ETV Bharat / state

District Level Hockey Tournament: ୪ଟି ଭେନ୍ୟୁରେ ଜୋନସ୍ତରୀୟ ମ୍ୟାଚ୍‌ ଆରମ୍ଭ

author img

By

Published : Nov 20, 2021, 7:45 PM IST

ଜିଲ୍ଲା ହକି ଆସୋସିଏସନ ଦ୍ବାରା ଜୋନସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ୪ଟି ଭେନ୍ୟୁରେ ଆରମ୍ଭ । ସୁନ୍ଦରଗଡ ଜୋନକୁ ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ଉଦ୍‌ଘାଟନ କରିଛନ୍ତି । ଅଧିକ ପଢନ୍ତୁ

District Level Hockey Tournament 2021: Zonal level match starts at 4 venue of sundergarh
District Level Hockey Tournament: ୪ଟି ଭେନ୍ୟୁରେ ଜୋନ ସ୍ତରୀୟ ମ୍ୟାଚ୍‌ ଆରମ୍ଭ

ସୁନ୍ଦରଗଡ: ଜିଲ୍ଲା ହକି ଆସୋସିଏସନ ଦ୍ବାରା ଜୋନସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ୪ଟି ଭେନ୍ୟୁରେ ଆରମ୍ଭ ହୋଇଛି । ଆଜି(ଶନିବାର) ସୁନ୍ଦରଗଡ ଜୋନକୁ ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ଉଦ୍‌ଘାଟନ କରିଛନ୍ତି ।

ଜିଲ୍ଲା ହକି ଆସୋସିଏସନ ଗତ 12 ତାରିଖରୁ ଏହି ପ୍ରତିଯୋଗିତା (District Level Hockey Tournament) ଆରମ୍ଭ କରିଥିଲା । ତେବେ ପ୍ରଥମ ପର୍ଯ୍ୟାୟ ବା ବ୍ଲକସ୍ତରୀୟ ଖେଳ ଶେଷ ହୋଇଥିବା ବେଳେ ଆଜିଠୁ ଜୋନ ସ୍ତରୀୟ ଖେଳ ଆରମ୍ଭ ହୋଇଛି । 4ଟି ଜୋନରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ସୁନ୍ଦରଗଡର ଭବାନୀପୁର ସ୍ପୋର୍ଟସ ହଷ୍ଟେଲ, କୁତ୍ରାର କଲିଜାପଥର, ରାଉକେଲାର ପାନପୋଷ ହକି ହଷ୍ଟେଲ ଓ ଗୁରୁଣ୍ଡିଆରେ ଏହି ଖେଳ କରାଯାଉଛି ।

District Level Hockey Tournament: ୪ଟି ଭେନ୍ୟୁରେ ଜୋନସ୍ତରୀୟ ମ୍ୟାଚ୍‌ ଆରମ୍ଭ

ସୁନ୍ଦରଗଡରେ ସୁନ୍ଦରଗଡ ସଦର ବ୍ଲକ, ହେମଗିରି ବ୍ଲକ, ଲେଫ୍ରିପଡା ବ୍ଲକ, ଟାଙ୍ଗରପାଲି ବ୍ଲକ, ସବଡେଗା ବ୍ଲକ ଓ ବାଲିଶଙ୍କରା ବ୍ଲକର ଖେଳାଳି ଏହି ଜୋନ୍‌ ସ୍ତରୀୟ ମ୍ୟାଚ୍‌ ଖେଳିବେ । ସେହିପରି କୁତ୍ରା କଲିଜାପଥରରେ ବଡଗାଁ ବ୍ଲକ, କୁତ୍ରା ବ୍ଲକ ଓ ରାଜଗାଙ୍ଗପୁର ବ୍ଲକର ଖେଳ ହେବ । ପାନପୋଷରେ ଲାଠିକଟା ବ୍ଲକ, ବିଶ୍ରା ବ୍ଲକ, କୁଆରମୁଣ୍ଡା ବ୍ଲକ ଓ ନୂଆଗାଁ ବ୍ଲକର ଖେଳାଳିମାନେ ଜୋନସ୍ତରୀୟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୁରୁଣ୍ଡିଆ ଭେନ୍ୟୁରେ କୋଇଡା ବ୍ଲକ, ଲହୁଣିପଡା ବ୍ଲକ, ଗୁରୁଣ୍ଡିଆ ବ୍ଲକ ଓ ବଣାଇଁ ବ୍ଲକ ପାଇଁ ଖେଳ ହେବ । ଏହି ଜୋନ୍‌ ସ୍ତରୀୟ ଖେଳରେ ଯେଉଁମାନେ ବିଜୟୀ ହେବେ ସେମାନେ ଆସନ୍ତା ଡିସେମ୍ବର 3, 4 ଓ 5 ରେ ଖେଳାଯିବାକୁ ଥିବା ସୁନ୍ଦରଗଡ ଭବାନୀପୁର ସ୍ପୋର୍ଟସ ହଷ୍ଟେଲ ପରିସରରେ ଜିଲ୍ଲାସ୍ତରୀୟ ଖେଳିବେ ।

ଏନେଇ ଜିଲ୍ଲା ହକି ଆସୋସିଏସନ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଥିବା ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ଉପ ସଭାପତି ରାମେଶ୍ବର ଟପ୍ପୋ କହିଛନ୍ତି । ଅନ୍ୟପଟେ ଜୋନ୍‌ ସ୍ତରୀୟ ଖେଳର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଜିଲ୍ଲାରେ ସମସ୍ତ ଖେଳ ପାଇଁ ତାଙ୍କ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି ।

ସୁନ୍ଦରଗଡ ଭବାନୀପୁରରେ ଯେଉଁ 6 ଟି ଟିମ ଖେଳିଥିଲେ ସେମାନଙ୍କ ମଧ୍ୟରୁ ସବଡେଗା ଟିମ ବିଜୟୀ ହେବା ସହ ଜିଲ୍ଲାସ୍ତରୀୟ ଖେଳକୁ ଉନ୍ନିତ ହୋଇଥିବା ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ଉପ ସଭାପତି କହିଛନ୍ତି । ସବଡେଗା ଦଳ 2-0 ଗୋଲ୍‌ରେ ହେମଗିରି ଠାରୁ ବିଜୟୀ ହୋଇ ଜିଲ୍ଲା ସ୍ତରୀୟ ଖେଳିବାକୁ ସୌଭାଗ୍ୟ ଅର୍ଜନ କରିଛି ।

ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.