପରିଶ୍ରମ ତାଙ୍କୁ ଏହି ସଫଳତାର ସିଢିକୁ ନେଇଛି । ଏ ନେଇ ସାରା ରଙ୍ଗାଢିପା ଓ ସହର ବାସୀ କ୍ରିଷ୍ଣଙ୍କ ସଫଳତାରେ ଖୁସି ଅଛନ୍ତି । କ୍ରିଷ୍ଣଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ନେଇ କାମନା କରିଛନ୍ତି।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି କ୍ରିଷ୍ଣଙ୍କ ସୁପ୍ରତିଭାର ଆଭାସ ତାଙ୍କ ମା’-ବାପାଙ୍କୁ ପୂର୍ବରୁ ମିଳିଥିଲା । ତେବେ ଘଟଣା ଚକ୍ରରେ କ୍ରିଷ୍ଣଙ୍କ ବାପା ଆଖି ବୁଜିଥିଲେ । କ୍ରିଷ୍ଣଙ୍କ ଏହି ସଫଳତା ତାଙ୍କ ବାପା ଦେଖି ପାରି ନାହାଁନ୍ତି ହେଲେ ତାଙ୍କର ଆଶୀର୍ବାଦ ସବୁବେଳେ ଥିବା କଥା କ୍ରିଷ୍ଣଙ୍କ ମା’ କହିଛନ୍ତି ।

କ୍ରିଷ୍ଣର ଏହି ସଫଳତା ନେଇ ମା ରଞ୍ଜନା ଗର୍ବ ଅନୁଭବ କରିବା ସହ ପୁଅ ଯେପରି ଦେଶର ନାମ ବିଶ୍ୱ ଦରବାରରେ ରଖିବ ସେନେଇ ଚେଷ୍ଟା କରିବାପାଇଁ କହିଛନ୍ତି । ତେବେ ମଣିଷ ଜୀବନରେ ବହୁ ଉତ୍ଥାନ – ପତ୍ତନ ପରି ତାଙ୍କ ଜୀବନରେ ମଧ୍ୟ ସେହି ଏକ ଦଶା ଆସିଥିଲା ବୋଲି ସେ କହିଛନ୍ତି । । କ୍ରିଷ୍ଣ ଆଗକୁ ଆହୁରି ଅଧିକ ଯଶ ଅର୍ଜନ କରି ସୁନ୍ଦରଗଡ ଜିଲ୍ଲା ତଥା ଦେଶ ପାଇଁ ଏକ ମିସାଲ ସାଜୁ ବୋଲି ସ୍କୁଲର ଶିକ୍ଷକମାନେ କହିଛନ୍ତି। ସୁନ୍ଦରଗଡ ମାଟି ଅଜସ୍ର ପ୍ରତିଭାର ମାଟି। ଏହି ଜିଲ୍ଲା ସର୍ବଦା ଚର୍ଚ୍ଚାରେ ଥିବା ବେଳେ ଏବେ ଭାବା ପାରମାଣିକ ଗବେଷଣା କେନ୍ଦ୍ରକୁ କନିଷ୍ଠ ବୈଜ୍ଞାନିକ ଦେଇ ପ୍ରଶଂସା ସାଉଁଟିଛି।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.