ରାଉରକେଲା: କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପାଇଁ ବାଧ୍ୟ ହୋଇଛି । ପ୍ଲାଣ୍ଟସାଇଟ ଥାନାରେ କେସ ନମ୍ବର 167/ 2020 U/s U/s 269/34 IPC/3 Epidemic ଆକ୍ଟ ଅନୁସାରରେ ନିଜ ଆଡୁ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏକ ହତ୍ୟା ମାମଲାରେ ମୃତକ ଯୁବକର ଅନ୍ତିମ ସଂସ୍କାର ଯାତ୍ରା ସହିତ ଲାକଡାଉନ ନିୟମ ଭାଙ୍ଗି ବିନା ମାସ୍କ ତଥା ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି 1000ଲୋକ ବାହାରି ପଡିଥିଲେ । ଏହା ଦ୍ବାରା କୋଭିଡ-19ର ବିସ୍ତାରର ସମ୍ଭାବନା ରହି ଥିବାରୁ ଏହି ମାମଲା ରୁଜୁ କରା ଯାଇଥିବାର ସୂଚନା ଦିଆଯାଇଛି ।
ସମ୍ପୂର୍ଣ୍ଣ ଘଟଣାରେ ପୋଲିସର ମୁଖ୍ଯ ଦର୍ଶକ ରହିବା ଚର୍ଚ୍ଚାର ବିଷୟ ହୋଇଥିଲା ତଥା ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟରେ ପୋଲିସର ଭୂମିକା ନିନ୍ଦା କରା ଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ