ETV Bharat / state

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ କରି ଲାଭବାନ ଚାଷୀ - ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ

ସୁନ୍ଦରଗଡ଼ରେ ଆଇଟିଡିଏର ସହଯୋଗରେ ପ୍ରାକୃତିକ ପଦ୍ଧତିରେ ଚାଷ କରି ଲାଭବାନ ଚାଷୀ। ଅଧିକ ପଢନ୍ତୁ

Organic farming in sundargarh
Organic farming in sundargarh
author img

By

Published : May 4, 2023, 3:51 PM IST

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ କରି ଲାଭବାନ ଚାଷୀ

ରାଉରକେଲା: ଚାଷୀଙ୍କ ଉନ୍ନତି ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ସୁନ୍ଦଗଡର ଆଦିବାସୀ ବର୍ଗର ଚାଷୀମାନେ ପ୍ରାକୃତିକ ଚାଷ କରି ଏବେ ବିଶେଷ ଲାଭବାନ ହେଉଛନ୍ତି । ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି ।

ତେଣୁ ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି । ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି । ପାଇଲଟ୍ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ । ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି। ତା’ଛଡ଼ା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ଏ ସମ୍ପର୍କରେ ଆଦିବାସୀ ବର୍ଗର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ତେଲିଘଣା ଗାଁର ୫୫ ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ । ୮୦ ଏକର ଜମିରେ ସେମାନେ ଧାନ ଓ ଚିନା ବାଦାମ ଚାଷ କରିଥିଲେ । ଏଥିପାଇଁ ଚାଷୀମାନଙ୍କୁ ମାଗଣାରେ ଦେଶୀ କିସମର ବିହନ ଯୋଗାଇ ଦିଆଯାଇଥିଲା । ଏହି ଚାଷରେ ଚାଷୀମାନେ ପ୍ରାକୃତିକ ଉପାୟରେ ନିଜେ ସାର ପ୍ରସ୍ତୁତ କରି ବ୍ୟବହାର କରିଥିଲେ। ଏଥିପାଇଁ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଥିଲା । ପ୍ରାକୃତିକ ପଦ୍ଧତିରେ ଚାଷରେ ଜୀବାମୃତ, ଘନ ଜୀବାମୃତ, ଦଶପର୍ଣ୍ଣି ଅର୍କ, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏବଂ ବୀଜାମୃତ ଆଦି ବ୍ୟବହାର କରାଯାଉଛି । ଚାଷୀମାନେ ଗୃହପାଳିତ ଦେଶୀ ଗାଈଗୋରୁଙ୍କ ମଳ ମୂତ୍ର ସହିତ ଗୁଡ଼ ଏବଂ ବେସନ ଆଦି ମିଶ୍ରଣ କରି ଏହି ସାର ପ୍ରସ୍ତୁତ କରୁଛନ୍ତି ।

ଏନେଇ ଜଣେ ଚାଷୀ କହିଛନ୍ତି ଯେ, ''ଆଗରୁ ଆମେ ଚାଷ କାମରେ ରାସାୟନିକ ସାର ବ୍ୟବହାର କରୁଥିଲୁ। ହେଲେ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ଆମ ଗାଁ ର ଚାଷୀ ମାନଙ୍କ ସହ ପ୍ରାକୃତିକ ପଦ୍ଧତି ଚାଷ ଉପରେ ସମସ୍ତ ଲୋକଙ୍କୁ ବୁଝାଇଥିଲେ। ଆମେ ଏ ଦିଗରେ ଆଗ୍ରହ ଦେଖାଇ ଧାନ ଓ ବାଦାମ ଚାଷ କଲୁ। ଏବେ ଭଲ ଅମଳ ମଧ୍ୟ ହେଉଛି। ''

"ରାସାୟନିକ ସାର କିଣିବାରେ ଆମର ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଫଳରେ ଆମର କମ ଖର୍ଚ୍ଚ ହେଉଛି । ଧାନ ଓ ବାଦାମ ସହିତ ଆମେ ପନିପରିବା ଚାଷରେ ମଧ୍ୟ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ସାର ପ୍ରୟୋଗ କରୁଛୁ । ଭଲ ଅମଳ ହେବା ସହ ବଜାରରେ ଏହାର ଭଲ ଚାହିଦା ରହିଛି ବୋଲି କହନ୍ତି ଏହି ଚାଷ କରୁଥିବା ଚାଷୀ ।" ପ୍ରାକୃତିକ ପଦ୍ଧତି ଦ୍ୱାରା ଚାଷ ପାଇଁ ତେଲିଘଣାର ଆଦିବାସୀ ଚାଷୀଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଅନ୍ୟ ସମସ୍ତ ବ୍ଳକକୁ ଏହି ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.