ସୁନ୍ଦରଗଡ଼: ସୁନ୍ଦରଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ତା ନିକଟରୁ 3 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଜିଲ୍ଲାର କିଞ୍ଜିରକେଲା ଥାନା ଅନ୍ତର୍ଗତ ଦେଓ ଭୁବନପୁର ନିକଟରୁ ଏହା ଜବତ କରାଯାଇଛି ।
ଉପେନ୍ଦ୍ର ପାଣ୍ଡବ ନାମକ ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇ ଯାଉଥିଲା ବେଳେ ଧରାପଡିଥିଲା । ଅଭିଯୁକ୍ତ ଉପେନ୍ଦ୍ର ଗଞ୍ଜେଇ ଚାଲାଣ କରୁଥିବା କଥା ଅବକାରୀ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଛି । ଅଭିଯୁକ୍ତଙ୍କ ସହ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ କୋର୍ଟ ଚାଲାଣ କରାଯାଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ