ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଅଭିଯୁକ୍ତ ବୀରେନ୍ଦ୍ରକୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଉଦ୍ୟମ କହିଲା ପରିବାର - ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ

ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଇଛି କମିଶନରେଟ ପୋଲିସ । ତେବେ ବୀରେନ୍ଦ୍ରଙ୍କୁ ନିର୍ଦ୍ଦୋଷ ସଜାଇବା ଲାଗି ପୋଲିସ ଉଦ୍ୟମ କରିଥିବା ପରିବାର ଅଭିଯୋଗ କରିଛି । ଅଧିକ ପଢନ୍ତୁ

Anand Toppo murder case
Anand Toppo murder case
author img

By

Published : Feb 25, 2023, 8:19 PM IST

Updated : Feb 25, 2023, 9:39 PM IST

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଅଭିଯୁକ୍ତ ବୀରେନ୍ଦ୍ରକୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଉଦ୍ୟମ କହିଲା ପରିବାର

ରାଉରକେଲା: ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲା । ଏହି ମାମଲାରେ ଆନନ୍ଦଙ୍କ ବନ୍ଧୁ ତଥା ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଇଛି ପୋଲିସ । ବୀରେନ୍ଦ୍ରଙ୍କ ଏହି ଘଟଣା ସହ କୌଣସି ସମ୍ପୃକ୍ତି ନ ଥିବା ପୋଲିସ କହିବା ପରେ ପ୍ରତିକ୍ରିୟା ରଖିଛି ମୃତ ଆନନ୍ଦଙ୍କ ପରିବାର । ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ନିର୍ଦ୍ଦୋଷ ସଜାଇବା ଲାଗି କମିଶନରେଟ ପୋଲିସ ଉଦ୍ୟମ କରୁଥିବା ଆନନ୍ଦଙ୍କ ପିତା ବନ୍ଧନ ଟପ୍ପୋ ଅଭିଯୋଗ କରିଛନ୍ତି ।

ଏନେଇ ସେ କହିଛନ୍ତି, "ମୋତେ ବୀରେନ୍ଦ୍ରର ସମ୍ପୃକ୍ତି ନଥିବା ଘଟଣା ନ୍ୟୁଜରୁ ଜଣା ପଡିଲା ଯାହା କମିଶନରେଟ ପୋଲିସ ସୂଚନା ଦେଇଛି । ଏ ସମ୍ପର୍କରେ ମୋତେ କିଛି ଜଣା ନାହିଁ ଏବଂ ଆମ ଘରକୁ ମଧ୍ୟ ପୋଲିସ କିଛି ସୂଚନା ଦେଇନାହିଁ । ଯେହେତୁ ମୁଁ ଏହି ମାମଲାରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏହି ସୂଚନା ବାବଦରେ ହାଇକୋର୍ଟ ମଧ୍ୟ କୌଣସି ସୂଚନା ଦେଇ ନାହାନ୍ତି । କେବଳ ପୋଲିସ ନିଜର ମନ ମୁତାବକ ଘଟଣାକୁ ରୂପରେଖ ଦେଉଛି ଏବଂ ନ୍ୟାୟକ ଭାବରେ କୌଣସି ସୂଚନା ଆମକୁ ମିଳିନାହିଁ। ବର୍ତ୍ତମାନ ମୁଁ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିଛି। ବୀରେନ୍ଦ୍ର କ୍ଲିନ ଚିଟ ପାଇଲେ ମଧ୍ୟ ଆଇନ ତାକୁ ନିଶ୍ଚୟ ଦଣ୍ଡ ଦେବ ବୋଲି ମୋର ଆଶା ରହିଛି।"

ସେ ଆହୁରି କହିଛନ୍ତି, " ଯେବେଠାରୁ ଆନନ୍ଦର ମୃତ୍ୟୁ ହୋଇଛି ସେ ଦିନରୁ ମୁଁ ତା ବାପା ନିଜେ କହୁଛି ଆନନ୍ଦଙ୍କୁ ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କ ବାନ୍ଧବୀ ହତ୍ୟା କରିଛନ୍ତି । କିନ୍ତୁ ପୋଲିସ ନିଜର ତଦନ୍ତ ଠିକ ଭାବରେ କରୁନାହିଁ ଏବଂ ଆନନ୍ଦଙ୍କୁ ନ୍ୟାୟ ଦେବା ବଦଳରେ ବୀରେନ୍ଦ୍ରଙ୍କୁ ନିର୍ଦ୍ଦୋଷ ସଜାଇବାରେ ଲାଗିଛି ।" ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଜଡିତ ନଥିବା କଥା କହିଛି ପୋଲିସ ଏବଂ ଆନନ୍ଦଙ୍କୁ ହତ୍ୟା କରାଯାଇନାହିଁ ବରଂ ଆନନ୍ଦ ଆତ୍ମହତ୍ୟା କରିଥିବା କହି ତଥ୍ୟ ପ୍ରଦାନ କରିଛି କମିଶନରେଟ ପୋଲିସ। ବୀରେନ୍ଦ୍ର ଏହି ମାମଲାରେ ଜଡିତ ନାହାନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟରୁ ଏହା ସିଧାସଳଖ ଆତ୍ମହତ୍ୟା ବୋଲି ଜଣା ପଡୁଛି ବୋଲି ପ୍ରତିକ୍ରିୟା ରଖିଛି କମିଶନରେଟ ପୋଲିସ ।

ଏହା ବି ପଢନ୍ତୁ- ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ

ସୂଚନା ଥାଉ କି ପୋଲିସ ପକ୍ଷରୁ ଠିକ ତଦନ୍ତ ହେଉନଥିବା ଅଭିଯୋଗ ଆଣି ବନ୍ଧନ ଟପ୍ପୋ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ହାଇକୋର୍ଟ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ ବୋଲି ପରିବାର ଆଶା ରଖିଛି । ଆନନ୍ଦଙ୍କୁ ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ପରିବାର । ଇନଫୋସିଟି ଥାନା ଅଧିକାରୀ ଏବଂ କମିଶନରେଟ ପୋଲିସ ପରିବାରର କଥା ଶୁଣୁନଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କ ପୁଅକୁ ଭାରତୀୟ ହକି ଖେଳାଳି ହତ୍ୟା କରିଥିବାରୁ ପୋଲିସ ଏପରି ଆଚରଣ କରୁଥିବା ପରିବାର ଅଭିଯୋଗ କରିଛି ।

ଗତ ବର୍ଷ ଫେବୃଆରୀ ୨୮ରେ ଆନନ୍ଦ ଭୁବନେଶ୍ବର ଯାଇଥିଲେ ଏବଂ ୨୦୨୨ ମାର୍ଚ୍ଚ ୧ରେ ଆନନ୍ଦ ଟପ୍ପୋ ଭୁବନେଶ୍ବରରୁ ରାଉରକେଲା ଫେରିବାର ଥିଲା । ଭୁବନେଶ୍ବରରେ ସେ ଭାରତୀୟ ହକି ଦଳର ତାରକା ବୀରେନ୍ଦ୍ର ଲାକ୍ରା ଏବଂ ବୀରେନ୍ଦ୍ରଙ୍କ ବାନ୍ଧବୀଙ୍କ ସହ ବୀରେନ୍ଦ୍ରଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ଥିଲେ। ତେବେ ଫେରିବା ପୂର୍ବରୁ ଘର ଲୋକଙ୍କ ସହ କଥା ହେବାର ଘଣ୍ଟାଏ ପରେ ଆନନ୍ଦ ଟପ୍ପୋ ଚେତାଶୂନ୍ୟ ହୋଇଯାଇଥିବା ଘର ଲୋକଙ୍କୁ ସୂଚନା ଦେଇଥିଲେ ବୀରେନ୍ଦ୍ର ଲାକ୍ରା । ଏହାର କିଛି ସମୟ ପରେ ଆନନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଗତ ଜୁନ ମାସରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୃତ ଆନନ୍ଦଙ୍କ ବାପା ତାଙ୍କ ପୁଅକୁ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ ଏବଂ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ।

ଇଟିଭି ଭାରତ, ରାଉରକେଲା

Last Updated : Feb 25, 2023, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.