ରାଉରକେଲା: ସାମାନ୍ୟ କବାଟ ପାଇଁ ବାପର ଜୀବନ ନେଇଥିଲେ ଦୁଇ ପୁଅ। ସୁନ୍ଦରଗଡ଼ରେ କ୍ରିୟାକୁଦ ଗ୍ରାମରେ ଘଟିଥିଲା ଏପରି ଅଭାବନୀୟ ଘଟଣା । ପଥରରେ ଛେଚି ବାପାକୁ ହତ୍ୟା କରି ଫେରାର ଥିଲେ ଦୁଇ ପୁଅ । ଆଉ ଆଜି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି କୋଇଡ଼ା ପୁଲିସ ।
ଅଭିଯୁକ୍ତ ଦୁଇଜଣ ହେଲେ ଜୟରାମ ମୁଣ୍ଡା ଏବଂ ଗୋପଲ ମୁଣ୍ଡା । ଅଗଷ୍ଟ 7 ତାରିଖରେ ନିଜ ବାପକୁ ହତ୍ୟାକରି ଦୁଇ ଜଣ ଫେରାର ଥିଲେ। ସୂଚନା ଅନୁଯାୟୀ କବାଟ ଠିକ କରିବାକୁ ନେଇ ଘରେ ଦୁଇପୁଅ ଓ ବାପାଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ପରେ ଦୁଇ ପୁଅ ବାପାଙ୍କ ହତ୍ୟା କରି ଫେରାର ହୋଇ ଯାଇ ଥିଲେ। ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବାବେଳେ ଫେରାର ଦୁଇ ଭାଇକୁ ଧରିବାରେ ସଫଳ ହୋଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ