ETV Bharat / state

ଟୋକନକୁ ନେଇ ଅସନ୍ତୋଷ, ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jan 20, 2021, 3:11 PM IST

Updated : Jan 20, 2021, 7:28 PM IST

ଜିଲ୍ଳାରେ ଧାନ ଚାଷୀଙ୍କ ଦ୍ଵାରା ବାଲିଶଙ୍କରା-ଛତିଶଗଡ଼ ରାସ୍ତା ଅବରୋଧ । ଟୋକନ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧ କରି ରଖିବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ଧାନ ବିକ୍ରି ଟୋକନକୁ ନେଇ ଅସନ୍ତୋଷ, ରାସ୍ତା ଅବରୋଧ କଲେ ଚାଷୀ

ସୁନ୍ଦରଗଡ: ଜିଲ୍ଲାର ବାଲିଶଙ୍କରା ଲ୍ୟାମ୍ପସ ଅଧିନ ସମସ୍ତ ଧାନ ଚାଷୀ ଧାନ ବିକ୍ରିକୁ ନେଇ ହଇରାଣର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନର ନିୟମ ମୁତାବକ ସମସ୍ତ ତଥ୍ୟ ଯୋଗାଇ ଧାନ ବିକ୍ରି ପାଇଁ ଟୋକନ ନପାଇବାରୁ ଆଜି ରାସ୍ତାରୋକ ଭଳି ପନ୍ଥାକୁ ବାଛି ନେଇଥିବା କଥା କହିଛନ୍ତି । ଟୋକନ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧ କରି ରଖିବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।

ବାଲିଶଙ୍କରା ବ୍ଲକ ମୁଖ୍ୟତଃ ବାଲିଶଙ୍କରା ଲ୍ୟାମ୍ପସ ଅଧିନ ସମସ୍ତ ଧାନ ଚାଷୀ ଧାନ ବିକ୍ରି ନେଇ ଗତ ଅଗଷ୍ଟ ମାସରୁ ସେମାନଙ୍କର ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଜମା ଦେଇଛନ୍ତି । ହେଲେ ଧାନ ବିକ୍ରିର ଅବଧି ସରିବାକୁ ଯାଉଥିବା ବେଳେ ଆଜି ଯାଏଁ ସେମାନଙ୍କୁ ଟୋକନ ମିଳିନାହିଁ କିମ୍ବା ଏନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା କଥା ସେମାନେ ଅଭିଯୋଗ କରିଛନ୍ତି ।

ଧାନ ବିକ୍ରି ନକରିବାର ଆଶଙ୍କା ନେଇ ଏମାନେ ଗତ 4, 12 ଓ 16 ତାରିଖରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ଆଜି ରାସ୍ତାକୁ ଓହ୍ଲାଇଥିବା କଥା କହିଛନ୍ତି । ଏପରିକି ପ୍ରଶାସନ ଯଦି ଧାନ ବିକ୍ରିର ତୁରନ୍ତ ବ୍ୟବସ୍ଥା ନକରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାନ ବସ୍ତା ରାସ୍ତା ଉପରେ ରଖି ଏମାନେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 20, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.