ETV Bharat / state

ସ୍ତ୍ରୀର ପରକ୍ରିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟାକଲା ବାପା

ନିଜ ଜନ୍ମକଲା ପୁଅକୁ ହତ୍ୟା କଲା ବାପା । ରାଉରକେଲା ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

author img

By

Published : Jun 10, 2023, 12:26 PM IST

Updated : Jun 10, 2023, 1:57 PM IST

୪ ବର୍ଷର ପୁଅକୁ ହତ୍ୟାକଲା ବାପା
୪ ବର୍ଷର ପୁଅକୁ ହତ୍ୟାକଲା ବାପା
୪ ବର୍ଷର ପୁଅକୁ ହତ୍ୟାକଲା ବାପା

ରାଉରକେଲା: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ନୃଶଂସ ସାଜିଲା ଜନ୍ମଦାତା । ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟା କଲା ବାପା । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସହରର ଶୀତଳପଡା ବସ୍ତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । ଅଭିଯୁକ୍ତ ହେଉଛି ବସ୍ତିର ରାଜୁ ଲାକ୍ରା । ତା'ର ପତ୍ନୀ ଗୁନୁ ଲାକ୍ରାଙ୍କ ପରପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ସେ ନିଜର ୪ ବର୍ଷର ପୁଅ ଆର୍ଯ୍ୟନକୁ ହତ୍ୟା କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ମୁତାବକ, ରାଜୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଅନ୍ୟ ଜଣେ ଯୁବକଙ୍କ ସହ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ରାଜୁ ସନ୍ଦେହ କରୁଥିଲା । ଯାହା କୁହାଯାଉଛି, ଗତକାଲି (ଶୁକ୍ରବାର) ରାଜୁ ଜଣେ ଯୁବକଙ୍କ ସହ ନିଜ ପତ୍ନୀଙ୍କୁ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁହେଁ ଫେରାର୍ ହୋଇଯାଇଥିଲେ । ସ୍ତ୍ରୀର ଏଭଳି ବିଶ୍ବାସଘାତକତା ପାଇଁ ରାଗରେ ଅନ୍ଧ ହୋଇଯାଇଥିଲା ରାଜୁ । ପତ୍ନୀର ପରକ୍ରିୟା ପ୍ରୀତିର ରାଗ ସେ ୪ ବର୍ଷର ପୁଅ ଉପରେ ସୁଝାଇଥିଲା । ବାପା ହୋଇ ନିଜ ହାତରେ ଜନ୍ମକଲା ପୁଅର ଜୀବନ ନେଇ ଯାଇଥିଲା । ଏହି ଘଟଣାର ଶୀତଳପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବାପା ରାଜୁ ଲାକ୍ରାକୁ ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି । ତେବେ ଜଣେ ବାପା ନିଜର ଜନ୍ମକଲା ନିରୀହ ଶିଶୁପୁତ୍ରକୁ ହତ୍ୟା କରିବା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ପତ୍ନୀ ଗୁନୁ ଲାକ୍ରା ନିଜ ବିରୋଧରେ ପରକିୟା ପ୍ରୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ : ହତ୍ୟାକାରୀର ମୃତଦେହକୁ ନେଲେନି ସମ୍ପର୍କୀୟ, ସତ୍କାର କଲା ସଂକଳ୍ପ ପରିବାର

ଇଟିଭି ଭାରତ, ରାଉରକେଲା

Last Updated : Jun 10, 2023, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.