ETV Bharat / state

ନକଲି ନକ୍ସଲକୁ ବାନ୍ଧିଲା ପୋଲିସ, ଭୟ ଦେଖାଇ କରୁଥିଲା ବଟି ଆଦାୟ

author img

By

Published : Jul 26, 2023, 10:22 PM IST

ନକ୍ସଲ ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୁକ୍ତକୁ ଗିରଫ ହୋଇଛି । ଜଣେ ବ୍ୟବସାୟୀଙ୍କ ନିକଟରୁ ୬ ଲକ୍ଷ ଟଙ୍କା ବଟି ଆଦାୟବେଳେ ରେଡ୍‌ ହ୍ୟାଣ୍ଡେଡ୍ ଧରିଛି ପୋଲିସ।

fake naxal arrested
fake naxal arrested
fake naxal arrested

ରାଉରକେଲା: ନକ୍ସଲ ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ବନ୍ଧମୁଣ୍ଡାଠାରେ ଜଣେ ବ୍ୟବସାୟୀଙ୍କ ନିକଟରୁ ୬ ଲକ୍ଷ ଟଙ୍କା ବଟି ଆଦାୟ କରୁଥିଲା ଦୁବୃର୍ତ୍ତ । ଠିକ ଏତିକି ବେଳେ ପୋଲିସ ଅଭିଯୁକ୍ତକୁ କାବୁ କରିଛି । ନିଜକୁ ନକ୍ସଲର ସଦସ୍ୟ କହି ଭୟ ଦେଖାଇ ବଟି ଆଦାୟ କରୁଥିଲା ଅଭିଯୁକ୍ତ । ବନ୍ଧମୁଣ୍ଡା ଏବଂ ବିଶ୍ରା ଅଞ୍ଚଳରେ ଦୀର୍ଘ ଦିନ ଧରି ଅଭିଯୁକ୍ତ ଜଣକ ଏଭଳି ବଟି ଆଦାୟ କରି ଆସୁଥିଲା । ନକ୍ସଲ ସଂଗଠନ ନାଁରେ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା । ଆଉ ବଟି ନଦେଲେ ଜୀବନରୁ ମାରିଦେବା, ଅପହରଣ କରିବା ଆଦି ଅନେକ ଧମକଚମକ ବି ଦେଉଥିଲା ଅଭିଯୁକ୍ତ । ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ରାଉରକେଲା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ହେଉଛି ବନ୍ଧମୁଣ୍ଡା ଡି-କ୍ୟାବିନର ମଧୁସୂଦନ ଦାସ । 39 ବର୍ଷୀୟ ମଧୁସୂଦନ ନିଜକୁ ନକ୍ସଲ ସଜାଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା । ତେବେ ପୋଲିସ ଗିରଫ କରିବା ସମୟରେ ଅଭିଯୁକ୍ତ ପାଖରୁ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ମଧୁସୂଦନ ନିଜକୁ ନକ୍ସଲ ସଂଗଠନର ଜଣେ ସକ୍ରିୟ ସଦସ୍ୟଭାବେ ପରିଚୟ ଦେଇ ବନ୍ଧମୁଣ୍ଡାରେ ଭୟର ବାତାବରଣ ସୃଷ୍ଟି କରିଆସୁଥିଲା। ଏହାରି ଭିତରେ ଜଣେ ଔଷଧ ଦୋକାନୀଙ୍କଠାରୁ ୬ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ଅଭିଯୁକ୍ତ । ପ୍ରଥମେ ଔଷଧ ଦୋକାନୀ ଏହି ଘଟଣାକୁ ଏଡ଼ାଇ ଦେଇଥିଲେ ।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମଧୁସୂଦନ ବାରମ୍ବାର ଧମକ ଦେବାରୁ ଔଷଧ ଦୋକାନୀ ଜଣକ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଥିଲେ । ତେବେ ଶେଷରେ କୌଣସି ବାଟ ନପାଇ ଔଷଧ ବ୍ୟବସାୟୀ ଜଣକ ବନ୍ଧମୁଣ୍ଡା ପୋଲିସର ଦ୍ବାରସ୍ଥ ହୋଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଜାଲ ବିଛାଇଥିଲା । ସୋମବାର ଅପରାହ୍ନ ସମୟରେ ଯୋଜନା ମୁତାବକ ଔଷଧ ଦୋକାନୀ ୫୦ ହଜାର ଟଙ୍କା ଧରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲେ । ଏହାପରେ ଅଗ୍ରୀମ ବାବଦକୁ ୫୦ ହଜାର ଟଙ୍କା ଦେଉଥିବାବେଳେ ପୋଲିସ ଅଭିଯୁକ୍ତକୁ କାବୁ କରିନେଇଥିଲା ।

ଏହା ମଧ୍ୟ ପଢନ୍ତୁ...ଛତିଶଗଡ-ଓଡିଶା ପୋଲିସ ବୈଠକ, ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ

ପୋଲିସ ଅଭିଯୁକ୍ତ ନିକଟରୁ ନଗଦ ୫୦ ହଜାର ଟଙ୍କା ସହ ୨ଟି ମୋବାଇଲ ଜବତ କରିଛି । ବନ୍ଧମୁଣ୍ଡା ପୋଲିସର ସଫଳ ଅପରେସନ୍ ଯୋଗୁଁ ନକ୍ସଲ ନାମରେ ଭୟ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ଏଭଳି ଘଟଣା ବର୍ତ୍ତମାନ ବନ୍ଧମୁଣ୍ଡା ଏଵଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.