ETV Bharat / state

ସୁନ୍ଦରଗଡ଼ରେ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଉଭୟ ବିଭାଗରେ ବାଜି ମାରିଲା କୁତ୍ରା ଦଳ

author img

By

Published : Dec 5, 2021, 9:02 PM IST

କୁତ୍ରା ବ୍ଲକ୍‌ରେ ସିନିୟର ଜିଲ୍ଲାସ୍ତରୀୟ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼ର ଦଳ ବାଜିମାତ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଉଭୟ ବିଭାଗରେ ବାଜି ମାରିଲା କୁତ୍ର ଦଳ

ସୁନ୍ଦରଗଡ଼: କୁତ୍ରା ବ୍ଲକ୍‌ରେ ସିନିୟର ଜିଲ୍ଲାସ୍ତରୀୟ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼ର ଦଳ ବାଜିମାତ୍‌ କରିଛନ୍ତି । ଗତ ଶନିବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ପ୍ରଥମେ ପଞ୍ଚାୟତସ୍ତର ପରେ ବ୍ଲକସ୍ତର ଉପଖଣ୍ଡସ୍ତରୀୟ ପ୍ରତିଯୋଗିତା ପରେ ଆରମ୍ଭ ହୋଇଥିଲା ଅନ୍ତିମ ପର୍ଯ୍ୟାୟ ବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା । ସିନିୟର ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼, ବଣାଇଁ ଓ ପାନପୋଷ ଉପଖଣ୍ଡରୁ ମୋଟ ୮ଟି ବ୍ଲକସ୍ତରୀୟ ଟିମ୍ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ।

ମହିଳା ବର୍ଗର ଫାଇନାଲ୍‌ ମ୍ୟାଚ୍‌ରେ କୁତ୍ରା ଓ କୁଆଁରମୁଣ୍ଡା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କୁଆଁରମୁଣ୍ଡାକୁ ଦଳ ୨-୦ ଗୋଲ୍‌ରେ ମାତ୍‌ ଦେଇ ଚମ୍ପିଆନ୍‌ ହୋଇଛି କୁତ୍ରା ଦଳ । ସେହିଭଳି ପୁରୁଷ ବର୍ଗରେ ଫାଇନାଲ୍‌ ମ୍ୟାଚ୍‌ରେ କୁତ୍ରା ଦଳ ସବଡେଗା ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ ଅତି ସଂଘର୍ଷପୂର୍ଣ୍ଣ ଥିଲା । ଏଥିରେ ମଧ୍ୟ କୁତ୍ରା ଦଳ ୯-୪ ଗୋଲ୍‌ ବିଜୟୀ ହୋଇଛି । ଉଭୟ ପୁରୁଷ ଓ ମହିଳା ଚମ୍ପିଆନ ଦଳକୁ ଟ୍ରଫି ସହ 25 ହଜାର ଟଙ୍କା ନଗଦ ରାଶି ପୁରସ୍କାର ଭାବରେ ପ୍ରଦାନ କରାଯାଇଛି । ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ କରିଛନ୍ତି । ପ୍ରତିଯୋଗୀଙ୍କୁ ଟ୍ରଫି ଓ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିବା ସହ କ୍ରୀଡାବିତଙ୍କ ଦ୍ୱାରା କ୍ରୀଡ଼ା ପତାକାକୁ ଅବତରଣ କରାଇ ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ଉପ ସଭାପତି ରାମେଶ୍ୱର ଟପ୍ପୋଙ୍କୁ ହସ୍ତାନ୍ତର କରିଛନ୍ତି ।

କ୍ରୀଡ଼ାବିତ୍‌ଙ୍କ ପ୍ରତିଭାକୁ ପ୍ରଶଂସା କରିଛି ଜିଲ୍ଲା ହକି ଆସୋସିଏସନ । ଉଦଯାପନୀ ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବଣାଇ ଉପ ଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ହକି ପ୍ରତିଭାଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ବଣାଇ ଉପଖଣ୍ଡରେ ଏହିଭଳି ଖେଳାଳୀଙ୍କ ପାଇଁ ଚାରୋଟି ଭିନ୍ନ ସ୍ଥାନରେ ଟର୍ଫର ବ୍ୟବସ୍ଥା କରାଯାଉଛି । ଏଭଳି ପ୍ରତିଯୋଗିତାକୁ ନେଇ ଖୁସି ଜାହିର କରିଛନ୍ତି ଭାଗ ନେଇଥିବା ପ୍ରତିଯୋଗୀ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.