ETV Bharat / state

ରାଉରକେଲାରେ ପୁଣି ହାତୀ ଆତଙ୍କ, 17 ହାତୀଙ୍କୁ ଘଉଡାଇବାରେ ବ୍ୟସ୍ତ ବନ କର୍ମଚାରୀ - ରାଉରକେଲା

ଗୁରୁବାର ପୁଣି ୧୭ ଟି ହାତୀ ଉଜ୍ବଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ତିଲଡେଗା ଗାଁ ନିକଟରେ ରହିଥିବାର ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା ।

ରାଉରକେଲାରେ ପୁଣି ହାତୀ ଆତଙ୍କ
ରାଉରକେଲାରେ ପୁଣି ହାତୀ ଆତଙ୍କ
author img

By

Published : Aug 27, 2020, 8:32 PM IST

ରାଉରକେଲା: କିଛି ଦିନ ତଳେ ପାଖାପାଖି ଏକ ମାସ ଧରି ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର ଜାମତଳିଆ ଅଞ୍ଚଳରେ ୬ଟି ଦନ୍ତା ହାତୀ ଗାଁରେ ଘୁରି ବୁଲୁଥିଲେ । ସେମାନଙ୍କୁ ଘଉଡିବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ଗୁରୁବାର ପୁଣି ୧୭ ଟି ହାତୀ ଉଜ୍ବଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ତିଲଡେଗା ଗାଁ ନିକଟ ବୁଦାଳିଆ ଜଙ୍ଗଲ ମଧ୍ୟରେ ରହିଥିବାର ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା ।

ରାଉରକେଲାରେ ପୁଣି ହାତୀ ଆତଙ୍କ

ସ୍ଥାନୀୟ ଲୋକଙ୍କ ସହଯୋଗରେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି । ଏହାସହ ହାତୀ ଲୋକଙ୍କୁ ଗୋଡାଉଥିବାର ମଧ୍ୟ ଦେଖିବାକୁ ମିଳିଛି ଫଳରେ ଲୋକେ ଆତଙ୍କିତ ଅଛନ୍ତି । ଏହି ହାତୀ ପଲରେ ମାଈ, ଦନ୍ତା ଓ ଛୋଟ ହାତୀ ମଧ୍ୟ ରହିଛନ୍ତି।

ଏହି ଅଞ୍ଚଳ ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ଛତିଶଗଡ ଜଙ୍ଗଲରୁ ଏହି ହାତୀ ପଲ ଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ରହି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ରାତି ହେଲେ ସେମାନଙ୍କୁ ପୁଣି ଛତିଶଗଡ଼ ପଟକୁ ଘଉଡାଇବା ପାଇଁ ପ୍ରୟାସ କରାଯିବ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.