ETV Bharat / state

ରକ୍ତ ସମ୍ପର୍କରେ କଳଙ୍କର ଛିଟା, ୭ ମାସ ଧରି ଝିଅକୁ ଦୁଷ୍କର୍ମ କରି ବନ୍ଧା ହେଲା ସୈତାନ ବାପା

author img

By

Published : Oct 22, 2021, 9:30 AM IST

ରକ୍ତର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନିଜ ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା । ଥାନାରେ ନାବାଳିକା ଝିଅର ଅଭିଯୋଗ ପରେ ବନ୍ଧା ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ରକ୍ତର ସମ୍ପର୍କରେ କଳଙ୍କର ଛିଟା, ୭ମାସ ଧରି ଝିଅକୁ ଦୁଷ୍କର୍ମ ପରେ ବନ୍ଦା ହେଲା ସୈତାନ ବାପା

ସୁନ୍ଦରଗଡ: ସମ୍ପର୍କରେ କଳଙ୍କର ଛିଟା । ରକ୍ତର ସମ୍ପର୍କରେ ଲାଗିଲା ଦାଗ । ନିଜ ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୭ ମାସ ଧରି ନାବାଳିକା ଝିଅକୁ ଯୌନ ନିର୍ଯ୍ୟାତନା ଦେଇ ଚାଲିଥିଲା ପିଶାଚ ବାପା । ଶେଷରେ ବାପା ନାଁରେ ଥାନାରେ ଅଭିଯୋଗ କଲା ନାବାଳିକା ଝିଅ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ରେଲୱେ କଲୋନୀରେ ।

ନାବାଳିକାଙ୍କ ବାପା ଜଣେ ବେସରକାରୀ ଡାକ୍ତର ହୋଇଥିବା ବେଳେ ଏପ୍ରିଲ ୧ ତାରିଖରୁ ନିଜ ଝିଅ ସହ ନିରନ୍ତର ଭାବେ ଏହି କାଣ୍ଡ ଘଟାଇ ଆସୁଥିଲା । ଏନେଇ ଗତ ୧୯ ତାରିଖରେ ପୀଡିତା ନାବାଳିକା ପ୍ଳାଣ୍ଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଥାନାରେ ଅଭିଯୋଗ ପରେ ପୀଡିତା ନାବାଳିକା ଜଣଙ୍କ ଚାଇଲ୍ଡ ଲାଇନର ସହାୟତା ନେଇ ରାଉରକେଲା ସଖି ୱାନଷ୍ଟପ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ।

ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି । ଅଭିଯୁକ୍ତ ଏବେ ପୋଲିସ ହେପାଜତରେ ଥିବାବେଳେ ଗତକାଲି ଡାକ୍ତରୀ ମାଇନା କରାଯାଇଛି । ସମସ୍ତ ତଥ୍ୟ ଓ ପ୍ରମାଣ ହାସଲ ହେବା ପରେ ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି ।ତେବେ ପ୍ଲାଣ୍ଟସାଇଟ ପୋଲିସ ଅଭିଯୁକ୍ତ ନାମରେ ଦଫା- 376(3)/376(2)(n)/6 POCSO ରେ ତଦନ୍ତ ଚଳାଇଥିବା କଥା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.