ETV Bharat / state

ବହିଷ୍କାର ପରେ କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

author img

By

Published : Dec 6, 2021, 10:48 PM IST

ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ କଂଗ୍ରେସ ଦଳ ଛାଡିଛନ୍ତି । ଏନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

former congress MLA  dr prafulla majhi
ବହିଷ୍କାର ପରେ କଂଗ୍ରେସ ଛାଡିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ସୁନ୍ଦରଗଡ: କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଥା ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ କଂଗ୍ରେସ ଦଳ ଛାଡିଛନ୍ତି । ଏନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ତଳସରା ଆସନରୁ ହ୍ୟାଟ୍ରିକ ମାରିଥିବା ପୂର୍ବତନ କଂଗ୍ରେସ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛନ୍ତି । ଡ. ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ି ବିଜେଡିରେ ସାମିଲ ହେବେ। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ହାତ ଧରିବେ।

ବହିଷ୍କାର ପରେ କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀବହିଷ୍କାର ପରେ କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଗଜାଧର ମାଝୀଙ୍କ ଝିଆରୀ ଜ୍ବାଇଁ ଡ. ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ । ୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

୨୦୧୯ ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ବିଜେଡିକୁ ଯିବାକୁ ମନ ବଳାଇଥିବା ଚର୍ଚ୍ଚା ହୋଇଥିଲା । ଖାଲି ଯେ ଦଳ ଛାଡିଛନ୍ତି ତାହା ନୁହେଁ ବରଂ ଦଳ ଭିତରର ଅନ୍ତଃକନ୍ଦଳ କଥା ବି ପଦାରେ ପକାଇଛନ୍ତି ।

ସେ ସିଧାସଳଖ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଦଳରେ ପ୍ରତାରଣା କରାଯାଇଛି । ପୂରା ପରିବାର ୬୦ ବର୍ଷରୁ ଅଧିକ ସମୟ କଂଗ୍ରେସକୁ ଦେଇଥିଲେ, କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଆସିଛି । ଏଥିସହ କଂଗ୍ରେସ ଏକ ମୁଣ୍ଡ ବିହୀନ ଦଳ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.