ETV Bharat / state

କଂଗ୍ରେସରେ ଯୋଗଦେବେ ହକି ତାରକା ପ୍ରବୋଧ ତିର୍କୀ, ବଦଳିବ ତଳସରା ନିର୍ବାଚନ ସମୀକରଣ !

ଖୁବଶୀଘ୍ର କଂଗ୍ରେସର ହାତ ଧରିବେ ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀ । ଏନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବାବେଳେ ସେ ନିଜେ ସ୍ପଷ୍ଟ କରିଛନ୍ତି । ଏପରିକି ସେ କଂଗ୍ରେସରୁ ବିଧାୟକ ଟିକେଟ୍‌ ପାଇଁ ଆଶାବାଦୀ ଥିବା ମଧ୍ୟ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 28, 2023, 10:50 PM IST

କଂଗ୍ରେସରେ ଯୋଗଦେବେ ହକି ତାରକା ପ୍ରବୋଧ ତିର୍କୀ

ରାଉରକେଲା/ସୁନ୍ଦରଗଡ଼: ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି ପୁଣି ଜଣେ ଖେଳାଳି । ଏଥର ଖେଳ ମୈଦାନକୁ ଛାଡି ରାଜନୀତି ମୈଦାନରେ ପାଦ ଥାପିବାକୁ ଯାଉଛନ୍ତି ଜଣେ ଅନ୍ତର୍ଜାତୀୟ ଖେଳାଳି । କ୍ରିକେଟ କି ଫୁଟବଲ ନୁହେଁ, ବରଂ ଜଣେ ଅନ୍ତର୍ଜାତୀୟ ହକି ଖେଳାଳି ବର୍ତ୍ତମାନ ରାଜନୀତି ମୈଦାନରେ ଲଢ଼ିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ ହକି ଖେଳାଳି ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ସେ ନିଜେ ସୂଚନା ଦେଇଛନ୍ତି ।

ଭାରତୀୟ ହକିର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେବେ । ହକି ଓ ଏୟାର ଇଣ୍ଡିଆ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ନିକଟରେ ଗାଁକୁ ଫେରିବା ପରେ ପ୍ରବୋଧ ଏଭଳି ସୂଚନା ଦେଇଛନ୍ତି । ଏପରିକି ତଳସରା ବିଧାନସଭା ପାଇଁ ସେ କଂଗ୍ରେସ ଟିକଟରେ ଲଢ଼ିବାକୁ ଚାହୁଁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । କିଛିଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ୍ ଘେରଓ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା । ଏହାପରେ ସେ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ କେବେ କଂଗ୍ରେସରେ ସାମିଲ ହେବେ ବୋଲି ସେ ନିଜେ କହିଛନ୍ତି । ହକି ତାରକା ଭାବେ ଦେଶରେ ସୁନାମ ଅର୍ଜିଥିବା ପ୍ରବୋଧ ବର୍ତ୍ତମାନ କଂଗ୍ରେସରେ ସାମିଲ ହେବାକୁ ମନ ବଳାଇବା ତଳସରା ତଥା ସୁନ୍ଦରଗଡ଼ ରାଜନୀତିକୁ ସରଗରମ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ହାତ ଧରିଲେ ବିଜେଡି ପୂର୍ବତନ ନେତା ହୃଷିକେଶ ନାଏକ, ବଦଳିବ ନିର୍ବାଚନ ସମୀକରଣ !

ତେବେ କଂଗ୍ରେସର ଗଡ଼ ରହିଥିବା ତଳସରା ବିଧାନସଭାକୁ ୨୦୧୯ରେ ବିଜେପି ଛଡ଼ାଇ ନେଇଥିଲା । ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ଏହି ଆସନରୁ ନିର୍ବାଚିତ ହୋଇ ହ୍ୟାଟ୍ରିକ୍ କରିଥିଲେ ଡଃ. ପ୍ରଫୁଲ୍ଲ ମାଝୀ । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ସେ ପରାଜିତ ହେବା ପରେ ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ । ଏହାପରେ ୨୦୨୪ ନିର୍ବାଚନରେ ତଳସରା ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିଲା । ପ୍ରବୋଧ କଂଗ୍ରେସ ଖୋଜୁଥିବା ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି ।

ବାଲିଶଙ୍କରା ବ୍ଲକ୍‌ର ହକି ଗାଁ ଭାବେ ପରିଚିତ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ । ଅଭାବ ଅନଟନରେ ବି ବଡ଼ଭାଇ ଇଗ୍ନେସଙ୍କ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ । ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶବାଡ଼ି ଧରି ହକି ଅଭ୍ୟାସ କରୁଥିଲେ । ସେମାନଙ୍କ ପାଇଁ ଗାଁଦାଣ୍ଡ ହିଁ ଥିଲା ହକି ପଡ଼ିଆ । ବାଉଁଶବାଡ଼ି ଓ ଗାଁଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେସ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକିଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ । ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାବେ ଭାରତୀୟ ଦଳକୁ ଏସିଆ କପ୍ ଜିତାଇଥିଲେ । ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ମଧ୍ୟ ପାଇଛନ୍ତି । ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି । ତେବେ ବର୍ତ୍ତମାନ କଂଗ୍ରେସ ରେ ଯୋଗ ଦେବା ନେଇ ତାଙ୍କ ପ୍ରତିକ୍ରିୟା ପରେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, ରାଉରକେଲା/ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.