ETV Bharat / state

ଆସୁଛନ୍ତି ପାର୍ବତୀ ନନ୍ଦନ, ସ୍ବାଗତ ପାଇଁ ସଜ୍ଜିତ ହେଉଛି ଷ୍ଟିଲ ସିଟି - ଆସୁଛି ପାର୍ବଣ ଋତୁ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଷ୍ଟିଲ ସିଟି । ଗଜାନନଙ୍କ ଧରାବତରଣ ପାଇଁ ବିଭିନ୍ନ କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଷ୍ଟିଲ ସିଟି
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଷ୍ଟିଲ ସିଟି
author img

By ETV Bharat Odisha Team

Published : Sep 14, 2023, 7:29 PM IST

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଷ୍ଟିଲ ସିଟି

ରାଉରକେଲା: ଆସୁଛି ପାର୍ବଣ ଋତୁ । ଧରା ପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ ଗଜାନନ । ଗଣେଶଙ୍କ ପୂଜାକୁ ନେଇ ଚଳଚଞ୍ଚଳ ରାଉରକେଲା ସହରରେ । ରାଉରକେଲା ସହରରେ ପ୍ରତିବର୍ଷ ଭଳି ଆକର୍ଷଣୀୟ ଢଙ୍ଗରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜା କରାଯାଇଥାଏ । ଏଥର ମଧ୍ୟ ସେହିଭଳି ଧୁମଧାମରେ ପୂଜା କରିବା ପାଇଁ ଉଚ୍ଚ ଧରଣର ଆୟୋଜନ କରାଯାଉଛି । ମୂର୍ତ୍ତି ଠାରୁ ନେଇ ପେଣ୍ଡାଲ ଏଥର ସବୁକିଛି ନୂଆ ରୂପରେ ନୂଆ ରଙ୍ଗରେ ଚାଲିଛି ନିର୍ମାଣ । ପୂଜାକୁ ଆଉ କିଛି ଦିନ ଥିବାବେଳେ ତୋରଣ ଠାରୁ ଆରମ୍ଭ କରି ମଣ୍ଡପ ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣ କରିବାରେ ଲାଗିଛନ୍ତି କାରିଗର । ରାଉରକେଲାର ବାସନ୍ତୀ କଲୋନୀ ଏବଂ ଛେଣ୍ଡ କଲୋନୀରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଭାବରେ ଗଣେଶ ପୂଜାକୁ ଆୟୋଜନ କରାଯିବ ।

ହେଲପେଜ ଗଣେଶ ପୂଜା କମିଟି ସଦସ୍ୟ ଅଶେଷ ମହାନ୍ତି କହିଛନ୍ତି, ‘‘ଏହି ପୂଜା କମିଟି ଚଳିତବର୍ଷ ୩୧ ବର୍ଷରେ ପଦାର୍ପଣ କରିବ । ଏଥର ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ଭିଏତନାମର ଏକ କ୍ୟାଟେଲ ମହଲକୁ ସହରରେ ସ୍ଥାନ ତୋରଣରେ ସ୍ଥାନ ଦେଇଛି । କୋଲଳାତାର ୩୦ ଜଣ କାରିଗର ପ୍ରାୟ ମାସେ ହେଲା ଏହି ତୋରଣ ନିର୍ମାଣ କର୍ଯ୍ୟରେ ଲାଗିଛନ୍ତି । ନିର୍ମାଣ କାର୍ଯ୍ୟରେ ୨୫ଶହ ବାଉଁଶ, ୫ହଜାର ମିଟର କପଡ଼ା ବ୍ୟବହାର କରାଯାଇଛି । ଏହି ସୁଦୃଶ୍ୟ ତୋରଣରେ ପ୍ରାୟ ୧୨ ଫୁଟ ଭଚ୍ଚର ଗଣେଶଙ୍କ ଭବ୍ୟ ମୂର୍ତ୍ତି ଶୋଭା ପାଇବ। ’’

ଏହାସହ ରାଉରକେଲା ଛେଣ୍ଡ ବିଏଲଡବ୍ଲ୍ୟୁସି ଗଣେଶ ପୂଜା କମିଟିରେ ସୁନାବେଶରେ ଦର୍ଶନ ଦେବେ ଗଜାନନ । ୧୨୦ ଫୁଟର ତୋରଣ । ଏହାସହ ୧୬ ଫୁଟ୍‌ର ଗଣେଶ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ସୁନାବେଶ ରୂପରେ ଦର୍ଶନ ଦେବେ । ଛେଣ୍ଡ କଲୋନୀର ବିଏସ୍ଏସ୍ ମାର୍କେଟ ସମ୍ମୁଖସ୍ଥ ଗଣେଶ ପୂଜା କମିଟି ପକ୍ଷରୁ ଚଳିତଦର୍ଷ ଏଭଳି ନିଆରା ଗଣେଶ ମୂର୍ତ୍ତି ସାଙ୍ଗକୁ ନିଆରା ତୋରଣ ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ..ଆସୁଛନ୍ତି ଅଗ୍ରପୂଜ୍ୟ ଗଜାନନ; ରାଜଧାନୀରେ 55 ଫୁଟର ପ୍ରିତିମୂର୍ତ୍ତି ସହ ରୂପା ପାଦ ସାଜିବ ଆକର୍ଷଣ

ବିଏଲଡବ୍ଲୁସି ଗଣେଶ ପୂଜା କମିଟି ସଦସ୍ୟ ଦିଲ୍ଲୀପ କୁମାର ସାହୁ କହିଛନ୍ତି,"ଗଣେଶଙ୍କ ମୂର୍ତ୍ତିରେ ରସାୟନିକ ରଙ୍ଗ ଲାଗିବନି । ପ୍ରାକୃତିକ ରଙ୍ଗ ବ୍ୟବହାର ହେବ । କୋଲକାତାର ମୂର୍ତ୍ତି କାରିଗର ଗତ ୨୦ ଦିନ ହେଲା ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଏହି ଭବ୍ୟ ଶ୍ରୀମନ୍ଦିର ତୋରଣ ନିର୍ମାଣ କରିବା ଲାଗି ପ୍ରାୟ ୮୦ରୁ ଅଧୁକ କାରିଗର ଲାଗିଛନ୍ତି । ଏହାସାଙ୍ଗକୁ ସାଧାରଣ ଲୋକ, ବୟସ୍କ ଓ ବିକଳାଙ୍ଗମାନଙ୍କ ପାଇଁ ଦର୍ଶନରେ ସୁବିଧା ରହିଛି । ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା ସହ ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ବେଚ୍ଛାସେବୀ ନିୟୋଜନ ଉପରେ ଗୁରୁତ୍ବାରୋପ କରାଯାଇଛି ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.