ETV Bharat / state

ଅବକାରୀ ବିଭାଗର ମାରାଥନ ରେଡ୍: ନଷ୍ଟ ହେଲା ହଜାର ହଜାର ଲିଟର ମଦ

author img

By

Published : Jul 27, 2023, 7:37 PM IST

ବେଆଇନ ମଦ ଜବତ କରିବା ସହ ବିପୁଳ ପରିମାଣର ମହୁଲ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ 2ଟି ସ୍ଥାନରେ ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ

ନଷ୍ଟ ହେଲା ହଜାର ହଜାର ଲିଟର ମଦ
ନଷ୍ଟ ହେଲା ହଜାର ହଜାର ଲିଟର ମଦ
ନଷ୍ଟ ହେଲା ହଜାର ହଜାର ଲିଟର ମଦ

ରାଉରକେଲା: ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲି ପୋଚ ଜବତ ହୋଇଛି । ବେଆଇନ ମଦ ଜବତ କରିବା ସହ ବିପୁଳ ପରିମାଣର ମହୁଲ ପୋଚ ଏବଂ ଦେଶୀ ମହୁଲିକୁ ନଷ୍ଟ କରିଛି ଅବକାରୀ ବିଭାଗ । 12ହଜାର 850 କିଲୋ ମହୁଲ ପୋଚ ଏବଂ 320 ଲିଟର ମହୁଲି ମଦ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍ କରାଯାଇ ବହୁ ପରିମାଣର ବେଆଇନ ମଦ ନଷ୍ଟ କରାଯାଇଛି । ସଦର ରେଞ୍ଜ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ସଦର ରେଞ୍ଜର ଦାୟିତ୍ୱରେ ଥିବା ଅଧିକାରୀ ଓ ମୋବାଇଲ ୟୁନିଟର କର୍ମଚାରୀଙ୍କ ସହ ମିଳିତ ଚଢାଉ କରିଥିଲା ଅବକାରୀ ବିଭାଗ ।

ସୂଚନା ମୁତାବକ, ନଦୀ ପଠାରେ ଚାଲିଥିଲା ମଦ ପ୍ରସ୍ତୁତି । ଦେଶୀ ମହୁଲି ମଦ ପ୍ରସ୍ତୁତ କରି ଏହାକୁ ଗ୍ରାମାଞ୍ଚଳରେ ବିପୁଳ ପରିମାଣରେ ସପ୍ଲାଏ ବି କରାଯାଉଥିଲା । ହେଲେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଛି ରାଉରକେଲା ଅବକାରୀ ବିଭାଗ । ଦେଶୀ ମହୁଲି ମଦ ଯୋଗୁଁ ବିପୁଳ ପରିମାଣରେ ଲୋକେ ଅସୁସ୍ଥ ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ବେଧଡ଼କ ଭାବେ ଏହାର ପ୍ରସ୍ତୁତି ଚାଲିଛି । ତେବେ ଏହାକୁ ନେଇ ରାଉରକେଲା ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିଛି ।

ଏହି ଅଞ୍ଚଳରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଅପରେସନକୁ ଜୋରଦାର କରାଯାଇଛି । ତେବେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଭୁଚାହୁଣ୍ଡା ନାଳ ସାଇଟ୍‌ ଓ ରିଲାପୋଷ ଖଇରିବନ୍ଧ ଗ୍ରାମରେ ବେଆଇନ ମଦ ଉତ୍ପାଦନ ଓ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଅଧିକାରୀମାନେ ତୁରନ୍ତ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ତୁରନ୍ତ ଚଢାଉ କରିଥିଲେ ।

ଏହା ବି ପଢନ୍ତୁ...ମଦ ଦୋକାନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ସେହି ସ୍ଥାନରେ ଅବକାରୀ ବିଭାଗର ଘନ ଘନ ପାଟ୍ରୋଲିଂ ସହ ଏହି ଅପରେସନ କରାଯାଇଥିଲା । ରାଉରକେଲା ଅବକାରୀ ବିଭାଗ ବେଆଇନ ମଦ ପ୍ରସ୍ତୁତି ପ୍ରକ୍ରିୟାରେ 12 ହଜାର 850 କିଲୋଗ୍ରାମ ଫର୍ମାଟିଡ୍ ଓ୍ୱାସ୍ ବା ମହୁଲ ପୋଚ ଜବତ କରି ଏହାକୁ ନଷ୍ଟ କରିଛି । ଏଥିସହ 320 ଲିଟର ଚୋରା ମହୁଲି ମଦ ମଧ୍ୟ ଜବତ କରାଯାଇଛି । ତେବେ ଏହି ବେଆଇନ ମଦ କାରବାର ମାମଲାରେ 3ଟି ମାମଲା ରୁଜୁ ହୋଇଛି । ଅନ୍ୟ ଏକ ସ୍ଥାନରୁ ମଧ୍ୟ ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ଚଢାଉ କରିଛି । ଦାଣ୍ଡିଆପଲ୍ଲୀରେ ମଦ ପ୍ରସ୍ତୁତ ହେଉଥିବାବେଳେ ଚଢାଉ କରାଯାଇଥିଲା । ହେଲେ ଚଢାଉ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.