ETV Bharat / state

ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା - ଦମ୍ପତ୍ତିଙ୍କୁ ହତ୍ୟା

ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା କାଦୋବାହଲରେ ଅଭାବନୀୟ ଘଟଣା । ବୃଦ୍ଧ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ବିଭତ୍ସ ହତ୍ୟାକାଣ୍ଡ, ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

author img

By

Published : Oct 21, 2021, 11:46 AM IST

Updated : Oct 21, 2021, 1:18 PM IST

ସୁନ୍ଦରଗଡ: ଜିଲ୍ଲା କାଦୋବାହଲ ଭଦ୍ରାଟୋଲିରେ ବିଭତ୍ସ ହତ୍ୟାକାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘରେ ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଏଭଳି ବୃଦ୍ଧ ଦମ୍ପତ୍ତିଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି । ମୃତ ଦମ୍ପତି ହେଉଛନ୍ତି ଲୋହିଆ ପଧୁଆର ବୟସ( 65) ତାଙ୍କ ସ୍ତ୍ରୀ ଲୋଧୀ ପଧୁଆର ବୟସ (60) ।

ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା

ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଏଭଳି ହତ୍ୟାକାଣ୍ଡ ଘଟାଇଲେ ସେନେଇ କିଛି ସୂଚନା ମିଳିପାରିନାହିଁ । ସମସ୍ତ ଦିଗରୁ ତଦନ୍ତକୁ କଡାକଡି କରାଯାଉଥିବା କହିଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ । ତେବେ ଏହି ଘଟଣାର ସମସ୍ତ ତଦନ୍ତ ବୀରମିତ୍ରପୁର ଏସଡିପିଓ ମାନସ ରଞ୍ଜନ ପ୍ରଧାନଙ୍କ ସୁପରଭିଜନରେ ରାଏବଗା ଥାନା ଅଧିକାରୀ ଅର୍ପିତା ଖଟୁଆ କରୁଥିବା ଜଣାପଡିଛି । ଅପରପକ୍ଷେ ଫରେନସିକ ଟିମକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସପି ସାଗରିକା ନାଥ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Oct 21, 2021, 1:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.