ETV Bharat / state

ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ସୁନ୍ଦରଗଡ଼ରେ ଡ୍ରାଇଭରଙ୍କ ତୀବ୍ର ଆନ୍ଦୋଳନ - ଡ୍ରାଇଭରମାନଙ୍କ ଆନ୍ଦୋଳନ

Protest Against Hit and Run Law: କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ ଆଇନକୁ ନେଇ ବିରୋଧ ତେଜିବାରେ ଲାଗିଛି । ସୁନ୍ଦରଗଡ଼ରେ ଡ୍ରାଇଭର ମହାସଂଘ, ମୋଟର କର୍ମଚାରୀ ଏବଂ ମିନି ବସ ଆସୋସିଏସନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ

ହିଟ ଆଣ୍ଡ ରନ ଆଇନକୁ ବିରୋଧ
ହିଟ ଆଣ୍ଡ ରନ ଆଇନକୁ ବିରୋଧ
author img

By ETV Bharat Odisha Team

Published : Jan 6, 2024, 11:04 AM IST

Updated : Jan 6, 2024, 2:11 PM IST

କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନ ନିୟମକୁ ବିରୋଧ

ରାଉରକେଲା: କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ ରନ ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳିବାରେ ଲାଗିଛି । ଏହି ନୂତନ ନିୟମକୁ ରଦ୍ଦ କରିବା ଦାବିରେ ଡ୍ରାଇଭରମାନେ ଜୋରଦାର ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ସରକାର ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ନକରି ବା ରାସ୍ତା ସଂପ୍ରସାରଣ ଓ ବିଭିନ୍ନ ଯାନ ଯାତାୟାତ ପାଇଁ ଲେନ ବ୍ୟବସ୍ଥା ନକରି କେବଳ ମୋଟରଯାନ ଚାଳକମାନଙ୍କ ପ୍ରତି ଜେଲ୍ ଓ ଜରିମାନା ଭଳି କଳା ଆଇନ କଲେ ଦୁର୍ଘଟଣା ରୋକାଯାଇ ପାରିବ ନାହିଁ ବୋଲି ଆନ୍ଦୋଳନକାରୀ ଡ୍ରାଇଭରଙ୍କ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ମିନି ବସ ଆସୋସିଏସନ ଏବଂ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ଏବଂ ଡ୍ରାଇଭର ମହାସଂଘ ପକ୍ଷରୁ ଶୁକ୍ରବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ସାରା ଦେଶରେ ଗାଡି ମାଲିକ ଏବଂ ଡ୍ରାଇଭରମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ଭାରତୀୟ ପିଙ୍ଗଳ କୋଡ଼କୁ ପରିବର୍ତ୍ତନ କରି ମୋଟର ଦୁର୍ଘଟଣା ଜନିତ ନୂତନ ଆଇନ ଆରମ୍ଭ କରିବାକୁ ଯାଉଛନ୍ତି ।

ପୂର୍ବରୁ ମୋଟର ଦୁର୍ଘଟଣା ଜନିତ ଘଟଣାରେ ସମ୍ପୃକ୍ତ ମୋଟର ଡ୍ରାଇଭର ମାନଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ବୃଦ୍ଧି କରି ୧୦ ବର୍ଷ ଜେଲଦଣ୍ଡ ସହ ୭ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିବା ପାଇଁ ଯାଉଛନ୍ତି । ଯାହାକୁ ଦେଶ ତମାମ ବିରୋଧ କରାଯାଉଛି । ରାସ୍ତାଘାଟ ସମ୍ପ୍ରସାରଣ ନକରି, ପରିବହନ ବ୍ୟବସ୍ଥାର ଦୃଢ଼ୀକରଣ ନକରି ବିଭିନ୍ନ ଯାନ ଯାତାୟାତ ପାଇଁ ଲେନ ବ୍ୟବସ୍ଥା ନ କରି କେବଳ ମୋଟରଯାନ ଚାଳକମାନଙ୍କ ପ୍ରତି ଜେଲ୍ ଓ ଜରିମାନା ଭଳି କଳା ଆଇନ କଲେ ଦୁର୍ଘଟଣା ରୋକାଯାଇ ପାରିବ ନାହଁ ବୋଲି ଡ୍ରାଇଭରମାନଙ୍କ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ... ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

ଡ୍ରାଇଭରମାନଙ୍କ ଅଭିଯୋଗ ଅନୁଯାୟୀ, "ରାସ୍ତା ଦୁର୍ଘଟଣା ରୋକିବା ଦିଗରେ ସରକାରଙ୍କ ଆନ୍ତରିକତା ନାହିଁ କେବଳ ଆଇନ ପରିବର୍ତ୍ତନ କରି ମୋଟର ଚାଳକମାନଙ୍କୁ ଜେଲ୍ ଓ ଜରିମାନା ଲଗାଯାଉଛି । ବର୍ତ୍ତମାନ ସମୟରେ ମୋଟରଯାନ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଉଥିବା ବେଳେ ସରକାର ରାସ୍ତା ସଂପ୍ରସାରଣ ଓ ଯାନବାହନ ଯାତାୟାତ ପାଇଁ ଲେନ ବ୍ୟବସ୍ଥା ନକରି ମୋଟର ଯାନ ଚାଳକମାନଙ୍କ ପ୍ରତି ଜେଲ୍ ଓ ଜୋରିମାନା ଭଳି କଳା ଆଇନ୍ କଲେ ଦୁର୍ଘଟଣା ରୋକାଯାଇ ପାରିବ ନାହଁ । ଦୁର୍ଘଟଣା ରୋକିବା ନାମରେ ମୋଟର ଚାଳକମାନଙ୍କୁ ଜେଲରେ ଭର୍ତ୍ତି କରି ସେମାନଙ୍କ ପରିବାରକୁ ବର୍ବାଦ କରିଦେବାକୁ ସରକାର କଳା ଆଇନ ଆଣିଛନ୍ତି ।" ଏହି ଆଇନକୁ ରଦ୍ଦ କରିବା ପାଇଁ ଡ୍ରାଇଭରମାନେ ଦାବି କରିଛନ୍ତି ।

ଇଟିିଭି ଭାରତ, ରାଉରକେଲା

Last Updated : Jan 6, 2024, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.