ETV Bharat / state

ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଧାରଣା

author img

By

Published : Feb 20, 2020, 8:11 PM IST

ଟୋକନ ସାଜିଛି ବାଧକ । ଏନେଇ ଗୁରୁବାର ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

farmer agitation in raurkela
ଟୋକେନ୍ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଧାରଣା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଷୀଙ୍କ ଲାଗି ଟୋକନ ସାଜିଛି ବାଧକ । ଏନେଇ ଗୁରୁବାର ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣାରେ ବସିଥିଲେ ।

ଟୋକେନ୍ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଧାରଣା

ଏହାକୁ ନେଇ ଉପଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖିଛନ୍ତି । ଟାର୍ଗେଟ ଆସିଲେ ଖୁବଶୀଘ୍ର ଧାନ କିଣା ହେବ ।

ଗୁରୁବାର ରାଜରାସ୍ତାରେ ଚାଷୀ ହାତରେ ବ୍ୟାନର ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଦୀର୍ଘ 4 ମାସ ଶେଷ ସୁଦ୍ଧା ବଣାଇ ଗୁରୁଣ୍ଡିଆ ବ୍ଲକର ଭାଲୁ ଡୁଙ୍ଗୁରି, ନରେନ୍ଦ୍ର, ବନେଇ କେଳା ପଞ୍ଚାୟତର ଚାଷୀଙ୍କ ଧାନ ବିକ୍ରି ହୋଇ ପାରିନଥିଲା । ଯାହାକୁ ନେଇ ଚାଷୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଥିଲେ। ମାତ୍ର କିଛି ଫଳାଫଳ ମିଳି ନଥିଲା ।

ଧାନ ବିକ୍ରି ହେଲେ ଚାଷୀ ଋଣ ଶୁଝିବା, ପିଲାଙ୍କ ପାଠ ଖର୍ଚ୍ଚ ସହ ଘର ଖର୍ଚ୍ଚ ମେଣ୍ଟଇପାରନ୍ତା । ମାତ୍ର ଧାନ ବିକ୍ରି ହୋଇପାରିଲା ନାହିଁ। ଯାହାଫଳରେ ଗୁରୁବାର ଏହି ଧାରଣା ଦେବାକୁ ପଡିଲା । ତେବେ ଯେ ପର୍ଯ୍ୟନ୍ତ ସରକାର ଚାଷୀଙ୍କ କଥା ଶୁଣିନାହାନ୍ତି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି କୃଷକ ।

ଏନେଇ ଉପଜିଲ୍ଲାପାଳ କହିଛନ୍ତି ଏବର୍ଷ 3 ଲକ୍ଷ 40 ହଜାର କ୍ବିଣ୍ଟାଲ ଧାନ କିଣା ସରିଲାଣି । ତେବେ ଅଧିକ ଟାର୍ଗେଟ ଆସିଲେ ଚାଷୀଙ୍କ ଧାନ କିଣା ହେବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.